ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଡବ୍ଲୁ ଜେ ୟୁ ସାମ୍ବାଦିକ ସଂଘ ଗଠିତ

ନବରଙ୍ଗପୁର(ମସିହା)ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ନୂତନ ଭାବେ ଗଠିତ ହୋଇଛି ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ (ଡବ୍ଲୁ ଜେ ୟୁ) ସାମ୍ବାଦିକ ସଂଘ । ସ୍ଥାନୀୟ ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାଶ ପ୍ରେସ କ୍ଲବ ସମ୍ମିଳନୀ ଗୃହରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ସମୟରେ ସମ୍ବାଦିକତା କ୍ଷେତ୍ରରେ ଅଣ ସାମ୍ବାଦିକ ମାନଙ୍କ ଅନୁ ପ୍ରବେଶ ଯୋଗୁଁ ପ୍ରକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି । ଏହାକୁ ପ୍ରତିହତ କରିବା ସହ ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ ଓ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା ଦୂରୀକରଣ କରିବା ପାଇଁ ବୈଠକରେ ନିସ୍ପତି ନିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ନବଘନ ବିଷୟୀଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ନୂତନ କମିଟି ଗଠନ କରଯାଇଥିଲା । ସର୍ବସମ୍ମତି କ୍ରମେ ୱାର୍କିଂ ଜର୍ଣ୍ଣାଲିଷ୍ଟ ୟୁନିୟନ (ଡବ୍ଲୁ ଜେ ୟୁ) ସଙ୍ଘ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ପି ପ୍ରକାଶଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ରୂପେ କିଶୋର ପଟ୍ଟନାୟକ, ସମ୍ପାଦକ ରୂପେ ଏ. ସତୀଶ , ସହ ସମ୍ପାଦକ ରୂପେ ସ୍ଵାଧୀନ ପଣ୍ଡା ଓ କୋଷାଧକ୍ଷ ରୂପେ ରବି ନାରାୟଣ ପଟ୍ଟନାୟକଙ୍କୁ ଚୟନ କରଯାଇଥିଲା । ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ରୂପେ କିରଣ କୁମାର ପଟ୍ଟନାୟକ ,ଗୌରାଙ୍ଗ ପାତ୍ର , ଶ୍ରୀଧର ପାତ୍ର, ନବଘନ ବିଶୋଈ ଓ ଅଜିତ କୁମାର ନାୟକ ଏବଂ ମିଡିଆ ସଂଯୋଜକ ରୂପେ ସିଏଚ. ଇଶ୍ଵର ରାଓଙ୍କୁ ଚୟନ କରାଯାଇଛି । ବିଶେଷ କରି ସାମ୍ବାଦିକ ବୃତ୍ତିରେ ସଂସ୍କାର ଆଣିବା ପାଇଁ ସଂଘ ଅଧିକ ଗୁରୁତ୍ଵ ଦେବ ବୋଲି ସଭାପତି ପି ପ୍ରକାଶ ସୂଚନା ପ୍ରଦାନ କରିଛନ୍ତି । ଏହି ବୈଠକରେ ଡବ୍ଲୁ ଜେ ୟୁ (WJU ) ସଦସ୍ୟ ଦେବୀ ପ୍ରସାଦ ପଟ୍ଟନାୟକ, କରେଶ ଉପାସୀ ଓ ସନ୍ତୋଷ କୁମାର ପ୍ରମୁଖ ଯୋଗ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

କୋକସରାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଈଚିଣ୍ଡା ଯୁବ ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଳୁଙ୍କ ପାନୀୟ ଜଳ ଓ ଚା’ ବଣ୍ଟନ

masiha

ଅଶ୍ଵିନି କୁମାର କଳାହାଣ୍ଡି ବୈଦ୍ୟ ସଂଘର ୧୪ତମ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!