ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲି ମାଫିଆ ଙ୍କ ପୂର୍ବ ପ୍ରସ୍ତୁତି, ବାଲି ବିକିବା ପାଇଁ ସରକାରୀ ବିଦ୍ୟାଳୟ ପରିସରରେ ଠୁଳ କରୁଛନ୍ତି ବାଲି

ନବରଙ୍ଗପୁର ,୬/୭/(ମସିହା) ବାଲି ମାଫିଆ ଙ୍କ ଆତଙ୍କ ରେ ଏବେ ହନ୍ତସନ୍ତ ଅଞ୍ଚଳବାସୀ ହେଲେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା| ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ | ଦିନ ରାତି ବିଭିନ୍ନ ବାଲିଘାଟ ରୁ ହଜାର ହଜାର ଟ୍ରକ ମାଧ୍ୟମରେ ବାହାର ରାଜ୍ୟ କୁ ବାଲି ଚୋରା ଚାଲାଣ କରାଯାଉଛି | ଦିନ ରାତି ବାଲି ଟ୍ରକ ଯିବା ଆସିବା ହେଉଥିବାରୁ ରାସ୍ତାଘାଟ ର ଅବସ୍ଥା ନ କହିବା ଭଲ l ବାରମ୍ବାର ଗଣ ମାଧ୍ୟାମ ରେ ଖବର ପ୍ରକାଶ ପାଇଲେ ମଧ୍ୟ କିଛି ଖାତିର କରୁନାହାନ୍ତି ବାଲି ମାଫିଆ ଯାହାକୁ ନେଇ ଏବେ ଅଞ୍ଚଳବାସୀ ଚିନ୍ତା ରେ | ପ୍ରଶାସନ ଓ ବାଲି ମାଫିୟା ଙ୍କ ମଧୁଚନ୍ଦ୍ରିକା ରେ ବାଲି ଘାଟ ରୁ ହଜାର ହଜାର ଟ୍ରକ ବାଲି ବାହାର ରାଜ୍ୟ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ କୁ ଚୋରାଚାଲାଣ ହେଉଛି ବୋଲି ସ୍ପଷ୍ଟ ଅଞ୍ଚଳବାସୀ ମତ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି | ଖରା ୪ମାସ ତ ବାଲି ବୋହିଲେ ଏବେ ବର୍ଷା ମାସ ଆସିଲା ଆଉ ନଦୀରୁ ବାଲି ଉଠିପାରିବ ନାହିଁ ଯାହାକୁ ଆଖିରେ ରଖି ବାଲିମାଫିଆ ଙ୍କ ପୂର୍ବ ପ୍ରସ୍ତୁତି ଆରମ୍ଭ ହେଇଥିବା ଦେଖିବାକୁ ମିଳିଛି | ବର୍ଷା ମାସ ରେ ବେପାର ଠପ ହେବା ଡରରେ ବାଲି ମାଫିଆ ଏବେ ଠୁଁ ହିଁ ଟ୍ରକ ଟ୍ରକ ବାଲି ବିଭିନ୍ନ ସ୍ଥାନ ରେ ଠୁଳ କରିବାକୁ ଆରମ୍ଭ କରି ସାରିଲେଣି l କୋଷାଗୁମୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଜୁନାପାଣି ଗ୍ରାମ ରେ ରହିଥିବା ସରକାରୀ ବିଦ୍ୟାଳୟ ପରିସରରେ ଠୁଳ ହେଇଛି, ସହ ସହ ଟ୍ରକ ବାଲି ଯାହାକୁ ନେଇ ଜୁନାପାଣି ଗ୍ରାମବାସୀ ଦୃଢ଼ ନିନ୍ଧା କରୁଥିବା ସହ କୋଡ଼ିଙ୍ଗା ତହସିଲ କୋଷାଗୁମୁଡା ରାଜସ୍ବ ବିଭାଗ ଉପରେ ସିଧା ସଳଖ ଅଙ୍ଗୁଳି ଉଠାଇ ପ୍ରଶ୍ନ କରୁଛନ୍ତି | ଏପଟେ ନିରୀହ ଗରିବ ପରିବାର ନିଜ ଘର ପାଇଁ ବାଲି ଆଣିଲା