ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ଗଢ଼ିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମାଁ ଗଢ଼ିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୂଆପଡା ଜିଲ୍ଲା ସିନାପାଲି କଲେଜ ସମ୍ମୁଖ ମଣ୍ଡି ପଡ଼ିଆ ଠାରେ ସ୍ଥାନୀୟ ସିନାପାଲି ଓ କାପସି ମିଳିତ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ସିନାପାଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିତାକାଟି ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସିନାପାଲି ବ୍ଳକ୍ ଉପାଧ୍ୟକ୍ଷା ଶ୍ରୀମତୀ ମୀନା ଘିଭେଲା, ୧୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ, ଘଣ୍ଟିଗୁଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମାର୍କଣ୍ଡ ଗହିର, ସମାଜସେବୀ ଶ୍ରୀଯୁକ୍ତ ଅମିତ୍ ଜୈନ,ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ସାଗର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଉଦଘାଟନୀ ମ୍ୟାଚଟି ସରଧାପୁର ଓ ଚିନ୍ଦାଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସରଧାପୁର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ ର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଙ୍ଗ କରି ସରଧାପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ତିନି ୱିକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ତାହାର ଜବାବରେ ଚିନ୍ଦାଗୁଡ଼ା ଦଳ ୧୦ ଓଭର ରେ ୭ୱିକେଟ ହରାଇ ୮୯ ରନ କରି ପରାଜୟ ହୋଇଥିଲା। ସେହିପରି ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଖେଳ ଟେମରି ଓ ନିଲଜି ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଟେମରି ଦଳ ଟସ୍ ଜିଣି ନିଲଜି ଦଳକୁ ବ୍ୟାଟିଙ୍ଗ କରିବାକୁ ଆମନ୍ତ୍ରଣ କରିଥିଲା ।ନିଲଜି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୭ୱିକେଟ ହରାଇ ୭୫ ରନ ସଂଗ୍ରହ କରିଥିଲା ।ଜବାବରେ ଟେମରି ଦଳ ୬.୪ବଳରେ ୧ୱିକେଟ ହରାଇ ବିଜୟ ହାସଲ କରିଥିଲା।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଉକ୍ତ ମ୍ୟାଚରେ ଖେଳ ପରିଚାଳକ ଭାବରେ ଅଜୟ ବାଗ ଓ ବିକାଶ କଶ୍ୟପ ପରିଚାଳନା କରିଥିଲେ ଓ ଭାସ୍ୟକାର୍ ଭାବରେ ନରେଶ କୁମାର ମାଝୀ,ମଳୟ ତାଣ୍ଡି,ସାରାଂଶ ଦୁରୀଆ,ନବୀନ ଜଗତ,ଶୈଳେଶ ସା, କାର୍ଯ୍ୟ ତୁଲାଇଥିଲେ। ସ୍କୋରର୍ ରେ ବିନ୍ଦୁ ସାଗର ମେହେର କାର୍ଯ୍ୟ ତୁଲାଇଥିଲେ। ଏଥିରେ ଆୟୋଜକ କମିଟିର ସଭାପତି ଚିତ୍ତରଞ୍ଜନ ମେହେର, ଉପସଭାପତି ସଞ୍ଜୀବ ଭକ୍ତ, ସମ୍ପାଦକ ଅଜୟ ବାଗ, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ମେହେର, କରନ ମହାନନ୍ଦ,ସଚିନ ଯୋଶୀ, କାହ୍ନୁ ସାଗର, ଦୀପକ, ରିତେଶ, କୈଳାଶ ମେହେର ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୯ ତାରିଖ ଦିନ ଉଦଯାପିତ ହେବ ବୋଲି କମିଟି ତରଫରୁ ଜଣାପଡ଼ିଛି। ଉକ୍ତ ଖେଳଟି ଏସ୍.କେ ଡିଜିଟାଲ କ୍ରିଏସନ୍ ୟୁଟୁବ ଚ୍ୟାନାଲରେ ସିଧା ପ୍ରସାରଣ ହେଉଛି ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍

Related posts

ଗ୍ରୀଷ୍ମ କାଳୀନ ବ୍ଯାଡମିନ୍ଟନ ପ୍ରଶିକ୍ଷଣ କର୍ମଶାଳା

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳକୁ ସମ୍ବଲପୁର ଏବଂ ଉନ୍ନିତ

masiha

Leave a Comment

error: Content is protected !!