ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

ଭବାନୀପାଟଣା,୩/୭: ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକାଡେମୀ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି କ୍ରମରେ ଆଜି ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଠାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରବନ୍ଧ, ବକ୍ତୃତା, କବିତା ଅବୃତି ଓ ସାଧାରଣ ଜ୍ଞ୍ୟାନ ଏବଂ ଇଂରାଜୀ ରୁ ଓଡ଼ିଆ ଅନୁବାଦ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଦୁଷ୍ମନ୍ତ ଶେଖର ପାଢ଼ୀ ଓ ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ଉଭୟ ବର୍ଗର ଚାରି ଗୋଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଭୁବନେଶ୍ବର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରବନ୍ଧରେ ଲଷ୍ମୀକାନ୍ତ ନାଏକ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର,ବକ୍ତୃତାରେ ରାଜବୀର ଗହୀର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର, କବିତା ଅବୃତି ରେ ତାପସ୍ୱିନୀ ପ୍ରଧାନ ଶାସ୍ତ୍ରୀଜି ଶିକ୍ଷା ନିକେତନ ଓ ସାଧାରଣ ଜ୍ଞାନ ଏବଂ ଅନୁବାଦ ରେ ଆୟୁଷ ରଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଆସନ୍ତା ୯ ତାରିଖରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେହିପରି ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରବନ୍ଧରେ ସୁହାନି ସିମରନ ମହାନ୍ତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର, ବକ୍ତୃତା ରେ ସୁମନ ପ୍ରଧାନ ଟାଉନ ବାଳିକା ହାଇସ୍କୁଲ, କବିତା ଅବୃତି ରେ ସିମରନ ସାହୁ ଶାସ୍ତ୍ରୀଜି ଶିକ୍ଷା ନିକେତନ ଓ ସାଧାରଣ ଜ୍ଞାନ ଏବଂ ଅନୁବଡ଼ରେ ୟାନଶିକା କନ୍ଧପାନ ଟାଉନ ବାଳିକା ହାଇସ୍କୁଲ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବିରଞ୍ଚି ମୁଣ୍ଡ, ଡିଲେଶ୍ବର ରଣା, ସ୍ୱପ୍ନା ପ୍ରଧାନ, ନିଳିମା ନିଆଲ, ଯୁଧିଷ୍ଠିର ମୁଦୁଲି, ମଙ୍ଗଲୁ ପ୍ରଧାନ, ରଶ୍ମିତା ପ୍ରଧାନ ଓ ଭୁବନ କରୁଆଁ ବିଚାରକ ଭାବରେ ଯୋଗଦେଇଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ

Sunil Chandra Nayak

କାମାକ୍ଷାନଗର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେଲେ ଆରକ୍ଷୀ ଉପମହା ନିରୀକ୍ଷକ ଅନୁପ ସାହୁ ଓ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

ନୂଆପଡାରେ ଅନଲାଇନ ସୁରକ୍ଷା, ସାଇବର ଅପରାଧ ଓ ଡିଜିଟାଲ ବୁଲିଂ କର୍ମଶାଳା ଅନୁଷ୍ଠିତ

Leave a Comment

error: Content is protected !!