ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

 ମୟୂରଭଂଜ- ୧୪/୭ ( ମସିହା)ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜନୈକ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ୧୦ ଵର୍ଷ କାରାଦଣ୍ଡ ଶୁଣାଣୀ ହୋଇଛି । ସୂଚନାଯୋଗ୍ୟ ତିରିଂ ଥାନା ଅନ୍ତର୍ଗତ ନାଣ୍ଡୁଆ ଗ୍ରାମର ଠାକୁର ସୋରେନ ନାମକ ଜଣେ ଯୁବକ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଜନୈକ ପିଡିତାଙ୍କ ଘରେ ଭଡ଼ାରେ ରହୁଥିଲେ ।୧୬/୫/୨୦୧୮ ଭୋର ସମୟରେ ଘର ମାଲିକାଣୀ ଶୌଚ ଯାଇଥିବା ସମୟରେ କାମାନ୍ଧ ଯୁବକ ଲୁଚି କରି ପଛପଟୁ ଯାଇ ମହିଳାଙ୍କ ମୁହଁରେ କପାଡ ଦେଇ ବଳାତ୍କାର କରିଥିଲା ।ପରେ ମହିଳା ଜଣକ ଘରେ ଘଟଣା କହିବାରୁ ଆସାମୀ ତାଙ୍କ ଘରେ ପଶି ପିଡିତାଙ୍କ ସ୍ବାମୀ ଏବଂ ପରିବାର ଲୋକଙ୍କୁ ମାରପିଟ୍ ଘରର ଟିଭି ସମେତ ଆସାବାବ ପତ୍ର ଭାଙ୍ଗିରୁଜି କରିଥିଲା ।ପିଡିତାଙ୍କ ସ୍ଵାମୀ ଭୟରେ ଘର ଛାଡି ପଳାଇଥିଲେ ।ପରେ ପିଡିତାଙ୍କ ପରିବାର ତରଫରୁ ରାଇରଙ୍ଗପୁର ଟାଉନ ଥାନାରେ ୧୯/୫/୧୮ ରେ ଲିଖିତ ଅଭିଯୋଗ କରିଥିଲେ । ଟାଉନଥାନାରେ ୧୯୭/୧୮ ମାମଲା ରୁଜୁ ହୋଇଥିଲା । ରାଇରଙ୍ଗପୁର କୋର୍ଟରେ ଆଜି ଶୁଣାଣିରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ୧୩ ଜଣ ସାକ୍ଷୀଙ୍କ ବୟାନ,ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣାକୁ ନେଇ ଆଜି ଆସାମିଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୬ ମାସ କାରାଦଣ୍ଡ ଶୁଣାଣି କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପିକ-ଅପ ଭ୍ୟାନ ଓ ମୋଟରସାଇକେଲ ଦୁର୍ଘଟଣା,୧ ମୃତ ୧ ଗୁରୁତ୍ତର 

Sunil Chandra Nayak

ବିଦ୍ୟୁତ ତାର ଚୋରି ଓ ହତ୍ୟା ଘଟଣା ର ସମସ୍ତ ଅଭିଯୁକ୍ତ ନିର୍ଦୋଷରେ ଖଲାସ

Sunil Chandra Nayak

ରାୟଗଡା ଅବକାରୀ ବିଭାଗର ଚଢ଼ାଉ ଦୁଇ ଗିରଫ,୧୫୦ ଲିଟର ମଦ ଜବତ 

Sunil Chandra Nayak

Leave a Comment

error: Content is protected !!