କାମାକ୍ଷାନଗର (ମନିସ )27/7/23 // ଭୁବନେଶ୍ୱର ସ୍ଥିତ,ଧଉଳି ଚାରୁ କଳା ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ 2023 ପାଳନ ଉତ୍ସବ ରେ ଢେଙ୍କାନାଳ ମାଟିର ପୁଅ ପୁରସ୍କୃତ ହୋଇଛନ୍ତି l ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ବିଦ୍ୟାଧର ପୁର ର ଗଦାଧର ନାଏକ ଙ୍କ ପୁତ୍ର ଶିଳ୍ପୀ ଗତିକୃଷ୍ଣ ନାଏକ କୃତିତ୍ୱ ଲାଭ କରିଛନ୍ତି l ଧଉଳି ପାଦଦେଶ ରେ ରହିଥିବା ଧଉଳି ଚାରୁ କଳା ମହାବିଦ୍ୟାଳୟର ଉତ୍ସବ ରେ ଶିଳ୍ପୀ ଗତିକୃଷ୍ଣ ନାଏକ ଙ୍କୁ ତାଙ୍କର ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ରହିଥିବା ଅବଦାନ ଙ୍କୁ ପାଥେୟ କରି ଏହି ପୁରସ୍କାର ପ୍ରଦାନ କରାଯାଇଛି l ଯେଉଁ ସଭାରେ ମୁଖ୍ୟ ଅତିଥି ରୂପେ, ରାଜ୍ୟ ସରକାର ଙ୍କ ସି. ଏସ. ଆର କାଉନସିଲ ମେମ୍ବର ଏବଂ ମେଣ୍ଟର ଆଇ. ଆଇଟି ଆଇ ଏସ.ଏମ,ଧନବାଦ ର ସଂଜିତ କୁମାର ବେହେରା, ସାନମାନୀୟ ଅତିଥି ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣା, ସସ୍ମିତା ମହାନ୍ତି, ମୁଖ୍ୟ ବକ୍ତା ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଓ ଲଳିତ କଳା ଏକାଡେମୀ ର ସଚିବ ଡ.ପଞ୍ଚାନନ ସାମଲ ଏବଂ ମହାବିଦ୍ୟାଳୟ ର ଅଧକ୍ଷ ଚନ୍ଦନ କୁମାର ସାମଲ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ l