ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

ମୟୂରଭଞ୍ଜ -୩୧/୭ ( ମସିହା)ଗତ ୩ ମାସ ଧରି ମଣିପୁର ଅଶାନ୍ତ ସେ ହୋଇ ପଡ଼ିଛି ।ସେଠାରେ ନିରିହ ମହିଳାଙ୍କ ଉପରେ ଵର୍ଵୋଚିତ ଆକ୍ରମଣ,ହିଂସା,ବ୍ୟଭିଚାର,ନିରନ୍ତର ସାଂପ୍ରଦାୟିକ ଗଣ୍ଡଗୋଳ ଲାଗି ରହିଛି ।ଵିଚ ରାସ୍ତାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଵ୍ଯଭିଚାର‌ କରାଯାଇଥିଵା ଦୃଶ୍ୟ ମୋଵାଇଲରୁ ମୋବାଇଲ ଭାଇରାଲ ହେଉଛି । ସେଠାକାର ସରକାର ସୁରକ୍ଷା ଦେଇ ପାରୁନାହାନ୍ତି ପିଡିତା ମାନଙ୍କୁ ।ଭାରତର ମହାମହିମ ରାଷ୍ଟ୍ରପତି ହେଉଛନ୍ତି ଆଦିବାସୀ ବର୍ଗର ମହିଳା । ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ଅନ୍ୟାୟ ଓ ବ୍ୟଭିଚାର ମାମଲାରେ ରାଷ୍ଟ୍ରପତିଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ତାଙ୍କ ପାଖରେ ସମ୍ବିଧାନର ଅଖଣ୍ଡ କ୍ଷମତା ରହିଛି ଯାହାକୁ ସେ ବ୍ୟବହାର କରି ପାରନ୍ତେ ।ମଣିପୁର ଘଟଣାକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସେଠାରେ ମଣିପୁର ଘଟଣାରେ ମୁହଁ ଫିଟାଉ ନ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତା ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପରେ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ଼୍ଯରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ସେଠାରେ ମଣିପୁରରେ ମାମଲାରେ ତୁରନ୍ତ ହସ୍ତକ୍ଷେପ ସହ ଶାନ୍ତି ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ।ଆଗାମି ୭ ଦିନ ମଧ୍ୟରେ ରାଷ୍ଟ୍ରପତି କିଛି ପଦକ୍ଷେପ ନ ନେଲେ ଝାମୁମୋ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଥିଲେ ।ଆନ୍ଦୋଳନରେ ଝାମୁମୋ ପ୍ରବକ୍ତା ସୁନିଲ ମାଝୀ, ପବନ କୁମାର ,ସନାତନ ମୁଣ୍ଡା, କେନ୍ଦ୍ରୀୟ କମିଟି ସଦସ୍ଯ ସାଲୁ କିସ୍କୁ,ମନୋରଂଜନ ପିଙ୍ଗୁଆ,ସେକ୍ ସାନଓ୍ଵାର ସମେତ ବହୁ ଝାମୁମୋ କର୍ମିବୃନ୍ଦ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ଓଡ଼ିଆ ପକ୍ଷ ପାଳନ  ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ 

masiha

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

Sunil Chandra Nayak

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!