ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣ୍ଡା ହାରିଆ ଗୁଡା ପ୍ରାଥମିକ ବିଦ୍ୟାଳୟ ଚାଲିଛି ଜଣେ ଶିକ୍ଷକ ରେ 

ତେନ୍ତୁଳିଖୁଣ୍ଟି ୩୦/୦୭/୨୩ // ପାଞ୍ଚ ଟି ଶ୍ରେଣୀକୁ ଜଣେ  ଶିକ୍ଷକ ।ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାହାରିଆଗୁଡା ପ୍ରାଥମକ ବିଦ୍ୟାଳୟ ରେ।ଛାତ୍ର ଛାତ୍ରୀ ମାନଙ୍କ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର  ବିଭିନ୍ନ ଯୋଜନା କରୁଛନ୍ତି ।ଏପରିକି ଶିକ୍ଷକ ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି।ସରକାର ଙ୍କ ଯୋଜନା  ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ 5T ରେ ରୂପାନ୍ତରିତ ହେଉଛି । ବଣ୍ଡା ହାରିଆ ଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ୨ ବର୍ଷ ହେବ ଗୋଟିଏ ଶିକ୍ଷକ ଚାଲିଛି।ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଏକମାତ୍ର ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ କିପରି ସମ୍ଭବ ହେଉଥିବ ଅନୁମେୟ। ଏହି ପାଞ୍ଚଟି ଶ୍ରେଣୀ ରେ ୪୫ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି।।ଲାଗୁଛି ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ର  କୌଣସି ଦାୟିତ୍ଵ ନଥିବ। ନଚେତ ଏପରି ଦାୟିତ୍ଵ ହିନ କାମ କରିନଥାନ୍ତେ।କାହିଁକି ଏହି ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗ ର ଏପରି ଅବହେଳା ।ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କଲା ପରେ ଗୋଟିଏ ଶିକ୍ଷକ ଙ୍କୁ ଡେପୁଟେଶନ ରେ ଦେଇ ଥିଲେ ।କିନ୍ତୁ ଦୁଇ ତିନି ମାସ ପରେ  ଡେପୁଟେଶନ ରେ ଦେଇଥିବା ଶିକ୍ଷକ ଙ୍କୁ ଫେରେଇ ନେଇଯାଇ ଥିଲେ।ଗତ ୨୦୨୧ ମସିହା ନଭେମ୍ବର ମାସ ଠାରୁ ଏହି ବିଦ୍ୟାଳୟରେ ଜଣେ ଶିକ୍ଷକ ରହିଛନ୍ତି ।୫ଟି ଶ୍ରେଣୀରେ କିପରି ଭାବେ ପାଠ ପଡେଇବେ ,ତାହାହିଁ ଏକ ଚିନ୍ତାର ବିଷୟ ପାଲଟିଛି।  ଶିକ୍ଷକ ଜଣକ ବାରମ୍ବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବରେ ଜଣାଇ ଛନ୍ତି।କିନ୍ତୁ କୌଣସି ପଦକ୍ଷେପ ନେଉ ନ ଥିବା କହିଛନ୍ତି ।ଯଦି ଶିକ୍ଷକ ଙ୍କୁ ଜରୁରୀ କାଳୀନ ଛୁଟି ଆବଶ୍ୟକ ହେଲେ ବହୁ କଷ୍ଟ ରେ ମିଳୁଛି ।ଅନ୍ୟ ଜଣେ ଶିକ୍ଷକ ଙ୍କୁ ଡେପୁଟେସନ ରେ ଦେବା ପରେ ଛୁଟି ମିଳୁଛି। ଏକମାତ୍ର ଶିକ୍ଷକ ଙ୍କୁ ଛୁଟି ଦେବା ବେଳେ ଡେପୁଟେସନ ରେ ଶିକ୍ଷକ ଦିଆ ଯାଉଥିବାବେଳେ ସ୍ଥାୟୀଭାବେ କାହିଁକି ରାଜ୍ୟସରକାର ଙ୍କ ବିଦ୍ୟାଳୟ ପରିଚାଳନା ନିୟମ ପ୍ରକାରେ ଛାତ୍ର ଛାତ୍ରୀ ଅନୁପାତ ଓ ଶ୍ରେଣୀ ସଂଖ୍ୟା ଭିତ୍ତିରେ ଅତିରିକ୍ତ ଶିକ୍ଷକ ଡେପୁଟେସନ ରେ ଦେଉନାହାନ୍ତି ପ୍ରଶ୍ନବାଚୀ। ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ଦେବା ପାଇଁ ଗ୍ରାମ ବାସି ପ୍ରଶାସନ କୁ ଜଣାଇ ଛନ୍ତି ।ତେବେ ଏହି ବିଦ୍ୟାଳୟରେ ଶିକ୍ଷକ ପଦବୀ କେବେ ପୁରଣ ହେଉଛି ତାହା ଦେଖିବାକୁ ବାକି ରହିଲା । ବ୍ଲକ ଏ ବି ଇ ଓ ମୋହନ ମଧୁସୂଦନ ବାଘ ଙ୍କୁ ପଚାରି ବାରୁ କହିଲେ ଉକ୍ତ ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷକ ଥିଲେ ,ଜଣ ଙ୍କ ସଡ଼କ ଦୁର୍ଘଟଣା ରେମୃତ୍ୟୁପରେ ଖାଲି ରହିଛି ,ଜଣଙ୍କୁ ଡେପୁଟେସନ ଦିଆ ଯାଇଥିଲା ତାଙ୍କର ପଦୋନ୍ନତି ହେବାରୁ ଖାଲି ଅଛି ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଅନୁମତି ପରେ ଡେପୁଟେସନ ଆଉ ଜଣଙ୍କୁ ଦିଆଯିବ। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଶ୍ବ ସମ୍ବାଦକେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ସମାରୋହ – ୨୦୨୬

୨୫ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ସମ୍ପନ୍ନ  ଶ୍ରେଷ୍ଠ ପ୍ରାୟୋଜିତ ନାଟକ ତୋ କଥା ଭାରି ମନେ ପଡେ, ଶ୍ରେଷ୍ଠ ନିର୍ଦ୍ଦେଶକ ଗଙ୍ଗାଧର ରାଉତ, ଶ୍ରେଷ୍ଠ ଅଭିନେତା ଶୁଭେନ୍ଦୁ ସାମଲ ଓ ଶ୍ରେଷ୍ଠ ଅଭିନେତ୍ରୀ ମଧୁମିତା ମହାନନ୍ଦ ସମ୍ବର୍ଦ୍ଧିତ 

Sunil Chandra Nayak

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

Leave a Comment

error: Content is protected !!