ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ସୂଚନା ଫଳକରେ ହେଉଛି ପୋଖରୀ ଉନ୍ନୟନ କାର୍ଯ୍ୟ, କେଉଁ ଅନୁଦାନ ରେ ହେଉଛି ସରପଞ୍ଚ ଙ୍କୁ ଅଜଣା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଜାତୀୟ ରାଜପଥ ୨୬ କଡ଼ରେ ଥିବା ଡୁମେର ପୋଖରୀର ମାଟି ଉଠାଣ କାର୍ଯ୍ୟ ଜେସିବି ଓ ଟ୍ରାକ୍ଟର ରେ ସମ୍ପାଦନା ବିନା ସୂଚନା ଫଳକରେ ହେଉଥିବା ବେଳେ ଏହା କେଉଁ ଅନୁଦାନର କାର୍ଯ୍ୟ ତାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ଦେଖାଦେଇଛି। ସାଧାରଣତଃ ପଞ୍ଚାୟତରେ ପୋଖରୀ ମାଟି କାର୍ଯ୍ୟ ମନରେଗା କିମ୍ବା ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରେ ସମ୍ପାଦିତ ହେଉଥିବା ବେଳେ ଏହି କାର୍ଯ୍ୟ ନା ମନରେଗା ନା ସିଏଫସି ,ଏସଏଫସି ର ହୋଇ ନଥିବା ନେଇ ସ୍ଥାନୀୟ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡିଙ୍କ ପ୍ରତିକ୍ରିୟା ନେବାରୁ ସେ ପ୍ରକାଶ କରିଛନ୍ତି। କେଉଁ ଅନୁଦାନ ରୁ ପୋଖରୀରେ ମାଟି ଉଠାଣ କାର୍ଯ୍ୟ ହେଉଛି ତାହା ସ୍ଥାନୀୟ ସରପଞ୍ଚ ଙ୍କୁ ମଧ୍ୟ ଅଜଣା। ସରପଞ୍ଚଙ୍କୁ ଯଦି କାର୍ଯ୍ୟ ବିଷୟରେ ଅଜଣା ସାଧାରଣ ଲୋକ ଅବା ଜାଣିବେ କେମିତି ? ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଉଡୋଳା ଗ୍ରାମର ଜଣେ ସ୍ଥାନୀୟ ଠିକାଦାର ଏହି କାର୍ଯ୍ୟ କରୁଥିବା କହିଛନ୍ତି। ଠିକାଦାର ଜଣକ ନିର୍ଦ୍ଦିଷ୍ଟ ଦଳର ଜଣେ ଆଗ ଧାଡିର କର୍ମି ରହିଥିବା ବେଳେ ଦଳରେ ତାଙ୍କର ପତିଆରା ରହିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁସାରେ, ଠିକାଦାର ଜଣକ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ଆଣି ଏହି ପୋଖରୀ କାର୍ଯ୍ୟ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।ତେବେ ଏନେଇ କୋକସରା ବ୍ଲକ ର ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନଙ୍କ ପ୍ରତିକ୍ରିୟା ନେବାପାଇଁ ଫୋନ କରିବାରୁ କୌଣସି ଉତ୍ତର ମିଳିନାହିଁ। କାଉଡୋଳା ପଞ୍ଚାୟତ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ ରେ ଯୋଗାଯୋଗ କରିବାରୁ ଏହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରେ ୧୦ ଲକ୍ଷ ଟଙ୍କା ଅନୁଦାନ ରେ ହେଉଥିବା କହିଛନ୍ତି। ତେବେ ଅନୁଦାନ ମିଳିବା ପୂର୍ବରୁ କାମ ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଆଶ୍ଚର୍ଯ୍ୟ ର ବିଷୟ ବିନା ଅନୁଦାନ ଆସିବା ପୂର୍ବରୁ କେମିତି କାର୍ଯ୍ୟ କୁ ବ୍ଲକ ପକ୍ଷରୁ ସମ୍ପାଦନ ହେଉଛି ତାହା ତଦନ୍ତ ସାକ୍ଷେପ। ଅନ୍ୟପଟେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ସହକାରୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ।ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଅନୁଦାନ ନ ଆସିବା ପୂର୍ବରୁ କେମିତି କାର୍ଯ୍ୟ ସମ୍ପାଦନ ହେଉଛି,କାର୍ଯ୍ୟ କରୁଥିବା ଠିକାଦାର ବ୍ଲକ ସହକାରୀ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ଙ୍କୁ କଣ ଔଷଧ ଦେଇଛନ୍ତି ଯେ ବିନା ଅନୁଦାନ ଆସିବା ପୂର୍ବରୁ ବ୍ଲକ ପ୍ରଶାସନ ଅନୁମତି ଦେଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।ଏହି କାର୍ଯ୍ୟ ଉପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

୪ ମାସ ଧରି ଅଚଳ ନଳକୂଅ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ମହିମା ଧର୍ମର ଭକ୍ତ ସମାଗମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ 

masiha

TRUCK AND PICKUP VAN COLLIDE AND CATCH FIRE UNDER Rly Bridge IN RAYAGADA

masiha

Leave a Comment

error: Content is protected !!