ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ପ୍ରତିନିଧି ଙ୍କ ଦ୍ଵାରା ମା ଗୃହରେ ଥିବା ପ୍ରସୂତୀ ମା ମାନଙ୍କୁ ନିତ୍ୟ ବ୍ୟବହାର କରୁଥିବା ସମାଗ୍ରୀ ସହ ଫଳ ବଣ୍ଟନ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୂମାରେ ରାଜ୍ୟ ରାଜ ପଥ ପାର୍ଶ୍ଵରେ ଗଢିଉଠିଥିବା ମା ଗୃହ ତା ୧୮/୦୫/୨୦୨୦ରେ ୧୫ ଜଣ ପ୍ରସୂତୀ ମହିଳା ଙ୍କୁ ନେଇ ଆରମ୍ଭ କରିଥିଲା ତାର କାର୍ଯ୍ୟକ୍ରମ l୨୦୨୧ ବର୍ଷରେ ୨୫୨ ଜଣ ପ୍ରସୂତୀ ମହିଳା ଓ ୨୦୨୨ ଓ ୨୦୨୩ ଜାନୁଆରୀ, ଫେବୃଆରୀ ମାସ ୧୯ ତାରିଖ ପର୍ଯ୍ୟନ୍ତ ୨୯୨,ଫେବୃଆରୀ ୨୦ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ୧୫୬ଜଣ ପ୍ରସୂତୀ ମହିଳା ମିଶି ଆଜିକୁ ମୋଟ ୯୯୫ ଜଣ ମହିଳା ସୁଖ ପ୍ରସବ ପରେ ଛୁଆ ଓ ମା ସେମାନଙ୍କ ଗୃହ କୁ ଫେରିଛନ୍ତି l ମା ଗୃହରେ ଏବେ ୬ ଜଣ ପ୍ରସୂତୀ ମା ରହିଥିବା ବେଳେ ଆଜି ୨ ଜଣ ପ୍ରସୂତୀ ମା ଆସି ଥିବା ଦେଖା ଯାଇଛି l ପ୍ରସୂତୀ ମା ମାନେ ପ୍ରସୂତୀ ହେବା ୧୫ ଦିନ ପୂର୍ବରୁ ଉକ୍ତ ମା ଗୃହରେ ମାଗଣା ରେ ରହିବା, ଖାଇବା, ମାଗଣା ସ୍ୱାସ୍ଥ୍ୟ ସେବା ପାଇବା, ଯୋଗ ଅଭ୍ୟାସ କରାଇ ସ୍ୱାସ୍ଥ୍ୟ ସୁସ୍ଥ ରଖିବା, ସକାଳ ଓ ସନ୍ଧ୍ୟା ପ୍ରାର୍ଥନା କରିବା, ଦେଶୀଆ ଗୀତର ଆସର ବନାଇ ମନ ସବୁସମୟରେ ଖୁସିରେ ରଖିବା, ପ୍ରସୂତୀ ତାରିଖ ହେଲେ ୧୦୮ ଗାଡିରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମା ଗୃହର କର୍ମଚାରୀ ମାନଙ୍କ ସହଯୋଗରେ ସୁଖ ପ୍ରସବ କରାଇ ସୁସ୍ଥ ହେବା ପରେ ତାଙ୍କ ଗୃହକୁ ଗାଡିରେ ବିନା ଖର୍ଚ୍ଚ ରେ ନେଇ ସୁରକ୍ଷିତ ଅବସ୍ଥା ରେ ଛାଡି ଥାଆନ୍ତି l ଉକ୍ତ ମା ଗୃହଟି ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶା ଏବଂ କ୍ୟାରାମ ଅର୍ଗାନାଇଜେସନ (ପି ପି ପି ମୋଡ)ମିଳିତ ସହଭାଗୀତା ରେ ଚାଲୁ ଥିବା ବେଳେ କ୍ୟାରାମ ଅର୍ଗାନାଇଜେସନ ର ଅଧ୍ୟକ୍ଷ ଡଃ ଜୀବନ କୁମାର ଦିକ୍ଷୀତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବେଶ୍ ସୁନ୍ଦର ପରିଚାଳନା ଚାଲିଛି l ଉକ୍ତ ମା ଗୃହରେ ପ୍ରସୂତୀ ମା ମାନେ ପ୍ରବେଶ କରିବା ପୂର୍ବରୁ ସେନିଟାଇଜରରେ ହାତ ଧୋଇ ପ୍ରବେଶ କରିଥାନ୍ତି l

ଆଜି ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ହାତରେ ପ୍ରସୂତୀ ମହିଳାଙ୍କୁ ନିତ୍ୟ ବ୍ୟବହାର କରୁଥିବା ସମାଗ୍ରୀ ଯଥା:–ବ୍ରସ, ପେଷ୍ଟ,ଜିଭ ଛେଲା,ସାମ୍ପୋ, ଲାଇଫବୟ ସାବୁନ ଓ ତେଲ ବୋତଲ ପ୍ରଭୁତି ପ୍ରଦାନ କରିଥିବା ବେଳେ ପ୍ରସୂତୀ ମା ମାନଙ୍କୁ ଫଳ ବଣ୍ଟନ କରିଥିଲେ l ବିଧାୟକ ପ୍ରତିନିଧି ଶ୍ରୀ ରାଓ ବହୁତ ଖୁସି ଅନୁଭବ କରିଥିଲେ l ଅନୁରୁପ ଭାବେ କ୍ୟାରାମ ଅର୍ଗାନାଇଜେସନ ର ଅଧ୍ୟକ୍ଷ ଡଃ ଜୀବନ କୁମାର ଦିକ୍ଷୀତ,କ୍ୟାରାମ ଅର୍ଗାନାଇଜେସନ ର ଉପାଧ୍ଯକ୍ଷ ଡଃ କୁଲଦୀପ ମୋଙ୍ଗା ଓ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତିଙ୍କ ଦ୍ଵାରା ପ୍ରସୂତୀ ମହିଳା ମାନଙ୍କୁ ପ୍ରଦାନ କରାଯାଇଥିଲାl ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ସଂଯୋଜିକା କୁମଣି ମାଝୀ, ମହିଳା ସ୍ୱାସ୍ଥ୍ୟ ସହାୟିକା ଶାନ୍ତି ଭଣ୍ଡାରି, ବିମଳା ଟାକ୍ରୀ, ନମିତା କୁମାରୀ କୁଶ ଓ ରନ୍ଧନ ସହାୟିକା ସରା ଜାନୀ ପ୍ରମୁଖ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ଡାବୁଗାଁ ବ୍ଳକ ପ୍ରତିନିଧି ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଶାକର୍ମୀ ମlର୍ଥମଣି ନାଏକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ ଅଂଚଳରେ ମନ୍ଥର ଗତିରେ ଚାଲିଛି ଧାନ କିଣା, ଆସୁନାହିଁ ଗାଡି ,ଚିନ୍ତାରେ ଚାଷୀ

Sunil Chandra Nayak

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

Sunil Chandra Nayak

Leave a Comment

error: Content is protected !!