ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନବରଙ୍ଗପୁର, ୨୦୧୮ ମସିହାରେ ଏକ ହତ୍ୟା ମାମଲାର ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଘଟଣା ଅନୁଯାୟୀ, ତେନ୍ତୁଳଖୁଣ୍ଟି ଥାନା ଅନ୍ତର୍ଗତ କହ୍ନେଇମୁଣ୍ଡା ଗ୍ରାମର ଭଗବାନ ମୁଦୁଲିଙ୍କ ସ୍ତ୍ରୀ ୨୦୧୮ ମସିହା ଅକ୍ଟୋବର ୧୦ ତାରିଖ ରାତ୍ର ୭ଘଣ୍ଟା ସମୟରେ ନିଖୋଜ ହେଇଥିଲେ। ଏହାର ତିନି ଦିନ ପରେ ଉକ୍ତ ମହିଳାଙ୍କ ମର ଶରୀର ପଣସ ପଦର ନାଳ ନିକଟରେ ଠାବ ହୋଇଥିଲା। ପୋଲିସ ଏହି ମାମଲାରେ ମୃତକ ମହିଳାଙ୍କ ସ୍ଵାମୀ ଭଗବାନ ମୁଦୁଲିଙ୍କୁ ତେନ୍ତୁଳଖୁଣ୍ଟି ଥାନା କେସ ନମ୍ବର ୯୧/୨୦୧୮ରେ ପଞ୍ଜୀକୃତ କରି ଆଇ ପି ସି ଦଫା ୩୦୨ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନବରଙ୍ଗପୁର ଜିଲ୍ଲା ଦୌରା ଜଜ୍ ଙ୍କ ନିକଟରେ ମାମଲା ବିଚାରଧୀନ ଥିବାବେଳେ ୨୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ପ୍ରମାଣ ଅଭାବରୁ ଭଗବାନଙ୍କୁ ଜିଲ୍ଲା ଜର୍ଜ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି। ଏହି ମାମଲାରେ ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ହରି ନାରାୟଣ ବେହେରା, ଆଇନଜୀବୀ ସିମାଞ୍ଚଳ ପାଢ଼ି ଓ ଆଇନଜୀବୀ କିଶୋର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଫାଇନାନନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ

Sunil Chandra Nayak

ବାଲୁଗାଁ ରେଲୱେ ନିକଟରେ ଅବକାରୀ ଓ ଆରପିଏଫ ର ମିଳିତ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ

Sunil Chandra Nayak

ଏଏସଆଇ ଗୋପାଳ ଦାସ ସରକାରୀ ଚାକିରିରୁ ବିଦା , ଗୋପାଳଙ୍କୁ ଚାକିରିରୁ ବରଖାସ୍ତ କଲେ ଝାରସୁଗୁଡ଼ା SP

Sunil Chandra Nayak

Leave a Comment

error: Content is protected !!