ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୬୯ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ : ପ୍ଲାଟିନମ ଜୁବୁଲି ପାଳନରେ ପୂର୍ଣ୍ଣ ସହଯୋଗର ନିଷ୍ପତି

କଟକ : ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠର ୧୯୬୯ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଥଙ୍ଗା ସ୍ଥିତ ମା’ କୁଲେଇଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ପ୍ରଥମେ ବ୍ୟାଚର ଜଣେ ସଦସ୍ୟ ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ଏହା ବ୍ୟତୀତ ସ୍କୁଲର ପ୍ଲାଷ୍ଟିନମ ଜୁବୁଲି,ଅଗଷ୍ଟ ମାସରେ ସୁନାମଧନ୍ୟ ଶିକ୍ଷକ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ତିରୋଧାନ ଦିବସରେ ୧୯୬୯ ବ୍ୟାଚ ପକ୍ଷରୁ ଦିଆଯାଉଥିବା ଟ୍ରଫି ଓ ଆର୍ଥିକ ଅନୁଦାନ ସମନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ସ୍କୁଲ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲି ପାଳନ ହେଉଥିବାରୁ ଏଥିରେ ୧୯୬୯ ମସିହା ମାଟ୍ରିକ ବ୍ଯାଚ ପୂର୍ଣ୍ଣ ସହଯୋଗ କରିବା ସହିତ ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ତତ୍ ସହିତ ଉତ୍ସବ ପାଇଁ ପ୍ରକାଶିତ ହେବାକୁ ଥିବା ସ୍ମରଣିକା ପାଇଁ ସ୍କୁଲ ଜୀବନର ସ୍ମୃତି କିମ୍ବା ସ୍ବର୍ଗତ ପ୍ରହରାଜଙ୍କ ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ଲେଖା ପ୍ରଦାନ କରିବାକୁ ସ୍ମରଣିକାର ମୁଖ୍ୟ ସମ୍ପାଦକ ଅବସରପ୍ରାପ୍ତ ଉଚ୍ଚ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଡ଼.ହେମନ୍ତ କୁମାର ଦାସ ଅନୁରୋଧ କରିଥିଲେ । ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଆର୍ଥିକ ସହଯୋଗ ତଥା ସମସ୍ତ ସମର୍ଥନ ପ୍ରଦାନ କରିବା ପାଇଁ ଉକ୍ତ ବ୍ୟାଚର ଛାତ୍ର ତଥା ଭାରତ ସରକାରଙ୍କ ଅବସରପ୍ରାପ୍ତ ପ୍ରମୁଖ ମୁଖ୍ୟ ଆୟକର କମିଶନର ତ୍ରୈଲୋକ୍ୟ ନାଥ ଜେନା, ଅବସରପ୍ରାପ୍ତ ସେଲ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର କର,ଡ. ଲିଙ୍ଗରାଜ ହୋତା ପ୍ରମୁଖ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଶତପଥୀ, ରବୀନ୍ଦ୍ର ନାଥ ଭୋଇ, ତ୍ରୈଲୋକ୍ୟ ନାଥ ରାଉତରାୟ, ବିଜୟ ରାମ ବେଉରା,ମୋହନ ସୁନ୍ଦର ପରିଡ଼ା,ଦୋଳ ଗୋବିନ୍ଦ ଲେଙ୍କା,ରାଧାଶ୍ୟାମ ଭୂୟାଁ,ଶରତ ଚନ୍ଦ୍ର ଜେନା,ବିରେନ୍ଦ୍ର ଦାସ,ଭରତ ମାଝୀ ଓ ପୁରାତନ ଛାତ୍ରୀ ପ୍ରମିଳା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଦେଶୀବେହେରା ସାହିସ୍ଥ ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଗିରି ଗୋବର୍ଦ୍ଧନ ମହୋତ୍ସବ

masiha

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

masiha

କନେଷ୍ଟବଲ ନିଯୁକ୍ତି ରେ ଓବିସି ଓ ଏସସି ବର୍ଗ ଙ୍କୁ ଉପେକ୍ଷା । ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

Sunil Chandra Nayak

Leave a Comment

error: Content is protected !!