ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

“ଆଜିଠାରୁ ଆସନ୍ତା ଅଗଷ୍ଟ ମାସ 6/08/23ପର୍ଯ୍ୟନ୍ତ ଆବେଦନ କରିପାରିବେ” 

ରାୟଗଡ:-ତା.7/07/23-// ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୱେବ ପୋର୍ଟାଲ ଶୁଭlରମ୍ଭ କରିଛନ୍ତି l ଆଜିଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଅନୁମୋଦିତ ସମସ୍ତ ଛପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅନଲାଇନ ମାଧ୍ୟମରେ ସ୍ୱାସ୍ଥ୍ୟ ବୀମା ନିମନ୍ତେ ଆବେଦନ କରିପାରିବେ l ରାୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରତିନିଧି ମାନଙ୍କୁ ଜଣେଇ ଦିଆ ଯାଉଛି କି ସରକାରଙ୍କ ତରଫରୁ ନବୀକରଣ (renewal) /ନୂତନ ଭାବେ ଆବେଦନ କରିବା ପାଇଁ ଆଜିଠାରୁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ଵାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ମାସ 7/08/23 ପର୍ଯ୍ୟନ୍ତ ଗୋଟିଏ ମାସ ଧରି ଚାଲିବ ଏବଂ ପୋର୍ଟାଲ ଆପେ ବନ୍ଦ ହୋଇଯିବ l ସୂଚନା ଓ ଲୋକସମ୍ପର୍କ ବିଭlଗ ଦ୍ୱାରା ଅନୁମୋଦିତ ଗଣମାଧ୍ୟମର ପ୍ରତିନିଧି ମାନେ ନିଜେ ନିଜେ ଦରଖାସ୍ତ ଅନ ଲାଇନରେ ଦାଖଲ କରିବେ । ଏଥି ନିମନ୍ତେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଜନ୍ମ ପ୍ରମାଣ ପତ୍ର, ଶିକ୍ଷାଗତ ପ୍ରମାଣ ପତ୍ର, ମିଡ଼ିଆ ହାଉସରୁ ଅଥରାଇସନ ଲେଟର, ନବିକୃତ ପ୍ରେସ ପରିଚୟ ପତ୍ର, ଆଦି ଅପଲୋଡ଼ କରିବେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

Sunil Chandra Nayak

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

masiha

Leave a Comment

error: Content is protected !!