ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ଗୋଲାମୁଣ୍ଡା /1/7/23/ନିର୍ଭୟ, ନିରପେକ୍ଷ ମସିହା /ଜଙ୍ଗଲରେ ଥିବା ବୃକ୍ଷର ସଂରକ୍ଷଣ ଓ ଦେଶକୁ ସବୁଜ ଶ୍ରୀ କରି ଗଢି ତୋଳିବା ପାଇଁ ଓ ଜନଜାଗରଣ କରିବା ପାଇଁ ଭାରତ ସରକାର 1950ମସିହାରେ ବନମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ସରକାରୀ, ବେସରକାରୀ, ସଭାସମିତି, ବିଭିନ୍ନ ଗଣମାଧ୍ୟମ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା, ବିଦ୍ୟାଳୟର ଛାତ୍ରଛାତ୍ରୀ ପକ୍ଷରୁ ବୃକ୍ଷ ରୋପଣ ଆଗ୍ରହ ସୃଷ୍ଟି କରା ଯାଇ ଥାଏ, ବୃକ୍ଷ ହେଉଛି ମନୁଷ୍ୟର ପ୍ରଥମ ବନ୍ଧୁ, ପିଲାଟି ଏକ ଗଛ ଟିଏ,ବୃକ୍ଷ ଆମ୍ଭର ବନ୍ଧୁ,ବର୍ତ୍ତମାନ ମନୁଷ୍ୟ ଶ୍ୟାମଳ ଅରୁଣକୁ ଧ୍ବଂସ କରି ନିଜେ ନିଜର ବିନାଶ କାରଣ ହୋଇଛି, ତେଣୁ ବୃକ୍ଷ ରୋପଣ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷର ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରା ଯାଇ ଥାଏ, ଏହି ଅବସରେ କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅନ୍ତରଗତ ଗରଗାବ ସେକସନରେ ଆଜି ବନ ମହୋତ୍ସବ ପାଳିତ ହୋଇଥିଲା, ଏହି ମହୋତ୍ସବରେ ମୁଖ ଅତିଥିଭାବେ ଚହକା ନାଏବ ସରପଞ୍ଚ ସାଗର ଶବର ଙ୍କ ନେତୃତ୍ୟରେ ଓ ବନପାଳ ଗହୀର ଙ୍କ ଉପସ୍ଥିତରେ ନିମ୍ବ,ଶିଶ, ଜାମକୋଳି, ଅଇଁଳା, ବାଉଁଶ, ଇତ୍ୟାଦିର 400ଟି ବୃକ୍ଷ ରୋପଣ କାର୍ଯ୍ୟ ହୋଇ ଥିଲା ଉକ୍ତ କାର୍ଯ୍ୟ କ୍ରମରେ ସଙ୍କରିପାଳି ଜଙ୍ଗଲ ରକ୍ଷକ ରମେଶ ଚନ୍ଦ୍ର ବିଶି, ଶିଆଳଯୋଡି ବିଟିରୁ ସୁଶୀଲ ମହାନନ୍ଦ, ଗରଗାବରୁ ଶ୍ରୀ ମତି ରସ ପଟେଲ, ଏବଂ ଡୋକା ଡଙ୍ଗରୀର ଅନ୍ୟାନ ଭଦ୍ର ବ୍ୟକ୍ତି ଉପସ୍ଥିତରେ ସୁନ୍ଦର ଭାବେ ବୃକ୍ଷ ରୋପଣ କାର୍ଯ୍ୟ ଶେଷ ହୋଇଥିଲା।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ପକ୍ଷ -୨୦୨୬ ଦଶମ ଦିବସ ରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ 

Sunil Chandra Nayak

ବ୍ଲକସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ 

masiha

ଶିକ୍ଷା ସଚେତନ ରଥର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!