ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ମୟୂରଭଞ୍ଜ-୨୦/୬ (ମସିହା)ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ଅବସରରେ ମୁକ୍ତିଲାଭ ଶ୍ରୀ ଜୀଉଙ୍କ ନୀତିକାନ୍ତି ସ୍ବରୂପ ପ୍ରାତଃ ସକାଳେ ମଙ୍ଗଳ ଆଳତୀ,ମଇଲମ,,ତଡପଲାଗି,,ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା,,ସକାଳ ଧୂପ ନୀତି ସଂପନ୍ନ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା ।ପରେ ଖେଚୁଡ଼ି ଭୋଗ,ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ଦିନ ୧୨ ଟା ବେଳକୁ ଶେଷ ହୋଇଥିଲା ।ତାପରେ ପରେ ଚତୁର୍ଦ୍ଧାମୂର୍ତିଙ୍କୁ ଧାଡ଼ି ପହଣ୍ଡିରେ ନେଇ ରଥ ଉପରେ ରଥାରୂଢ଼ କରାଯାଇଥିଲା ।ଶହ ଶହ ଶ୍ରଦ୍ଧାଳୁ ଠାକୁରଙ୍କୁ ଶଙ୍ଖ, ହୁଳହୁଳି,ଘଣ୍ଟ,ଘଣ୍ଟି,କାହାଳୀ ବଜାଇ ଶୋଭାଯାତ୍ରାରେ ରଥ ପର୍ଯ୍ୟନ୍ତ ନେଇ ଯାଇଥିଲେ । ଝୁଲି ଝୁଲି ଟାହିଆ ହଲାଇ ମହାପ୍ରଭୁ ରାସ୍ତା ସାରା ତାର‌ପ୍ରିୟ ଭକ୍ତମାନଙ୍କୁ ଚାହିଁ ଚାହିଁ ଯାଇଥିଲେ ।ଭକ୍ତ ଭଗବାନଙ୍କ ରାସ୍ତାର ଭେଟପରୂପ ଦୃଶ୍ୟ ଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ (ଗଡ୍ରା) ବା ଟୋକିମରା ପର୍ବ ପାଳିତ

Sunil Chandra Nayak

ଯୋରନ୍ଦା ଜଗନ୍ନାଥ ମନ୍ଦିର ପ୍ରlଗଣରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର 45ତମ ଅଷ୍ଟପ୍ରହର ନାମଯଜ୍ଞ

Sunil Chandra Nayak

ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ ତରଫରୁ ଶ୍ୟାମ ବାବାଙ୍କ ସୁସଜ୍ଜିତ ରଥ ଓ ନିଶାନ ଯାତ୍ରା

Sunil Chandra Nayak

Leave a Comment

error: Content is protected !!