ଜୁନାଗଡ଼ ଅଧିଷ୍ଠାତ୍ରୀଦେବୀ ଲଙ୍କେଶ୍ବରୀଙ୍କ ପ୍ରସିଦ୍ଧ ଖଣ୍ଡାବସା ପର୍ବ ସମାରୋହରେ ପାଳିତ
ଜୁନାଗଡ଼,୨୫/୯(ମ ନି ସ)ପ୍ରତିବର୍ଷ ଭଳି ଜୁନାଗଡ଼ ଐତିହାସିକ ଖଣ୍ଡାବସା ଯାତ୍ରା ସମାରୋହରେ ପାଳିତ ହୋଇଯାଇଛି।ଏହି ଯାତ୍ରା। ଅଶ୍ୱିନୀ ମୂଳାଷ୍ଟମୀ ରେ ରେ ପାଳନ କରାଯାଏ। ମନ୍ଦିର ଭିତରେ ଦେବୀଙ୍କର ପ୍ରତିମା ସମ୍ମୁଖରେ ୨ଗୋଟି ପାଟଖଣ୍ଡାକୁ ଚାଉଳ ପୁଞ୍ଜିରେ ବସାଯାଏ (ସ୍ଥାପନ କରାଯାଏ)। ତେଣୁ ଏହି ପର୍ବର ନାମ ଖଣ୍ଡାବସା । ଏହି ଚାଉଳ ସମୂହ ଅକ୍ଷୁର୍ଣ୍ଣ ଓ ଅଭଙ୍ଗା । କଳାହାଣ୍ଡି ମହାରାଜା ଏହାର ମୁଖ୍ୟ ପୁରୋଧା। ମହାରାଜଙ୍କୁ ଘୁମୁରା ବାଦ୍ୟ ସହ ବିଭିନ୍ନ ବାଦ୍ୟବାଜଣା
ବଜାଇ ଡାକବଙ୍ଗଳାକୁ ପାଛୋଟି ଅଣାଯାଏ। ଦେବୀଙ୍କ ମନ୍ଦିରରୁ ପୂଜକ ପାଟଖଣ୍ଡା ଓ ସଙ୍କୁଆରୀ ଅନ୍ୟ ଏକ ଖଣ୍ଡାଧରି ଡାକବଙ୍ଗଳାକୁ ଯାଇଥାଆନ୍ତି। ତାଙ୍କ ସହିତ ଘୁମୁରା, ଢୋଲ, ନିଶାନ, ମହୁରୀ ଓ ବିଭିନ୍ନ ଲୋକନୃତ୍ୟ ସାମିଲ ହୋଇଥାନ୍ତି। “ଜୟ ମାଁ ଲଙ୍କେଶ୍ଵରୀ ” ଧ୍ୱନିରେ ସହରଟି ପ୍ରକମ୍ପିତ ହୋଇଉଠେ। ଡାକବଙ୍ଗଳା ପ୍ରାଙ୍ଗଣରେ ଖଣ୍ଡା ଦ୍ଵୟକୁ ମାର୍ଜନ କରାଯାଏ ଓ ପୂଜା କରାଯାଏ। ପାଟଖଣ୍ଡାକୁ ମନ୍ଦାରଫୁଲରେ ସଜ୍ଜିତ କରାଯାଏ। ବାହୁକ ନୂତନ ବସ୍ତ୍ର ପରିଧାନ କରି ଦେବୀଙ୍କ ପାଟଖଣ୍ଡାର ସମ୍ମୁଖ ଭାବରେ ଥାଇ ମୁଖରେ ହାତ ଧାରି ଭୟଙ୍କର ଶବ୍ଦରେ ପାଟଖଣ୍ଡାରେ ଧାରେ ଧାରେ ବାଟ କଢାଇ ନିଅନ୍ତି। ଏହି ଶୋଭାଯାତ୍ରା ଅତ୍ୟନ୍ତ ଚିତାକର୍ଷକ ।
ମାନସିକ ଧାରୀଙ୍କ ବୋଦାବଳି ଦିଆଯାଏ। ପରେ ଦେବୀଙ୍କ ଆଳତୀ ଦର୍ଶନ କାର୍ଯ୍ୟ ସଂପନ୍ନ ପରେ। ଚାରିଦିଗ ଦେବତା ଓ ଭୈରବ ଦେବତାଙ୍କ ପୂଜା କରାଯାଏ। ଏହାପରେ ବୁଢାରଜା ଦେବତାଙ୍କ ପୂଜା କରାଯାଏ। ଖଣ୍ଡାବସା ଅବସରରେ ସମସ୍ତ ପାର୍ଶ୍ଵଦେବାଦେବୀଙ୍କ ମଧ୍ୟ ପୂଜା ଆରାଧନା ହୁଏ । ଖଣ୍ଡାବସା ଦିନ ତମାମ ଚଳଚଂଚଳ ହୋଇ ଉଠେ ଜୁନାଗଡ଼ ସହର। ରାତି ତମାମ ଚାଲେ ସାଂସ୍କୃତିକ କାର୍ଯ୍ୟକ୍ରମ। ମୁଖ୍ୟତଃ ଦେବୀଙ୍କର ପ୍ରିୟବାଦ୍ୟ ଘୁମୁରା ପ୍ରତିଯୋଗୀତାରେ କମ୍ପି ଉଠେ ସହର । ତତ୍ ସଙ୍ଗେ ସଙ୍ଗେ ସୁଆଙ୍ଗ, ଗୀତିନାଟ୍ୟ, କୀର୍ତ୍ତନ ପ୍ରଦର୍ଶନର ସୁବ୍ୟବସ୍ଥା ରହିଥାଏ। ଅଗଣିତ ଦର୍ଶକ ଦେବୀଙ୍କ ଯାତ୍ରା ଉପଭୋଗ କରିବା ସଂଙ୍ଗେ ସଂଙ୍ଗେ ଆଶୀର୍ବାଦ କାମନା କରିଥାନ୍ତି ।