ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କୃଷି କାର୍ଯ୍ୟାଳୟର ଡ଼କ୍ୟୁମେଣ୍ଟାରୀ ନିର୍ମାଣ ପାଇଁ ବିଜ୍ଞାପନ କାହା ସ୍ୱାର୍ଥରେ ?

ଭବାନୀପାଟଣା ଦୂରଦର୍ଶନ କେନ୍ଦ୍ରକୁ ଡକୁମେଣ୍ଟାରୀ ପ୍ରସ୍ତୁତ କରିବା ପାଇଁ ନିୟୋଜିତ କରାଗଲେ ଦୂରଦର୍ଶନ ଏହା ପ୍ରସ୍ତୁତ କରି ପ୍ରସାରଣ ମଧ୍ୟ କରନ୍ତା ବୋଲି ଦାବୀ

କଳାହାଣ୍ଡି ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଖରିଫ ଓ ରବି ଋତୁ ନିମନ୍ତେ ଡକୁମେଣ୍ଟାରୀ ନିର୍ମାଣ ନିମନ୍ତେ ଆଗ୍ରହୀ ଏଜେନ୍ସି ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥି ନିମନ୍ତେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା ୭୫୯୨/କୃଷି ତା.୧୭.୭.୨୦୨୩ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସମସ୍ତ ସହକାରୀ କୃଷି ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟ କ୍ଷେତ୍ରର ଉଭୟ ଖରିଫ ଓ ରବି ଫସଲ ନିମନ୍ତେ ଡକୁମେଣ୍ଟାରୀ ପ୍ରସ୍ତୁତକାରୀ ଏଜେନ୍ସି ଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଆବେଦନ କରିବାକୁ ଇଛୁକ ଏଜେନ୍ସି ମାନଙ୍କ ର ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପାନ କାର୍ଡ, ବୈଧ ଜିଏସଟି ସାର୍ଟିଫିକେଟ, ୨୦୨୦-୨୧ ରୁ ୨୦୨୨-୨୩ ତିନି ବର୍ଷର ଆୟକର ରିଟର୍ଣ୍ଣ ଦାଖଲ ସାର୍ଟିଫିକେଟ, ଶେଷ ତିନି ବର୍ଷର ଏଜେନ୍ସି ର ବାର୍ଷିକ ଆୟ ବ୍ୟୟର ଅଡିଟେଡ଼ ବଲାନ୍ସ ସିଟ, ଏଜେନ୍ସି ବିଗତ ତିନି ବର୍ଷରେ ସରକାରୀ ସଂସ୍ଥାର କୃଷି ଓ କୃଷି ସମ୍ପର୍କିତ କାର୍ଯ୍ୟକ୍ରମର ଡକୁମେଣ୍ଟାରୀ କରିଥିବା ବିବରଣୀ ଓ ସରକାରୀ ବିଭାଗୀୟ ଅଦେଶର ନକଲ, ଆବେଦନକାରୀ ଏଜେନ୍ସି କଳାହାଣ୍ଡି ଜିଲ୍ଲାରେ ବିଗତ ତିନିବର୍ଷ ଧରି ଡ଼କୁମେଣ୍ଟାରୀ ପ୍ରସ୍ତୁତ କରିଥିବା ଅନିବାର୍ଯ୍ୟ ଯୋଗ୍ୟତା ହୋଇଥିବା ଏହି ପତ୍ରରେ ଉଲ୍ଲେଖ ରହିଛି। ତେବେ ଅନୁସନ୍ଧାନରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଉଭୟ ଖରିଫ ଓ ରବି ୠତୁ ର ଡକୁମେଣ୍ଟାରୀ ପ୍ରସ୍ତୁତ କରିବା ପାଇଁ ବର୍ଷକୁ ହାରାହାରି ୧୫ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କଳାହାଣ୍ଡି ଜିଲ୍ଲାରେ ଅନେକ ରେଜିଷ୍ଟ୍ରିଭୁକ୍ତ ଡକୁମେଣ୍ଟାରୀ ଏଜେନ୍ସି ଥିବା ସତ୍ତ୍ୱେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଏଜେନ୍ସି ମାନଙ୍କୁ ଉପେକ୍ଷା କରି କ୍ରମାଗତ ଭାବେ ଗତ ୫ ବର୍ଷ ହେଲା ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ଏଜେନ୍ସି କୁ ଡକୁମେଣ୍ଟାରୀ ପ୍ରସ୍ତୁତ ନିମନ୍ତେ ଆଦେଶ ଦିଆଯାଇଛି। ଚଳିତ ବର୍ଷ ପାଇଁ ଆବେଦନକାରୀ ଏଜେନ୍ସି ଙ୍କ କଳାହାଣ୍ଡି ରେ ବିଗତ ତିନିବର୍ଷ ଡକୁମେଣ୍ଟାରୀ ପ୍ରସ୍ତୁତ କରିଥିବା ବାଧ୍ୟତାମୂଳକ ଯୋଗ୍ୟତା କରାଯାଇଛି। ଯଦି ଭୁବନେଶ୍ୱରର ଗୋଟିଏ ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଗତ ୫ ବର୍ଷ କ୍ରମାଗତ ଭାବେ କଳାହାଣ୍ଡି କୃଷି ବିଭାଗ ଡକୁମେଣ୍ଟାରୀ ପ୍ରସ୍ତୁତ ନିମନ୍ତେ ଅର୍ଡର ପାଇ କାମ କରିଛି ତେବେ ଅନ୍ୟ ଏଜେନ୍ସି ବିଗତ ତିନିବର୍ଷ କଳାହାଣ୍ଡି ରେ କୃଷି ଓ କୃଷି ସମ୍ପର୍କିତ ଡକୁମେଣ୍ଟାରୀ ପ୍ରସ୍ତୁତ କରିଥିବା ସାର୍ଟିଫିକେଟ ପାଇବ କୋଉଠୁ? କିଛି ଅଭିସନ୍ଧି ରଖି କେବଳ ସେହି ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଏହି ବର୍ଷ ମଧ୍ୟ କାମ ଦେବା ଉଦ୍ଦେଶ୍ୟରେ ସେହି ଏଜେନ୍ସିକୁ ସୁହେଇଲା ଭଳି ଦରଖାସ୍ତ ଆହ୍ୱାନ କରାଯାଇଛି ବୋଲି କଳାହାଣ୍ଡି ଜିଲ୍ଲାର ରେଜିଷ୍ଟ୍ରିଭୁକ୍ତ ଡକୁମେଣ୍ଟାରୀ ପ୍ରସ୍ତୁତକାରୀ ଏଜେନ୍ସି ମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ଡକୁମେଣ୍ଟାରୀ ପ୍ରସ୍ତୁତ ନିମନ୍ତେ ଦରଖାସ୍ତ ଆହ୍ୱାନ ପତ୍ର କୃଷି ବିଭାଗର ବିଶ୍ୱସନିୟତା ଉପରେ ଆଙ୍ଗୁଳି ନିର୍ଦେଶ କରିବା ସହ ଏଥିରେ ଷଡ଼ଯନ୍ତ୍ରର ଗନ୍ଧ ବାରି ହେଉଛି। ଯଦି କଳାହାଣ୍ଡି ରେ ଉପଯୁକ୍ତ ଡକୁମେଣ୍ଟାରୀ ପ୍ରସ୍ତୁତକାରୀ ଏଜେନ୍ସି ଅଛନ୍ତି ସେମାନଙ୍କୁ କାହିଁକି କୃଷି ବିଭାଗ ଉପେକ୍ଷା କରୁଛି ? ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍ଥା କୁ ଗତ ପାଞ୍ଚ ବର୍ଷ ହେଲା ଡକୁମେଣ୍ଟାରୀ ପ୍ରସ୍ତୁତ ନିମନ୍ତେ କାର୍ଯ୍ୟାଦେଶ ଦେବା ଓ ଚଳିତ ବର୍ଷ ସେହି ନିର୍ଦ୍ଦିଷ୍ଟ ସଂସ୍ଥାକୁ ହିଁ ସୁହେଇଲା ଭଳି ବିଜ୍ଞାପନ ଦେବାର ରହସ୍ୟ କଣ ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି। କୃଷି ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ଦାବି ହେଉଛି। ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଲାଗି ଭବାନୀପାଟଣା ଦୂରଦର୍ଶନ କେନ୍ଦ୍ର ରହିଛି। ଦୂରଦର୍ଶନ କେନ୍ଦ୍ର କୁ କାହିଁକି ଡକୁମେଣ୍ଟାରୀ ପ୍ରସ୍ତୁତ କାର୍ଯ୍ୟ ଦିଆଯାଉନାହିଁ। ଦୂରଦର୍ଶନ କେନ୍ଦ୍ରକୁ ଡକୁମେଣ୍ଟାରୀ ପ୍ରସ୍ତୁତ କରିବା ପାଇଁ ନିୟୋଜିତ କରାଗଲେ ଦୂରଦର୍ଶନ ଏହା ପ୍ରସ୍ତୁତ କରି ପ୍ରସାରଣ ମଧ୍ୟ କରନ୍ତା। ଯାହା ଦ୍ୱାରା କଳାହାଣ୍ଡି ଜିଲ୍ଲାର କୃଷକମାନେ ମଧ୍ୟ କୃଷି ସମ୍ବନ୍ଧୀୟ ସୂଚନା ପାଇ ପାରନ୍ତେ ବୋଲି କୃଷକ ନେତାମାନେ ମତ ଦେବା ସହ ରାଜ୍ୟ କୃଷି ବିଭାଗ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ବିଗତ ୫ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ଏଜେନ୍ସି କୁ ଡକୁମେଣ୍ଟାରୀ ନିର୍ମାଣ ପାଇଁ ଦିଆଯାଇଥିବା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Rayagada Forest Fire: 1000 Hectares of Forest Land Affected in First 5 Months

masiha

ଅବିନାଶ ପାଢ଼ୀ ଓପି ଏସ ସି ଡାକ୍ତରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

masiha

କଳାହାଣ୍ଡି: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ମୋହନଗିରି ଗସ୍ତ

masiha

Leave a Comment

error: Content is protected !!