ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗ୍ରାହକ ଓ ହିତାଧିକାରୀଙ୍କ ଙ୍କ ଲକ୍ଷାଧିକ ଟଙ୍କା ଉଠାଇ ଗ୍ରାହକ ସେବାକେନ୍ଦ୍ର ଯୁବକ ଫେରାର, ଥାନାରେ ଅଭିଯୋଗ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଆମପାଣି ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ଗ୍ରାହକ ସେବାକେନ୍ଦ୍ର ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ଗ୍ରାହକ ଓ ହିତାଧିକାରୀଙ୍କ ଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଫେରାର ମାରିଥିବା ଜଣାପଡିଛି। ଏନେଇ ହିତାଧିକାରୀ ମାନେ ଆମପାଣି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଅନୁଯାୟୀ, କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗ୍ରାମର ଯୁବକ ଜଗଦୀଶ ଚନ୍ଦ୍ର ସିଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅନୁମୋଦନ ପରେ ନିଜ ନାମରେ ରେ ଏକ ଗ୍ରାହକ ସେବାକେନ୍ଦ୍ର ବଡ଼ ପୋଡ଼ାଗୁଡା ଗ୍ରାମରେ ଖୋଲିବା ପାଇଁ ଅନୁମତି ପାଇଥିଲେ ହେଲେ ସେ ଗ୍ରାହକ ସେବାକେନ୍ଦ୍ର ବଡ଼ ପୋଡ଼ାଗୁଡା ପରିବର୍ତ୍ତେ ଆମପାଣି ଠାରେ ଦୀର୍ଘକିଛି ବର୍ଷ ହେବ ଚଳାଇ ଆସୁଥିଲେ। ତେବେ ବିଗତ ଏକ ମାସ ମଧ୍ୟରେ ଗ୍ରାହକ ସେବାକେନ୍ଦ୍ର ରେ ଜମାଖାତା ଖୋଲିଥିବା ଗ୍ରାହକ ଓ ହିତାଧିକାରୀଙ୍କ ଏକାଉଣ୍ଟ ରୁ ଜାଲିଆତି କରି ପର୍ଯ୍ୟାୟ କ୍ରମେ ହେରଫେର କରି ଲକ୍ଷାଧିକ ଟଙ୍କା ଉଠାଇ ଫେରାର ହୋଇଥିବା ବେଳେ ଠକାମୀ ର ଶିକାର ହୋଇଥିବା ଜମାକାରୀ ମାନେ ଗ୍ରାହକ ସେବାକେନ୍ଦ୍ର ରେ ତାଲା ପଡିଥିବା ଦେଖି ଜଗଦୀଶ କୁ ଫୋନ କଲେ ମଧ୍ୟ ଆଉ ଉଠାଇଲେ ନାହିଁ, ପରେ ନିଜ ଜମାଖାତା ଚେକ କରିବାରୁ ସେମାନଙ୍କ ଟଙ୍କା ଉଠାଣ ହୋଇଥିବା ଜାଣି ଠକାମୀ ର ଶିକାର ହୋଇ ସ୍ଥାନୀୟ ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଙ୍କୁ ଅଭିଯୋଗ କରିବା ପରେ କୌଣସି ସମାଧାନ ର ପ୍ରତିଶ୍ରୁତି ନ ମିଳିବାରୁ ଆମପାଣି ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଠକାମୀ ର ଶିକାର ମଧ୍ୟରେ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମର ଆଵାସ ଯୋଜନା ହିତାଧିକାରୀ ଗୁରୁବାରି ପାରି ଙ୍କ ପ୍ରଥମ କିସ୍ତି ର ୪୦ ହଜାର ରୁ ୩୦ ହଜାର, ନର ବେମାଲ ଙ୍କ କୃଷି ଋଣ ରୁ ୩୦ ହଜାର , ଯଶୋଦା ହଂସ ଙ୍କ ଫାଇନାନ୍ସ ଋଣ ର ୫୦ ହଜାର ଟଙ୍କା ହଡପ କରିଥିବା ନେଇ ସୋମବାର ଆମପାଣି ଥାନା ରେ ୩ ଜଣ ଅଭିଯୋଗକାରୀ ଦ୍ୱାରସ୍ଥ ହୋଇଥିବା ବେଳେ ଆଉ ଏମିତି ଅନେକ ଲୋକଙ୍କ ଜମାଖାତାରୁ ମଧ୍ୟ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଛି। ସେବାକେନ୍ଦ୍ର ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂ ଗ୍ରାହକ ଓ ହିତାଧିକାରୀଙ୍କ ସରଳତାର ସୁଯୋଗ ନେଇ ଆଧାର ସଂଯୋଗ ଥିବା ଆଙ୍ଗୁଠି ଟିପରେ ସମସ୍ତ ଜମାଟଙ୍କା ଉଠାଣ କରିଥିବା ଅଭିଯୋଗ ହୋଇଛି।ଏନେଇ ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବୈଚନ୍ଦ୍ର ବେଶ୍ରା ଙ୍କୁ ପଚାରିବାରୁ ଆମ ନିକଟରେ ମଧ୍ୟ ଅଭିଯୋଗ ହୋଇଛି,ଏନେଇ ଆମେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଛୁ ଓ ଗ୍ରାହକ ସେବାକେନ୍ଦ୍ର ର ଆଇଡ଼ିକୁ ବ୍ଲକ କରାଯାଇଛି ବୋଲି କହିଥିବା ବେଳେ ଆମପାଣି ଥାନା ଏସ.ଆଇ ରାଜେଶ ପରିଡା ଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ହୋଇଛି ହେଲେ ମାମଲା ରୁଜୁ ହୋଇନାହିଁ, ଘଟଣା ର ତଦନ୍ତ ଜାରି ରହିଛି, ପରେ ସୁଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ

Sunil Chandra Nayak

ଛାତ୍ରୀଙ୍କୁ ଅସଦାଚରଣ କରିବା ପ୍ରସଙ୍ଗ, ପ୍ରଧାନଶିକ୍ଷକ ଗିରଫ ପରେ ନିଲମ୍ବିତ

Sunil Chandra Nayak

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

Leave a Comment

error: Content is protected !!