ବେଳେ ଟ୍ରାକ୍ଟର କୁ ରଖି ଚାଲାଣ କରୁଛନ୍ତି କିନ୍ତୁ, ସରକାରୀ ବିଦ୍ୟାଳୟ ପରିସରରେ ସହ ସହ ଟ୍ରକ ବାଲି ଠୁଳ ହେଉଥିବା ଦେଖି ମଧ୍ୟ ରାଜସ୍ବ ବିଭାଗ ର ଆଖି ଖୋଲୁନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | ଅନ୍ୟପଟେ କୋଷାଗୁମୁଡା ଟଙ୍ଗ ମନ୍ଦିର ଯିବା ରାସ୍ତା ପାର୍ଶ୍ଵ ରେ ମଧ୍ୟ ଠୁଳ ହେଉଛି ବାଲି ଯଦି ପ୍ରଶାସନ ଆଖି ପଡିଥାନ୍ତା ତ କଣ ବାଲିମାଫିଙ୍କ ଏତେ ସାହସ ହୁଅନ୍ତା କି? ଅନ୍ୟପଟେ ସନ୍ତୋଷପୁର ପଇଦାପାଲି ଘାଟ ରୁ ବାଲି ବାହାର କରୁଥିବା ଟ୍ରକ ଯିବା ଆସିବା ସୁବିଧା କରିବା ପାଇଁ ମୁଖ୍ୟ ରାସ୍ତା ଉପରେ ମାଟି ପକାଇବା ଦ୍ୱାରା ଏବେ ସେହି ରାସ୍ତା ରେ ଯାତାୟାତ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି | ମୁଖ୍ୟ ରାସ୍ତା ଉପରେ ମାଟି ପଡ଼ିଥିବା ହେତୁ ଅଳ୍ପ ବର୍ଷା ଆସିବାରୁ ମାଟି ପଚପଚ ହୋଇ ରହିଛି ନା ଯାଉଛି ଗାଡି ମଟର ନା ଚାଲୁଛନ୍ତି ମଣିଷ ତଥାପି ପ୍ରଶାସନ ସାଜିଛନ୍ତି ନିରବ ଦ୍ରଷ୍ଟା | ଏଠି ସିଧା ପ୍ରଶ୍ନ କଣ ବାଲି ମାଫିଆ ଙ୍କ ପ୍ରତି ପ୍ରଶାସନ ର ପ୍ରେମ ପାଇଁ ସାଧାରଣ ଜନତା ଏମିତି ହିଁ ହଇରାଣ ହରକତ ହେଉଥିବେ କି? ନବରଙ୍ଗପୁର ତତ୍କାଳୀନ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ଜେଲ ଗଲା ପରେ ମଧ୍ୟ ବାଲି ମାଫିଆ ଙ୍କ ପ୍ରତି ପ୍ରଶାସନ ର ପ୍ରେମ ସରୁନି ଏହା ସରିବ କେବେ? ଏ ନେଇ ନୂତନ ଭାବେ ଦାଇତ୍ୱ ରେ ଥିବା ଉପ ଜିଲ୍ଲାପାଳ ଙ୍କ ସହିତ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ପ୍ରକାଶ କରିପାରି ନାହୁଁ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ସାଂସଦଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ

masiha

ପଟ୍ଟା ଜାଗାରେ ନିର୍ମାଣ ଚାଲିଛି ମିଶନ ଶକ୍ତି ଗୃହ |ଅଭିଯୋଗ କଲେ ଜମି ମାଲିକକୁ ମିଲୁଛି ଧମକ 

masiha

ସାମ୍ୱାଦିକ ରବିନ୍ ଦାସ ପ୍ରତି ପୋଲିସର ଦୁଃବ୍ୟବହାର: ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା 

Sunil Chandra Nayak

Leave a Comment

error: Content is protected !!