ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ଟେମରି (ମନିସ):- ୫/୦୬:-ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରୁ ଶିକ୍ଷା ବିଭାଗ ହେଉଛି ଏକ ଗୁରୁତ୍ଵ ପୂର୍ଣ୍ଣ ବିଭାଗ । ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ହେଉଛି ଏକ ମୌଳିକ ଅଧିକାର ।୬ ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ପିଲା ପାଠ ପଢିବା ପାଇଁ ସ୍କୁଲକୁ ଯିବା ନିତାନ୍ତ ଆବଶ୍ୟକ।

ସେଥିପାଇଁ ସରକାର ଗୁଣାତ୍ମକ ଶିକ୍ଷା ମାନ ବଢ଼ାଇବା ପାଇଁ ବିଭିନ୍ନ ଯୋଜନାଗୁଡ଼ିକ କରିଛନ୍ତି। ସ୍କୁଲର ନିୟମିତ ଉପସ୍ଥାନ ବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା, ଛାତ୍ର ଛାତ୍ରୀଙ୍କୁ ମାଗଣାରେ ବହିପତ୍ରର ବ୍ୟବସ୍ଥା, ପୋଷାକର ବ୍ୟବସ୍ଥା , ମେଧାବୃତ୍ତିର ଅନୁଦାନ ଅର୍ଥର ସୁବ୍ୟବସ୍ଥା କରାଯାଇଛି। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତର କୁମ୍ଭାରୀ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ଦୁଇ ଦିନ ଧରି ଗୋଷ୍ଠୀ ସାଧନ କର୍ମୀ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯାଇଛି।  ଏଥିରେ ସରପଞ୍ଚଙ୍କ ପ୍ରତିନିଧି କୁମୁଦ ସା, ନାଏବ ସରପଞ୍ଚ ଦୁଃଖୀରାମ ସା , ପ୍ରଧାନ ଶିକ୍ଷକ କୁମ ହରିଜନ, ଗ୍ରାମ୍ୟ ସ୍କୁଲ କମିଟିର ସଭାପତି ଫକିର ନାଏକ, ପ୍ରମୋଦ କୁମାର ପଧାନ, ତିଲକରାମ ସୁନାନୀ, ବସନ୍ତ ସତନାମି, ବିଜୟ ଲହଜଲ, ଉର୍ମିଳା ଭୋଇ, ଶିକ୍ଷକ ରାଜପାଲି ହରିଜନ , ମାଆ କମଳିନୀ ଏସଏଚଜି ଗ୍ରୁପ୍ ର ସୁଷମା ସା, ମିଥିଳା ଭୋଇ, ସ୍ଵର୍ଣ୍ଣଲତା ଭୋଇ ଓ ବୁନ୍ଦ୍ରୀକା ସା,ଅହଲ୍ୟା ପଧାନ, ନିଲାନ୍ଦ୍ରୀ ପଟେଲ ପାଚିକା ତଥା ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

masiha

ଯୋରଦାରେ ଏମଜିପିଏଲ ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ” ଅନନ୍ଯା”‘କାର୍ଯ୍ଯକ୍ରମ

masiha

Leave a Comment

error: Content is protected !!