ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବ୍ଳକ ପରିସରରେ ଅତ୍ୟାଧୁନିକ ଭିଡିଓ କନଫେରେନ୍ସ ହଲ ଉଦଘାଟିତ

ମୟୂରଭଞ୍ଜ – ୭/୭ ( ମସିହା) ରାଇରଙ୍ଗପୁର ସମିତି କାର୍ଯ୍ୟାଳୟ ପରିସରରେ ଆଜି ଏକ ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ଭିଡିଓକନଫେରେନ୍ସ ହଲ ବିଡ଼ିଓ ସାଗର‌ ମୁର୍ମୁଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।ଏକ ପୁରୁଣା ପରିତ୍ୟକ୍ତ ଗୃହକୁ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଉଦ୍ୟମ କରି ଗୃହର ନବ କଳେବର କରିଥିଲେ । ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ସବୁକିଛି ଡିଜିଟାଲ ଏବଂ ଭିଡିଓ କନଫରେନ୍ସ ମାଧ୍ଯମରେ ସରକାରୀ କାର୍ଯ୍ୟ ପରିଚାଳନା କରାଯାଉଛି ।ସେ ସବୁ ଦୃଷ୍ଟିକୁ ଆଖିରେ ରଖି ବ୍ଳକ ଅଧ୍ୟକ୍ଷ ଭିଡ଼ିଓ କନଫରେନ୍ସ ହଲ୍ ପୁନରୁଦ୍ଧାର କରିବା ସହ ନବ କଳେବର ରୂପ ଦେଇଥିଲେ ।

ନୂତନ ଭିଡିଓ କନଫରେନ୍ସ ହଲ ପାଇ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ , ଜନପ୍ରତିନିଧି ମାନେ ଖୁସି ହେବା ସହ ବ୍ଳକ ଅଧ୍ୟକ୍ଷ ଜ୍ଞାନ ବାବୁଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ମୋଡେଲ ଡିଗ୍ରୀ କଲେଜ ପକ୍ଷରୁ ନୂଆ – ଓ଼ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗୋଲାମୁଣ୍ଡା କୃଷି ବିଭାଗ କାର୍ଯ୍ୟାଳୟରେ ୭୭ତମ ବନମହୋତ୍ସବ ପାଳିତ

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

masiha

Leave a Comment

error: Content is protected !!