ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାରାଂଚିତି ଲିପି ପ୍ରବର୍ତ୍ତକ ଲାକୋ ବଦ୍ରାଙ୍କ ପୁଣ୍ୟ ତିଥି ପାଳିତ

 ମୟୂରଭଞ୍ଜ -30/6: ( ମସିହା) ରାଇରଙ୍ଗପୁରସ୍ଥିତ ହୋ ସମାଜ ସିଦାହରା ସୁସାର ପରିସରରେ ହୋ ଭାଷାର ନିଜସ୍ୱ ଲିପି ୱାରାଂଚିତି ପ୍ରଣେତା ଗୁରୁ ଲାକୋ ବଦ୍ରାଙ୍କର 37ତମ ପୁଣ୍ୟତିଥି ପାଳିତ ହୋଇଯାଇଛି l ସୁସାର ଆକାଳାର ବାମନଘାଟି ଉପଖଣ୍ଡ ସଭାପତି ପଦ୍ମଚରଣ ବାନରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଲାକୋ ବଦ୍ରାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା l ସୁସାର ଆକାଳାର ବରିଷ୍ଠ ସଭ୍ୟ ଜୟପାଲ ସିଂ ମୁନ୍ଦୁୟା ଲାକୋ ବଦ୍ରାଙ୍କ ସଂକ୍ଷିପ୍ତ ଜୀବନୀ ଏବଂ ବର୍ତ୍ତମାନ ଚାଲିଥିବା ହୋ ଭାଷା ଆନ୍ଦୋଳନର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ l ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯେଉଁ ଜାତି ହେଉନା କାହିଁକି, ଯାହାର ବି ମାତୃଭାଷା ଅଛି, ତାହା ସେ ଜାତି ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ l ପ୍ରତ୍ୟେକ ହୋ ଭାଷାଭାଷୀ ସେମାନଙ୍କର ନିଜ ମାତୃଭାଷାକୁ ଭଲ ପାଇବା ସହିତ ହୋ ଭାଷାର ବିକାଶ ପାଇଁ ଯତ୍ନବାନ ହେବାକୁ ସେ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସ୍ମିତାଶ୍ରୀ ବିରୁଆ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗୋମେୟା ଗାଗରାଇ, ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଞ୍ଜନ ତିରିଆ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ବାମନଘାଟି ଉପଖଣ୍ଡ ଅଞ୍ଚଳର ହାଇସ୍କୁଲ ପରୀକ୍ଷାରେ 70 ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ହୋ ଛାତ୍ରଛାତ୍ରୀ ଭାଗ୍ୟଶ୍ରୀ ସିଙ୍କୁ, ପୂଜା ମୁନ୍ଦୁୟା, ଜିନା ନାଏକ, ଦୀପକ ହାଁସଦା, ରାଖୀ ନାଏକ, ଲାଗୁରୀମା କଣ୍ଡାଙ୍ଗକେଲ, ମୌସୁମୀ ତିରିଆ, ନିମିର ତିରିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ହୋ ସମାଜ ସିଦାହରା ସୁସାର ଆକାଳାର ବିଜୟ କୁମାର କଣ୍ଡାଙ୍ଗକେଲ, ବିଜୟ କୁମାରି ମୁନ୍ଦୁୟା, ଯୋଗେଶ୍ୱର ଚାତାର, ଚୌଧୁରୀ ହେମ୍ବ୍ରମ, ପୂର୍ଣ୍ଣଚନ୍ଦ୍ର ସିଙ୍କୁ, ଗଣେଶ୍ୱର ଗୋଡ଼ସରା, ବିଷ୍ଣୁଚରଣ ହାଁସଦା, ଲକ୍ଷ୍ମଣ ପୁର୍ତ୍ତି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କବି କ୍ଷିତୀଶ ଚନ୍ଦ୍ର ମାଝୀ ପାଇଲେ କନ୍ଧାନ କବି ସମ୍ମାନ

Sunil Chandra Nayak

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର  ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

masiha

ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଏବେ ବିଧାନସଭାରେ ବନବିଭାଗର ଦୁର୍ନୀତି ତାତି ବିଜେପୁର, ସିକେରକୁପା ସେକ୍ସନରେ ସବୁ ନିୟମକୁ ବେଖାତିର

masiha

Leave a Comment

error: Content is protected !!