ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

ଅଦ୍ୟ ତା. ୨୬.୦୬.୨୦୨୩ ରିଖ ଜିଲ୍ଲା ପ୍ରଶାସନ କୋରାପୁଟର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପ-ବିଭାଗ ଏବଂ ଅବକାରୀ କାର୍ଯ୍ୟାଳୟ, କୋରାପୁଟର ମିଳିତ ଆନକୁଲ୍ୟରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଦିବସ-୨୦୨୩ କୋରାପୁଟ ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜର ନିଶାଗ୍ରସ୍ତ ବ୍ୟକ୍ତିବିଶେଷଙ୍କୁ ନିଶା ଠାରୁ ଦୂରରେ ରଖିବା ସହିତ ଏକ ସୁସ୍ଥ ଏବଂ ନିଶା ମୁକ୍ତ ସମାଜ ଗଠନ କରିବା । ଆଜି ସକାଳ ୮ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ ଠାରୁ ଦକ୍ଷତା ବିକାଶ କେନ୍ଦ୍ର, କୋରାପୁଟ ପର୍ଯ୍ୟନ୍ତ ଏକ ଜନସଚେତନତା ରାଲି କରାଯାଇଥଲା । ଏହି ରାଲି କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟ, କୋରାପୁଟ ଏବଂ ସରକାରୀ ବାଳିକା ବିଦ୍ୟାଳୟ କୋରାପୁଟରୁ ୫୦ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହା ପରେ ପିଲାମାନଙ୍କୁ ନେଇ ନିଶା ନିବାରଣ ଏବଂ ନିଶାମୁକ୍ତ ସମାଜ ଗଠନ ଉପରେ ଏକ ବକ୍ତୃତା ପ୍ରତିଯୋଗୀତା କରାଯାଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ପରେ ପରେ ନିଶା କିପରି ମଣିଷକୁ ମୃତ୍ୟୁମୁଖକୁ ନେଇଯାଉଛି ଏହା ଉପରେ ଏକ ନାଟକର ଆୟୋଜନ କରାଯାଇଥିଲା ।

ଏହି ଆନ୍ତର୍ଜାତୀୟ ନିଶାମୁକ୍ତ ତଥା ଅବୈଧ କାରବାର ଦିବସ ଅବସରରେ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ପ୍ରମୋଦ କୁମାର ବାଣୁଆ, ଅବକାରୀ ନିରୀକ୍ଷକ, କୋରାପୁଟ, କେ. ତିରୁପତି ପଟ୍ଟନାୟକ, ଭାରପ୍ରାପ୍ତ ଅଧିକାରୀ, ଅବକାରୀ ଥାନା, କୋରାପୁଟ, ଶ୍ରୀ ଅରୁଣ କୁମାର ଯୋଶୀ, ଭାରପ୍ରାପ୍ତ ଅଧିକାରୀ, ଅବକାରୀ ଥାନା, ପଟାଙ୍ଗି, ଶ୍ରୀ ଶୁଭ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, କୋରାପୁଟ ଏବଂ ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ ଯୋଗଦାନ କରିଥିଲେ । ଶ୍ରୀମତୀ ଆହାନା ବୈଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ସୁଧଂସୁ କୁମାର ସିଂ ଏବଂ ଶ୍ରୀ ଜଗନ୍ନାଥ ନାୟକ, କନିଷ୍ଠ ସହାୟକ, ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଉପ-ବିଭାଗ, କୋରାପୁଟ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସହଯୋଗରେ ଏହି ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଦିବସ-୨୦୨୩ର ଆୟୋଜନ ଓ ପରିଚାଳନା କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ କାମାକ୍ଷାନଗରରେ ଅନୁଷ୍ଠିତ

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତିସଭା 

masiha

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି ଆରମ୍ଭ

Sunil Chandra Nayak

Leave a Comment

error: Content is protected !!