ପାଟଖଣ୍ଡା ମନ୍ଦିର ଦ୍ଵାରଦେଶରେ ଉପନୀତ ହେଲେ, ପୂଜକ ପୂଜାର୍ଚ୍ଚନା କରି ଖଣ୍ଡା ଓ ମହାରାଜାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି। ମହାରାଜା ମନ୍ଦିର ଭିତରେ ପ୍ରବେଶ କରନ୍ତି । ପୂଜା ନିମିତ୍ତ ଷୋଡ଼ସ କଳସ ସ୍ଥାପନ କରାଯାଇଥାଏ ଓ ପଣ୍ଡିତ ମାନଙ୍କୁ ବରଣ କରାଯାଇଥାଏ। ଦେବୀଙ୍କ ଖଣ୍ଡା ଦ୍ଵୟକୁ ଦକ୍ଷିଣ ଓ ବାମ ପାର୍ଶ୍ଵରେ ସଜ୍ଜିତ କରାଯାଇଥିବା ଚାଉଳର ପୁଞ୍ଜିରେ ଶୁଭ ଲଗ୍ନରେ ବସାଇ ଦିଅନ୍ତି (ସ୍ଥାପନ କରନ୍ତି) । ଏହାପରେ ପୂଜାର୍ଚ୍ଚନା ଆରମ୍ଭ କରାଯାଏ। ଶୁଦ୍ଧପୂତ ସହକାରେ ଗାୟତ୍ରୀ ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଏ। ପୂଜାର୍ଚ୍ଚନା ପରେ ପୁଷ୍ପାଞ୍ଜଳୀ ହୁଏ । ପରେ ନୈବେଦ୍ୟ ଅର୍ପଣ କରାଯାଏ। ପୁଝାରୀ ପାଟଗଡ଼ରା ପଶୁ ଓ ମହାପଶୁ (ପୋଢ)ଙ୍କୁ ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରୋକ୍ଷଣ କରାଯାଏ ଓ ବଳି ଦିଆଯାଏ । ତାତ୍ପରେ ମହାରାଜା ଖଣ୍ଡାବସ୍ଥା ଦିନ ଉପବାସ ରହି ନୂତନବସ୍ତ୍ର ପରିଧାନ କରିଥାନ୍ତି । ନିଜ ଗଡ଼ ଓ ପ୍ରଜାଙ୍କ ମଙ୍ଗଳ ନିମିତ୍ତ ମାଙ୍କ ପାଦପଦ୍ଧରେ ଶରଣାଗତ ହୋଇଥାନ୍ତି। ଏହି ପର୍ବ ପାଇଁ ପୂଜକ, ପୂଝାରୀ, ସୁଆର, ବୋଉନ୍, ଫୁଲବାଲା, ବାଜାବାଲା, ଘଣ୍ଟୁଆ ଓ ଶଙ୍ଖୁଆ ସଂଶାନୁକ୍ରମେ ସେବାକରି ଆସୁଛନ୍ତି । ମାଁ ଲକେଶ୍ୱରୀଙ୍କ ଦେବାଦେବୀଙ୍କ ପୂଜାତ୍ସବ ମୂଳାଷ୍ଟମୀ ରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଭକ୍ତିପୂତ ଭାବରେ, ଆଡ଼ମ୍ବର ସହକାରେ ତଥା ରୀତିନୀତି ଅନୁସାରେ ଚାଲୁରହେ । ଖଣ୍ଡାବସା ମାଆଙ୍କ ଉଦ୍ଘାଟନୀ ଓ ଦଶହରାର ମହାଷ୍ଟମୀ ଉଦ୍ଯାପନୀ ଉତ୍ସବ। ଦୁଇ ଗୋଟି ପାଟ ଖଣ୍ଡା ଓ ବୁଢା ରାଜା ମନ୍ଦିରରୁ ବୁଢା ରାଜାଙ୍କ ଖଣ୍ଡା ପୁଝ।ରୀଙ୍କ ଦ୍ୱାରା ବାହାରି ଜୁନାଗଡ଼ ଡାକ ବଙ୍ଗଳା ସ୍ଥିତ ଅସ୍ଥାୟୀ କୁଟୀର ରେ ମ ଲଙ୍କେଶ୍ୱରୀଙ୍କ ସ୍ଵର୍ଣକାର ବାଳ କୃଷ୍ଣ ଆଚାରି ପାଟ ଖଣ୍ଡା ଗୁଡିକୁ ମାର୍ଜନା କରିଥିଲେ ।