ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛତିଶଗଡ଼ ରାଜ୍ଯପାଳଙ୍କୁ ସାକ୍ଷାତ କଲେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସ°ସଦ ପରିବାର

ଭୁବନେଶ୍ଵର :୧୦/ ୦୭ – (ମନିସ) :- ଆଜି ଯଥା ୧୦/୦୭/୨୦୨୩ ରିଖ ଦିନ ୧୦ଟା ୩୦ ମିନିଟ୍ ସମୟରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ବରିଷ୍ଠ ସ୍ବଭିମାନୀ ରାଜନେତା ତଥା ଛତିଶଗଡ଼ର ମହାମହିମ୍ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଭୁବନେଶ୍ୱର ସ୍ଥିତ ନିଜ ବାସଗୃହ ଠାରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ତରଫରୁ ତାଙ୍କୁ ତୈଳଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ତରଫରୁ ଚଳିତବର୍ଷ ଗାନ୍ଧୀ ଜୟନ୍ତୀରେ ଯୋଗଦେବା ପାଇଁ ଆଲୋଚନା ହୋଇଥିଲା। ଶ୍ରୀହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ସଦୟ ସ୍ବୀକୃତି ପ୍ରଦାନ କରିବା ସହିତ ନିଶିଗନ୍ଧାର ଉତ୍ତରୋତ୍ତର କାମନା କରିଥିଲେ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରାଗଲା। ଏହି ସାକ୍ଷାତକାର କାର୍ଯ୍ଯକ୍ରମରେ ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟ ସଦସ୍ୟା ଯଥା- ରୀତାଞ୍ଜଳି ସେଠ୍ , ରଶ୍ମିମୟୀ ପଟ୍ଟନାୟକ , ଲଳିତେନ୍ଦୁ ପଲୌରି , ଶ୍ରୀ ଚକ୍ରଧର ତ୍ରିପାଠୀ , ନିଶିଗନ୍ଧା ପ୍ରତିଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ, ସଭାପତି ଚକ୍ରଧର ତ୍ରିପାଠୀ, ସାମ୍ବାଦିକା ରିତାରାଣୀ ସେଠ୍, ବିଶିଷ୍ଟ ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀ, ଶ୍ରୀମତୀ ପ୍ରତିମା ମହାରଣା , ଆଇନଜୀବୀ ଶ୍ରୀ ବିକ୍ରମ ଚମ୍ପତି, ଶ୍ରୀମତୀ ରଞ୍ଜିତା ସି°ହ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଧର୍ମଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ପାଇଁ ଚଞ୍ଚକତା। ନିଯୁକ୍ତି ନିୟମ ଉଲଂଘନ କରି ଚୟନ ପାଇଁ ପ୍ରୟାସ…

masiha

ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତ୍ରିରେ ଚାଲୁଛି ପିଚୁ କାମ ! ଗ୍ରାମବାସୀଙ୍କ ଅଭିଯୋଗ

କୃଷି ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଙ୍କ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ ସହ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!