ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ଜିଲ୍ଲାମହିଳା କ୍ରିକେଟ ଟୁର୍ଣାମେଣ୍ଟ ନିମନ୍ତେ ନବରଙ୍ଗପୁର ଦଳ ଘୋଷଣା

ନବରଙ୍ଗପୁର—(ମସିହା)ଓଡ଼ିଶା କ୍ରିକେଟ ସଙ୍ଘ ଆନୁକୂଲ୍ୟରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃ ଜିଲ୍ଲାମହିଳା କ୍ରିକେଟ ଟୁର୍ଣାମେଣ୍ଟ ନିମନ୍ତେ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ଏମ. ଵାଲା କ୍ରିଷ୍ଣ ରାଓ ଙ୍କ ଉପସ୍ଥିତ ରେ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା କରାଯାଇଛି। ଆଜିତା ଦାସ ଙ୍କ ନେତୃତ୍ୱରେ ରାଇଲା ଭତ୍ରା, ଇପ୍ସିତା ସୌରା, ଭାଗ୍ୟବତୀ ଭତ୍ରା, ପଦ୍ମା ମାଝୀ, ଅନିଶା ହିଆଲ, ମୋହିନୀ ବେହେରା, ଗୁଡି ଦୋରା, ସୌଭାଗ୍ୟ ସୌରା, ତୁଳସା ଗୌଡ଼, ଅନନ୍ୟା ପ୍ରିୟଦର୍ଶିନୀ, ଅମ୍ବିକା ପନକା, ଖାଗାରୀ ଭତ୍ରା, ସନ୍ଧ୍ୟା ହରିଜନ ଓ ଝୁଲେମା ସାନ୍ତା ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି। ଦଳର କୋଚ ଭାବରେ ଅଶୋକ ନାୟକ, ମ୍ୟାନେଜର ଭାବରେ ଇ. ଚନ୍ଦନା ମଲିକ ଏବଂ ଦଳର କେର ଟେକେର ଭାବେ ଶଶାଙ୍କ ଶେଖର ବେହେରା ଦାଇତ୍ୱ ତୁଲାଇବେ ବୋଲି ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଦଳ ଇ ଗ୍ରୁପ ରେ ସ୍ଥାନ ପାଇଥିବା ଅନ୍ୟ ଦଳ ଭାବେ ରାଉରକେଲା, ଭଦ୍ରକ, ଜଗତସିଂହପୁର ଓ ପୁରୀ ଦଳ ସ୍ଥାନିତ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

ବ୍ଲକ ସ୍ତରୀୟ ସ୍କୁଲ କ୍ରୀଡ଼ା ସଂଘ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ମନୋନୟନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

masiha

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଜାତୀୟ ସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗୀତା ଉଦ୍‌ଯାପିତ 

masiha

Leave a Comment

error: Content is protected !!