ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭି ସତ୍ୟନାରାୟଣଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସଭାପତି ନରେନ୍ଦ୍ର ନିଶାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ଅଜୟ ନିଶାଲ, ବିଦ୍ୟାଳୟ କମିଟି ସଭ୍ୟ ଟୁଟୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମୋଟ ୨୩୯ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରାଯାଇଥିଲା | ସରକାରଙ୍କ ତରଫରୁ ପିଲାଙ୍କୁ ଉତ୍ସାହିତ ଏବଂ ପାଠ ପ୍ରତି ଆକର୍ଷିତ କରିବା ପାଇଁ ପ୍ରତ୍ୟେକ ବର୍ଷ ପୋଷାକ ଯୋଗେଇ ଦିଆଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟରେ ପୋଷାକ ବିତରଣ କରାଯାଉଥିବା ବିଦ୍ୟାଳୟ ସଭାପତି ନରେନ୍ଦ୍ର ନିଶାଲ କହିଥିଲେ | ପ୍ରତ୍ୟେକ ବର୍ଷ ପିଲାଙ୍କୁ ଦୁଇ ହଳ ପୋଷକ ସହ ହଳେ ଜୋତା ଓ ଦୁଇ ହଳ ମୋଜା ବଣ୍ଟନ କରାଯାଉଥିବା ବେଳେ ଚଳିତ ବର୍ଷ କେବଳ ଦୁଇ ହଳ ଲେଖାଏଁ ପୋଷକ ଦିଆଯାଇଛି | ସରକାର ଟଙ୍କା ପଠାଇଲେ ପିଲାଙ୍କ ନିମନ୍ତେ ଜୋତା, ମୋଜା ଏବଂ ଟ୍ରାକ ପେଣ୍ଟ ଓ ଟି ସାର୍ଟ ପ୍ରଦାନ କରାଯିବା ନେଇ ଜଣାପଡିଛି | ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ସୋମନାଥ ଦାସ ପରିଚାଳନା କରିଥିବା ବେଳେ ଶିକ୍ଷକ ସଞ୍ଜୟ କୁମାର ନାଗ, ଶିକ୍ଷୟିତ୍ରୀ ଜିତାରାଣୀ ସେନାପତି, ଲିଲିପ୍ରିୟା ଶ୍ରବା ସାହୁ ପ୍ରମୁଖ ସହଯୋଗ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ମାଟିର ପୁଅ  ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ

masiha

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

masiha

ଖଇରାରେ ଉତ୍କଳ ସାମ୍ବାଦିକ ସଂଘର ସାଂଗଠାନିକ ବୈଠକ 

masiha

Leave a Comment

error: Content is protected !!