ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣି ଶିବିର

ନବରଙ୍ଗପୁର ତା 10/7 ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ରାଇଘର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିର ରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ନିଜ ନିଜ ର ବ୍ୟକ୍ତିଗତ ସାମୁହିକ ସମସ୍ୟା, ଆପତ୍ତି ,ଅଭିଯୋଗ ଜିଲ୍ଲାପାଳ ଙ୍କୁ ଭେଟି ଜଣାଇବା ପାଇଁ ଆସିଥିବା ମୋଟ 26 ଜଣ ଙ୍କର ନାମ ପଞ୍ଜୀକରଣ କରାଯାଇଥିଲା ଏଥିରେ 15 ଗୋଟି ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବା ବେଳେ ବାକି 11ଗୋଟି ଗୋଷ୍ଠୀ ଗତ ରହିଥିଲା। ଏଥିରେ ବିଦ୍ୟୁତ,ପାନୀୟଜଳ, ଶିକ୍ଷକ ନିଯୁକ୍ତି ଓ ବଦଲି,5T, ସ୍କୁଲ ନିର୍ମାଣ କାମ,ସ୍ୱାସ୍ଥ୍ୟ ସେବା,ରାସ୍ତା ଘାଟ, ଡ୍ରେନ୍ ନିର୍ମାଣ ସଫା କାମ ଇତ୍ୟାଦି ର ଆପତ୍ତି ଅଭିଯୋଗ କୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଶୁଣାଣି କରି ଏସବୁ ର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଦୁଇଟି ଆପତ୍ତି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ସାମାଜିକ ସୁରକ୍ଷା ସହାୟତା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ଏଥିରେ 3 ଗୋଟି ହୁଇଲ ଚେୟାର, 35 ଜଣ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ଏହି ଜନଶୁଣାଣି ଶିବିର ରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ଜିଲ୍ଲାପରିଷଦ ଦୁର୍ଯ୍ଯୋଧନ ଭୋଇ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର,ପିଏ ଆଇଟିଡିଏ ରାଜୀବ ସାହୁ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ର, ସହ ଜିଲ୍ଲା ଶିକ୍ଷା ଅଧିକାରୀ ରେସମ ଲାଲ ନାୟକ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆଗାଁର ହୁଟୁବସାହି ବିପର୍ଯ୍ୟସ୍ତ ରାସ୍ତା ନେଇ ଗ୍ରାମବାସୀ ହନ୍ତସନ୍ତ 

Sunil Chandra Nayak

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

masiha

6th Annual function of Amethyst Abacus Brain Master 

Sunil Chandra Nayak

Leave a Comment

error: Content is protected !!