ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହୋ ସମାଜ ସମନ୍ବୟ ସମିତି ତରଫରୁ ବିଭିନ୍ନ ଦାବି ନେଇ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା

 ମୟୂରଭଞ୍ଜ -୧୭/୭ ( ମସିହା) ସାରା ଓଡ଼ିଶାରେ ୧୩ ଲକ୍ଷରୁ ଉର୍ଦ୍ଧ୍ବ ହୋଭାଷା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି ।ବିଶେଷତଃ ମୟୂରଭଞ୍ଜ,କେନ୍ଦୁଝର ,ଯାଜପୁର,ସୁନ୍ଦରଗଡ଼, ଅନୁଗୋଳ ଜିଲ୍ଲାରେ । ସେମାନଙ୍କର ସ୍ବତନ୍ତ୍ର ଭାଷା ଅଲ୍ ଗୁରୁ ଲାକୋ ବଦ୍ରାଙ୍କ ଦ୍ବାରା ସୃଜନ ହୋଇଥିବା ଓ୍ବାରାଂଚିତି ଲିପି ଅଛି । ସେମାନଙ୍କର ସ୍ବତନ୍ତ୍ର ସଂସ୍କୃତି,ପରଂପରା,ଭାଷା,ଲୋକକଳା , ଧାର୍ମିକ ପୂଜାସ୍ଥଳ, ନୃତ୍ୟ,ସଂଗୀତ ରହିଛି ।ହେଲେ ଦିର୍ଘ ବର୍ଷ ଧରି ସେମାନଙ୍କ ଭାଷାକୁ ଅଷ୍ଟମ ଅନୁଛେଦରେ ସମ୍ବିଧାନରେ ସ୍ଥାନିତ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜିଯାଏଁ କେନ୍ଦ୍ର ଓ‌ ରାଜ୍ଯ ସରକାର ଆଜିଯାଏଁ ଗୁରୁତ୍ବ ଦେଉ ନାହାନ୍ତି ।ଯାହାଫଳରେ ସେମାନଙ୍କ ଭାଷା, ସଂସ୍କୃତି ଆଜି ବିପନ୍ନ । ସମ୍ବିଧାନର ମୌଳିକ ଅଧିକାର ସମସ୍ତ ଶିଶୁ ଅଙ୍ଗନବାଡିରେ ନିଜ ମାତୃଭାଷାରେ ପାଠ ପଢିପାରିବେ । ସରକାରଙ୍କ ଅଣଦେଖା ଯୋଗୁଁ ହୋ ସମାଜର କୋମଳମତି ଶିଶୁମାନେ ନିଜ ମାତୃଭାଷାରୁ ବଂଚିତ ଅଛନ୍ତି । ତେଣୁ ମୟୂରଭଞ୍ଜ ଜିଲ୍ଲାର ତିରିଂ ଵ୍ଳକର ହୋ ସମାଜର ଆବାଳବୃଦ୍ଧବନିତା ସେମାନଙ୍କ ଧାର୍ଯ୍ୟ ଦାବି ପାଇଁ ଆଜି ଏକ ବିଶାଳ ଶୋଭାଯାତ୍ରାରେ ପାରଂପାରିକ ବେଶଭୂଷାରେ ବାଜା,ନୃତ୍ୟର ତାଳେ ତାଳେ ନୂଆଗାଁ ଛକରୁ ତିରିଂଵ୍ଳକ ପର୍ଯ୍ୟନ୍ତ ଦେଢ଼ କିମି ଚାଲି ଚାଲି ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ଏକ ଲିଖିତ ଦାବିପତ୍ର ସହ ସେମାନଙ୍କ ସମସ୍ୟା ଉପରେ ବିଡ଼ିଓଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କ ର ଦାବି ତିରିଂଵ୍ଳକରେ ୩୦ ହଜାରରୁ ଉର୍ଦ୍ଧ୍ବ ହୋ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । କିନ୍ତୁ ସରକାରଙ୍କ ଅଣଦେଖା ଯୋଗୁଁ ହୋଭାଷା ବହୁଳ ଅଂଚଳରେ( ଏମ ଟିଏଲ) ଅଙ୍ଗନବାଡ଼ି କେନ୍ଦ୍ରରେ ହୋ- କୋହ୍ଲ ଭାଷାକୁ ସଂପୂର୍ଣ୍ଣ ବାଦ କରି ମୁଣ୍ଡା ଉଲ୍ଲେଖ କରାଯାଇଛି ।ଯାହାଫଳରେ ଶିଶୁମାନେ ହୋ- ଭାଷାରେ ପଢିବାକୁ ବଂଚିତ ହେଉଛନ୍ତି ।ତେଣୁ ତୁରନ୍ତ ସର୍ଭେ କରାଯାଇ ହୋ ଭାଷାକୁ ସାମିଲ କରାଯାଉ । ସେହିଭଳି ତିରିଂ ବ୍ଳକର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ଏସ ଏସ ଡି ବିଦ୍ୟାଳୟରେ ହୋ ଭାଷାରେ ବହୁଭାଷୀ ଶିକ୍ଷକ/ ଶିକ୍ଷୟତ୍ରୀ ନିଯୁକ୍ତି ଦିଆଯାଉ । ସେମାନଙ୍କ ଧାର୍ମିକ ସ୍ଥଳରେ ଅଧିକ ଅର୍ଥ ମଂଜୁର କରାଯିବା ସହ ଉନ୍ନତି କରଣ ,ସ୍ଥାୟୀ ପଟ୍ଟା, ଏବଂ ଦେବାଦେବୀ ରୂପେ ପୂଜା ପାଉଥିବା ଶାଳ,ମହୁଲ,ମାଫିଆ,କେନ୍ଦୁ,ଜାମୁଗୋଛ ରୋପଣ କରାଯାଉ । ଯାହାଦ୍ବାରା ତାଙ୍କର ସଂସ୍କୃତି ରକ୍ଷଣ ସହ ପ୍ରକୃତି ଓ ପରିବେଶ ସୁରକ୍ଷା କରାଯିବ ।ପଡୋଶୀ ଝାଡଖଣ୍ଡ ରାଜ୍ୟର ଚାଇଁଵସାର କୋହ୍ଲାନ ବିଶ୍ବ ବିଦ୍ୟାଳୟ ଏବଂ ରାଞ୍ଚି ବିଶ୍ବ ବିଦ୍ୟାଳୟ ପରି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ବ ବିଦ୍ୟାଳୟରେ ହୋ ଭାଷାରେ ସ୍ନାତକୋତ୍ତର ( ପି .ଜି) ପାଠ୍ୟକ୍ରମ ଖୋଲାଯାଇ ।ତଦସହ ଓଡ଼ିଶାରେ ୧୩ ଲକ୍ଷରୁ ଉର୍ଦ୍ଧ୍ବ ହୋଭାଷାଭାଷୀ ଲୋକେ ଵସ ବାସ କରୁଛନ୍ତି ।ତେଣୂ ହୋଭାଷାକୁ ଦିତୀୟ ରାଜଭାଷା ର ମାନ୍ୟତା ଦିଆଯାଉ । ସରକାର ଯଦି ଆଗାମି ଦିନରେ ଏହି ଦାବୀ ପ୍ରତି ସମାଧାନ ନ କରନ୍ତି ଆଗାମି ଦିନରେ ଆନ୍ଦୋଳନ ତିବ୍ରତର ହେବ । ଅପ୍ରିତୀକର ପରିସ୍ଥିତି ପ୍ରତି ସରକାର ଦାୟୀ ରହିବେ ବୋଲି ନେତୃବୃନ୍ଦ କହିଥିଲେ ।ଏହି ଶୋଭାଯାତ୍ରାରେ ହୋ – କୋହ୍ଲ ସଂପ୍ରଦାୟର ବିଦ୍ୱାନ, ଶିକ୍ଷାବିତ୍, ସଂସ୍କୃତିପ୍ରେମୀ,ଭାଷାପ୍ରେମୀ,ଲେଖକ,କବି, ବିଭିନ୍ନ ରାଜନୈତିକ ନେତୃବୃନ୍ଦ, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ତଥା ଯୁବ ସାମାଜିକ କର୍ମୀ ଜଲେନ ବାର୍ତା,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ,ମକ୍କା ବିରୁଆ, ରାମସୁଲନ ପୂର୍ତି ବଡଡାଳିମା ସରପଞ୍ଚ,ତିରିଂଵ୍ଳକ ପୂର୍ବତନ ଅଧ୍ୟକ୍ଷା ଜେମାମଣି ଷୁଣ୍ଡି,ତିରିଂ ବ୍ଳକ ଉପାଧ୍ଯକ୍ଷା ପୂର୍ଣ୍ଣିମା ଵାର୍ଦା, କୁଲୁଘୁଟୁ ସରପଞ୍ଚ ଗୁରୁବାରି ପୂର୍ଣ୍ଣମୀ, କୁଲୁଘୁଟୁ ସମିତି ସଭ୍ୟ ଚାମ୍ବରକୁ ହେମ୍ବ୍ରମ,,ଵୀର୍ସା କାଣ୍ଡେକାଲ,ଯାମଦା ଵ୍ଳକର ନାରୀ ନେତ୍ରୀ ପାର୍ବତୀ ବିରୁଆ ସମେତ ବହୁ ନେତୃବୃନ୍ଦ ଆନ୍ଦୋଳନ ରେ ସାମିଲ ହୋଇଥିଲେ ।ଏହି ଆନ୍ଦୋଳନରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ହୋସମାଜର ଲୋକେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ବୁଥ ପରିଚାଳନା ନେଇ ବୈଠକ 

masiha

ଶିକ୍ଷାଗତ ଯୋଗ୍ୟତା ଆଧାରରେ ଦରମା ସମୀକରଣ ପାଇଁ ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ଶାଖାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!