ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଏଚଡିଏଫସି ବ୍ୟାଙ୍କ ନୂତନ ଶାଖା ଉଦ୍ଘାଟିତ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ରେ ଏଚଡି ଏଫସି ବ୍ୟାଙ୍କ ର ଏକ ନୂତନ ଶାଖା ଆଜି ଉଦଘାଟିତ ହୋଇ ଯାଇଛି । ଧର୍ମଗଡ ବିଡିଓ ଶରତ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମଗଡ ପଞ୍ଚାୟତ ସମିତିଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ ପ୍ରଦୀପ ପ୍ରଜ୍ବଳନ କରିଥଲେ । କଳାହାଣ୍ଡି ଜିଲ୍ଲାରେ ଏଚଡିଏଫସି ବ୍ୟାଙ୍କ ର ଏହା ତୃତୀୟ ଶାଖା ହୋଈ ଥିବା ବେଳେ ରାଜ୍ୟ ରେ ଏହା ୧୬୨ ତମ ଶାଖା ଅଟେ । ବ୍ୟାଙ୍କ ତାର ଗ୍ରାହକ ମାନଙ୍କୁ ବିଶ୍ବସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବା ସହ ଗ୍ରାମୀଣ ଗ୍ରାହକ ଙ୍କୁ ଅନନ୍ୟ ସୁବିଧା ପ୍ରଦାନ କରାଯିବ ବୋଲି କ୍ଲଷ୍ଟର ହେଡ ଚେତନ ଦାସ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଆଡମିନ ହେଡ ସୌମେନ୍ଦ୍ର କର, ଶାଖା ପରିଚାଳକ ଧୀରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

 

Related posts

ଜୟ କୁମାର ମିଶ୍ର ଙ୍କ କବିତା “କଳି ଯୁଗ କଂସ, କରେ ସର୍ଵନାଶ”

Sunil Chandra Nayak

ମେ’ ୩୦ ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ ‘ସୁନା ଝିଅ’

ଆଇନଜୀବୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!