ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଗଡା ବନାଞ୍ଚଳରେ ୭୪ ତମ ବନମହୋତ୍ସବ 

 ମୟୂରଭଞ୍ଜ -୩/୭ (ମସିହା) ଜୁଲାଇ ପହିଲାରୁ ସପ୍ତାହ ବ୍ୟାପୀ ଭଜନ ମହୋତ୍ସବ ସାରା ଭାରତରେ କୋଣେ ଅନୁକୋଣେ ଚାଲିଛି ।ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ସରଗଡା ବନାଞ୍ଚଳରେ ଆଜି ୭୪ ତମ ବନମହୋତ୍ସବ ପାଳିତ ହୋଇଅଛି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ତଥା ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂଙ୍କ ମାର୍ଗଦର୍ଶନ ରେ ଅତିଥି ଭାବେ ସରକାରୀ ବନ ସଂରକ୍ଷକ ନବୀନ ଚନ୍ଦ୍ର ନାଏକ, ରାଇରଙ୍ଗପୁର ରେଞ୍ଜ ଅଧିକାରୀ ସତ୍ୟବ୍ରତ ପଟ୍ଟନାୟକ, ବିଶୋଇ ବନପାଳ ସଞ୍ଜୟ ବେହେରା,ଚଢେଇପାହାଡି ବନପାଳ ଛିତା ଟୁଡୁ, ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରି ସବୁଜ ବଳୟ ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଇଥିଲେ। ସେହିପରି ସ୍ଥାନୀୟ ସରଗଡା ସରପଞ୍ଚ ଶକୁନ୍ତଳା ମୁର୍ମୁ, ପଞ୍ଚାୟତ ସମିତି ସଦସ୍ୟ ରବିନ୍ଦ୍ର ନାଥ ମୁଣ୍ଡା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ଦ୍ବାରା ପ୍ରାକୃତିକ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ କରିଥିଲେ। ତେବେ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ରଙ୍କ ତତ୍ତ୍ଵାବଧାନରେ ଓ ଗ୍ରାମବାସୀଙ୍କ ସହଯୋଗରେ ସରଗଡା ବନାଞ୍ଚଳ ସରାଳି ସଂରକ୍ଷିତ ଜଙ୍ଗଲର ୮୦ ହେକ୍ଟର ଜମିରେ କରଞ୍ଜ, ଅଁଳା,ଶିଶୁ,ଜାମୁ,ପଣସ, ବାଉଁଶ, ହରିଡା, ବାହାଡ଼ା, ପ୍ରଭୃତି ୨ ହଜାର ଚାରା ରୋପଣ କରାଯାଇଥିଲା।ଗଛ ବଞ୍ଚିଲେ ଜୀବନ ବଞ୍ଚିବ ସ୍ଲୋଗାନ ଦେଇ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ସହିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ।

    ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମିଳିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଯୋଗ ଦିବସ ଅନୁଷ୍ଠିତ

masiha

ଶସ୍ୟ ବୀମା ଟଙ୍କା ତୁରନ୍ତ ପ୍ରଦାନ ଦାବୀରେ ଗୋଲାମୁଣ୍ଡା ତହସିଲ ଘେରାଉ

masiha

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!