ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ି. ଆର.ୟୁ.ସି.ସି.(ରେଳ ବାଇ ବୋର୍ଡ଼) ର ସଦସ୍ୟ ଡଃ ସୁବାସ ଲେଙ୍କାଙ୍କ ଦ୍ୱାରା ରେଳ ଷ୍ଟେସନ ନୀରିକ୍ଷଣ

ରାଉରକେଲା – ଡି. ଆର.ୟୁ.ସି.ସି.ରେଳ ବାଇ ବୋର୍ଡ଼, ନୂଆ ଦିଲ୍ଲୀ ର ସଦସ୍ୟ ଡଃ ସୁବାସ ଚନ୍ଦ୍ର ଲେଙ୍କା ଙ୍କ ସମେତ ଏକ ୭ ଜଣିଆ ଟିମ ରାଉରକେଲା ରେଳବାଇ ଷ୍ଟେସନ ନୀରିକ୍ଷଣ କରିଥିଲେ ।ଏଥିରେ ରେଳବାଇ ପକ୍ଷରୁ ସି ସି ଆଇ ତପନ କୁମାର ମଣ୍ଡଳ,ଷ୍ଟେସନ ମାଷ୍ଟର ପ୍ରଭାସ କୁମାର ଦାଶ ଏବଂ ଅନ୍ୟମାନଙ୍କ୍ ମଧ୍ୟରେ ଡ଼ଃ ଉମାକାନ୍ତ ପଣ୍ଡା,ଉମା ଶଙ୍କର ତିୱାରି ,ଏ ସି ମଣ୍ଡଳ,ଉମେଶ ପାସୱାନ୍ ,ଦିନେସ୍ ମିଶ୍ର,ପୁଲକ, ଦିଲୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଷ୍ଟେସନ ପରିସରରେ ନୀରିକ୍ଷଣ କାର୍ଯ୍ୟରେ ସହଯୋଗ କରିଥିଲେ ।ଷ୍ଟେସନ ପରିସରରେ ଥିବା ସମସ୍ତ ପ୍ଲାଟଫର୍ମ ର ପରିଷ୍କାର ପରିଛ୍ଛନତା,ସମସ୍ତ ବୁକ ଷ୍ଟଲ, ଟି ଷ୍ଟଲ, ମୋଟର ଗାଡି ଷ୍ଟାଣ୍ଡ ମାନଙ୍କର ଲାଇସେନ୍ସ ଯାଞ୍ଚ ସହିତ ଫୁଟଓଭର ବ୍ରିଜ଼ , ଷ୍ଟେସନ ଦୁଇ ପାଖରେ ଥିବା ଟିକେଟ ବୁକିଙ୍ଗ କାଉଣ୍ଟର, ଲିଫ୍ ଟିଂ, ଏକ୍ସା ଲେଟର, କାର୍ଯ୍ୟକ୍ଷମ ଥିବା ୬ ଓ ୭ ପ୍ଲାଟଫର୍ମ, ଖାନ ପାନ, ବିଶ୍ରାମ ଗୃହ, ଶୌଚାଳୟ, ଇତ୍ୟାଦି ଗୁଡିକୁ ନୀରିକ୍ଷଣ କରିଥିଲେ । ଏହା ଛଡା ବହୁ ପ୍ରତିକ୍ଷିତ ପ୍ରସ୍ତାବ ଥିବା ରାଉରକେଲା ରୁ ଭଦ୍ରକ ଦୁଇ ଯୋଡ଼ା ଇଣ୍ଟର ସିଟି ଟ୍ରେନ ଚାଲୁ କରିବା କୁ ପ୍ରସ୍ତାବ ରଖା ଯାଇଛି।

 ଏ ସମ୍ବନ୍ଧରେ ଷ୍ଟେସନ ର ସି ସି ଆଇ ତପନ ମଣ୍ଡଳ ଓ ଷ୍ଟେସନ ମାଷ୍ଟ୍ରର ପ୍ରଭାସ ଦାଶ ଙ୍କ ସହିତ ଆଲୋଚନା କରାଯାଇଥିଲା । ଏସବୁ ବ୍ୟତୀତ ଗାର୍ଡ ଲଵି, ଟ୍ରେନ ପାଇଲଟ ମାନଙ୍କର କାର୍ଯ୍ୟାଳୟ,ନୀରିକ୍ଷଣ ସହିତ ସମସ୍ତ ପ୍ଲାଟ ଫର୍ମ୍ ମାନଙ୍କରେ ଥିବା ମିଠା ଜଳ ସେବା ମେସିନ ଗୁଡିକୁ ସଜଡା ଯାଇ କାର୍ଯ୍ୟକ୍ଷମ କରା ଯିବାକୁ ପରାମର୍ଶ ଦେଇଥିଲେ। ଷ୍ଟେସନ ଦୁଇ ପାଖରେ ରହିଥିବା ମୋଟରଯାନ ଷ୍ଟାଣ୍ଡ ର ଗାଡି ପିଛା ପୁନଃ ମୂଲ୍ୟ ନିର୍ଧାରଣ ପୂର୍ବକ ହ୍ରାସ କରିବାକୁ ପରାମର୍ଶ ଦିଆ ଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

Sunil Chandra Nayak

ଚାରି ଦିନ ହେଲା କାମ କରୁନାହିଁ ଗୋଳାମୁଣ୍ଡା ଏସ ବି ଆଇ ଏ ଟି ଏମ ଲୋକେ ହଇରାଣ

Sunil Chandra Nayak

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

masiha

Leave a Comment

error: Content is protected !!