ମାର୍ଜନା ପରେ ପୁଣି ମା ଲଙ୍କେଶ୍ୱରୀ ପାଟ ଖଣ୍ଡା ଗୁଡିକୁ ମନ୍ଦିରକୁ ପୂଜକ ମାନଙ୍କ ସହ ବିଶାଳ ପଟୁଆରରେ ବୀର ବାଦ୍ୟ ଘୁମୁରା ,ଶଙ୍ଖ ,ଘଣ୍ଟ ତାଳେ ତାଳେ ପ୍ରବେଶ କରିଥିଲେ । ଏହା ପରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମନ୍ଦିରକୁ ଆସି ଷୋଡଶ କଳସ ସ୍ଥାପନ ପୂର୍ବକ ପଣ୍ଡିତ ମାନଙ୍କୁ ଯଥା ଯୋଗ୍ୟ ବରଣ କରିଥିଲେ ।ଏହା ପରେ ମହାରାଜ ଅନନ୍ତ ପ୍ରତାପ ଦେଓ ପାଟ ଖଣ୍ଡା ଗୁଡିକୁ ପୂଜାର୍ଚ୍ଚନା ପୂର୍ବକ ଦେବୀଙ୍କ ପାର୍ଶ୍ଵରେ ଚାଉଳ ପୁଞ୍ଜି ଉପରେ ସ୍ଥାପନ କରିଥିଲେ ।ସୁବର୍ଣ୍ଣ ବିମଣ୍ଡିତ। ଲୋହିତ ମନ୍ଦାର ମାଳା ଓ ଲୋହିତ ପାଟ ବସ୍ତ୍ର ରେ ଶିଶୋଭିତ। ମା ଲଙ୍କେଶ୍ୱରୀ ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସ।ହ ଦେଖିବାକୁ ମିଳିଥିଲା । ମା ଲଙ୍କେଶ୍ୱରୀଙ୍କ ଖଣ୍ଡା ବସା ଯାତ୍ରା ଅବସରରେ ଫୁଟବଲ ପ୍ରତିଯୋଗୀତ। ଆୟୋଜନ କରାଯାଇଥିଲା ।ଏଥିରେ ଜୁନାଗଡ଼ ଓ ମାଟି ଗାଁ ଦଳ ଫାଇନ।ଲ କୁ ପ୍ରବେଶ କରିଥିଲେ ।ଫାଇ ନାଲ ଖେଳରେ ମାଟି ଗାଁ ଦଳ ଜୁନାଗଡ଼ କୁ ୨-୦ ଗୋଳରେ ପରାସ୍ତ କରି ବିଜୟ ଲାଭ କରି ଥିଲେ ।ପୁରସ୍କାର ବିତରଣ ଉତ୍ସବ ରେ ବରିଷ୍ଠ ସମାଜ ସେବୀ ଦୁର୍ଗା ପ୍ରସାଦ ନ।ଏକ ମୁଖ୍ୟ ଅତିଥି ,ସମ୍ମାନିତ ଅତିଥି ଭାବେ ଏ ନ,ଏ, ସି ଉପ।ଧକ୍ଷ। ହିମାନ୍ଦ୍ରୀ ନ।ଏକ ,ମାଟି ଗାଁ ସରପଞ୍ଚ ନୀଳ ଗଗନ ମେହେର ,ସାମ୍ବାଦିକ ସଂଘର ସଭାପତି ହିମାଂଶୁ ଶେଖର ବର।ଡ଼,ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ସନ୍ତୋଷ କୁମାର ସିଂହ ଦେଓ ,ରାକେଶ ବେମାଲ ,କାଉ ନ ସିଲର ହିମାନ୍ଦ୍ରୀ ସିନ୍ଦୁର ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ଲଙ୍କେଶ୍ୱରୀ ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ,ଘୁମୁରା ଆଦି ଆୟୋଜନ କରାଯାଇଥିଲା । ଏହି ସମାବେଶରେ ଶହ ଶହ ଭକ୍ତ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା ଙ୍କ କୃପା ଲାଭ କରିଥିଲେ ।ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍


