ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

l l ଜଣାଣ l l

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ଝାଡୁଦାର ମୋତେ କରି ଦିଅ
      ମନ୍ଦିର କରିବି ସଫା
ରାଗ ହିଂସା ସବୁ ଦୂର କରି ଦିଅ
  ମୁକ୍ତ ଜୀବନ ଲଫାପା।
ସକାଳୁ ସଞ୍ଜରେ ଲେଖୁ ଥିବି ପ୍ରଭୁ
     ସଂଗୀତ ଭଜନ ଲେଖା
ଭକତ ହୋଇ ମୁ ଗାନ କରୁଥିବି 
     ପ୍ରଭୁ ମୋ ଜୀବନ ସଖା।
ଚାହିଁଲେ ବଦନ ଆସେ ଭାଷା ଜ୍ଞାନ
     ତୂଳୀରେ ଆଙ୍କଇ ଛବି
ଜୀବନ୍ତ ଦିଶନ୍ତି ମନର ପସନ୍ଦ
    ଭକ୍ତି ଦର୍ଶନ ମୋ ଶାନ୍ତି।
ବଡ଼ଦାଣ୍ଡ ଶୋଭା ଆଖି ଗଲା ମିଶି
    ଭକ୍ତ ମୋ ପ୍ରଭୁ ଏକାଠି
କି ପ୍ରେମ ଭାବର ହୁଏ ଏକାକାର
    ନୃତ୍ୟ ଗୀତର ଗୋଷ୍ଠୀ।
ବିଭିନ୍ନ ଢାଞ୍ଚାରେ ଭାବ ଭଙ୍ଗୀମାନ
     ପ୍ରଭୁଙ୍କୁ କରୁ ଆହ୍ବାନ
ମନର ସନ୍ତୋଷ ରଖୁଛୁ ବିଶ୍ବାସ
    ପ୍ରଭୁ ମୋ ଭକ୍ତି ଜୀବନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ରଙ୍କନିଧି ସେଠୀ ଙ୍କ କବିତା // ଓମ୍ ନମଃ ଶିବାୟ

Sunil Chandra Nayak

ମୋତିଲାଲ ସାହୁ ଙ୍କ କବିତା = ଅନୁତାପ

masiha

ମାମି ପାତ୍ର ଙ୍କ କବିତା l l l ଭୋକ l l l

Sunil Chandra Nayak

Leave a Comment

error: Content is protected !!