ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବହୁ ଆଡମ୍ବର ସହ ରାଇଘର ରେ ରଥ ଟଣା ଶେଷ ହେଲା

ରାଇଘର ୨୦/୬ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ମୁଖ୍ୟ ଦପ୍ତର ଠାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଦୁଇ କିଲୋମିଟର ରୁ ଉର୍ଦ୍ଧ ଦୂରତା ପର୍ଯ୍ୟନ୍ତ ରଥ ଟଣା ବହୁ ଆଡମ୍ବର ସହିତ ସମାପ୍ତ ହୋଇଯାଇଛି | 

    ମଙ୍ଗଳବାର ଅପରାହ୍ନ ତିନିଟା ଠାରୁ ରଥ ଟଣା ଆରମ୍ଭ ହୋଇ ସଂଧ୍ୟା ସାତଟା ରେ ମାଉସୀ ମା ମନ୍ଦିର ରେ ରଥ ଅଟକି ରହିଥିଲା | ରଥଟଣା ସମୟ ରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ତରଫରୁ ସଂଗୀତ କୀର୍ତନ ଓ ହରେ କୃଷ୍ଣ ମହାମନ୍ତ୍ର ନାମ ଜପ ସହିତ ଗ୍ରାମ ଦେବୀ ମା ପେଣ୍ଡରାଣୀ ଙ୍କ ବିମାନ ଯାତ୍ରା ଅତି ମୋନହର ଥିଲା |

ଜଗନ୍ନାଥ ମନ୍ଦିର କମିଟି ତରଫରୁ ପ୍ରଚାର ପ୍ରସାର କରାଯାଇଥିଲା ଏକତା ସାମାଜିକ ସଂଗଠନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିଲା | ରଥ ଟଣା ରେ ରାଇଘର ଅଂଚଳର ହଜାର ହଜାର ଭକ୍ତ ଙ୍କ ସମାବେଶ ବଡଦାଣ୍ଡ କୁ ଅତି ମୋନହର କରୁଥିଲା | ଅଂଚଳ ର ତିନି ଚାରି ଗୋଟି ସ୍ଥାନରେ ରଥ ଟଣା ଶାନ୍ତି ପୁର୍ଣ ଭାବରେ ସମାପ୍ତ ହୋଇଥିଲା | ରାଇଘର ଥାନା ଅଧିକାରୀ ଙ୍କ ସମେତ ସମସ୍ତ ଅଧିକାରୀ ଓ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସହ ଅଗ୍ନି ସେବା ଶ୍ରମ ବିଭାଗ ଓ ବିଦ୍ୟୁତ ବିଭାଗ ତରଫରୁ ସହଯୋଗ କରିଥିଲେ | ଆସନ୍ତା ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ମାଉସୀ ମା ମନ୍ଦିର ପ୍ରାଙ୍ଗଣ ରେ ଅନ୍ନ ପ୍ରସାଦ ସେବନ ସହିତ ପ୍ରତି ଦିନ ସଂଧ୍ୟା ରେ ଭଜନ କୀର୍ତନ କାର୍ଯ୍ୟ କ୍ରମ ଚାଲୁ ରହିବ ବୋଲି କମିଟି ତରଫରୁ ଘୋଷଣା କରାଯାଇଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମେଦନା ସ୍ଥିତ ମା ଠାକୁରାଣୀ ଙ୍କ ନବ ଦିନାତ୍ମକ ଘଣ୍ଟଯାତ୍ରା ଶାନ୍ତି ଶୃଙ୍ଖଳିତ ଭାବେ ସମାପିତ

Sunil Chandra Nayak

ରାମ ନବମୀ ଧୁମ ଧାମ ରେ ପାଳିତ। ଭବ୍ୟ ଶୋଭା ଯାତ୍ରା ଆୟୋଜିତ

Sunil Chandra Nayak

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ     

Leave a Comment

error: Content is protected !!