ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରଗାବ ସେକ୍ସନର ଡୋକା ଡଙ୍ଗରୀଜଙ୍ଗଲରେ ବନ ମହୋତ୍ସବ ପାଳିତ

ଗୋଲାମୁଣ୍ଡା /1/7/23/ନିର୍ଭୟ, ନିରପେକ୍ଷ ମସିହା /ଜଙ୍ଗଲରେ ଥିବା ବୃକ୍ଷର ସଂରକ୍ଷଣ ଓ ଦେଶକୁ ସବୁଜ ଶ୍ରୀ କରି ଗଢି ତୋଳିବା ପାଇଁ ଓ ଜନଜାଗରଣ କରିବା ପାଇଁ ଭାରତ ସରକାର 1950ମସିହାରେ ବନମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ସରକାରୀ, ବେସରକାରୀ, ସଭାସମିତି, ବିଭିନ୍ନ ଗଣମାଧ୍ୟମ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା, ବିଦ୍ୟାଳୟର ଛାତ୍ରଛାତ୍ରୀ ପକ୍ଷରୁ ବୃକ୍ଷ ରୋପଣ ଆଗ୍ରହ ସୃଷ୍ଟି କରା ଯାଇ ଥାଏ, ବୃକ୍ଷ ହେଉଛି ମନୁଷ୍ୟର ପ୍ରଥମ ବନ୍ଧୁ, ପିଲାଟି ଏକ ଗଛ ଟିଏ,ବୃକ୍ଷ ଆମ୍ଭର ବନ୍ଧୁ,ବର୍ତ୍ତମାନ ମନୁଷ୍ୟ ଶ୍ୟାମଳ ଅରୁଣକୁ ଧ୍ବଂସ କରି ନିଜେ ନିଜର ବିନାଶ କାରଣ ହୋଇଛି, ତେଣୁ ବୃକ୍ଷ ରୋପଣ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷର ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରା ଯାଇ ଥାଏ, ଏହି ଅବସରେ କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଅନ୍ତରଗତ ଗରଗାବ ସେକସନରେ ଆଜି ବନ ମହୋତ୍ସବ ପାଳିତ ହୋଇଥିଲା, ଏହି ମହୋତ୍ସବରେ ମୁଖ ଅତିଥିଭାବେ ଚହକା ନାଏବ ସରପଞ୍ଚ ସାଗର ଶବର ଙ୍କ ନେତୃତ୍ୟରେ ଓ ବନପାଳ ଗହୀର ଙ୍କ ଉପସ୍ଥିତରେ ନିମ୍ବ,ଶିଶ, ଜାମକୋଳି, ଅଇଁଳା, ବାଉଁଶ, ଇତ୍ୟାଦିର 400ଟି ବୃକ୍ଷ ରୋପଣ କାର୍ଯ୍ୟ ହୋଇ ଥିଲା ଉକ୍ତ କାର୍ଯ୍ୟ କ୍ରମରେ ସଙ୍କରିପାଳି ଜଙ୍ଗଲ ରକ୍ଷକ ରମେଶ ଚନ୍ଦ୍ର ବିଶି, ଶିଆଳଯୋଡି ବିଟିରୁ ସୁଶୀଲ ମହାନନ୍ଦ, ଗରଗାବରୁ ଶ୍ରୀ ମତି ରସ ପଟେଲ, ଏବଂ ଡୋକା ଡଙ୍ଗରୀର ଅନ୍ୟାନ ଭଦ୍ର ବ୍ୟକ୍ତି ଉପସ୍ଥିତରେ ସୁନ୍ଦର ଭାବେ ବୃକ୍ଷ ରୋପଣ କାର୍ଯ୍ୟ ଶେଷ ହୋଇଥିଲା।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ଶାନ୍ତି ଶକ୍ତି ଭବନରେ କୃଷି ଓ ଗ୍ରାମ ବିକାଶ ପ୍ରଭାଗ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବରିଷ୍ଠ ରାଜଯୋଗୀ ରାଜୁ ଭାଇ

Sunil Chandra Nayak

ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

masiha

Leave a Comment

error: Content is protected !!