ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ଶିକ୍ଷକ ସଂଘ ର ଖଡ଼ିଆଳ ବିଇଓ ଅଫିସ ଘେରାଓ

ନୂଆପଡା // ,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ୱାନ ରେ ଖଡ଼ିଆଳ ବ୍ଲକ ପ୍ରାଥମିକ ଶିକ୍ଷକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶନିବାର ବି ଇ ଓ ଅଫିସ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ପୂରଣ ନହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯିବାର ଚେତାବନୀ ଦିଆଯାଇଛି।ଦାବି ସବୁ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍‌ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ, ଜଳ ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ ।ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍‌ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ। ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ।ଦାବି ପୂରଣ ନହେଲେ ଆସନ୍ତା ଏଗାର ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ଦିଆଯିବ ଓ ତାପରେ ଯଦି ପୂରଣ ନହୁଏ ତାହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯାଇ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି ରେଳିରେ ରେ ବ୍ଲକ ସଭାପତି ଚନ୍ଦ୍ର କୈବର୍ତ୍ତ , ବ୍ଲକ ସମ୍ପାଦକ ଭରତ ଭୂଷଣ ଖମାରି, ଦେବେନ୍ଦ୍ର ପାଣ୍ଡେ, ଅରୁଣ ନାଗ, ଗଣେଶ ଦୁବେ, ଜଗନ୍ନାଥ ପ୍ରଧାନ, ତିରୁପତି ମେହେର, ସୁମିତ୍ କୁମାର ଦାଶ, ଜିଲ୍ଲା ସଭାପତି ଯଶୋବନ୍ତ ନାରାୟଣ ପଣ୍ଡା, ଜିଲ୍ଲା ସମ୍ପାଦକ ଧନୁ ବାଗ, ମମତା ପାଢ଼ୀ, କାଦମ୍ବିନୀ ପଣ୍ଡା, ସଂଗ୍ରାମ କେଶରୀ ଦାଶ, ଶଙ୍କର ପ୍ରସାଦ ଦାଶ, ସୋନୁ ଧର ନାଗ, ରୂପା ବାଗ, ସସ୍ମିତା ପ୍ରଧାନ, ସସ୍ମିତା ପଣ୍ଡା କୁନା ଭୋଇ , ସଦାଶିବ ମହାପାତ୍ର, ହରପ୍ରସାଦ ଯୋଷୀ, ବିଶ୍ଵାମିତ୍ର ବନଛୋର ,ମେଘେଶ୍ଵର ଚନ୍ଦ୍ର କାର , ସିଲୁ ମହାନନ୍ଦ,କ୍ଷୀରୋଦ ଗହୀର, ପ୍ରଶାନ୍ତ ସାହୁ, ଲଷ୍ମୀନାରାୟଣ ସାହୁ , ନୂତନ ମଞ୍ଜରୀ ଦଣ୍ଡସେନା, ତନୁଯା ଦଣ୍ଡସେନା ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା

masiha

ଲଣ୍ଡନ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଲା ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳା “ଓଡିଶାର ସଂସ୍କୃତି ଓ ଐତିହ୍ୟ”

masiha

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

Leave a Comment

error: Content is protected !!