ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ମାଫିଆଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ ଯୁବ/ଛାତ୍ର କଂଗ୍ରେସ ର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ

କଳମପୁରର କେତେକ ଜମି ମାଫିଆ ମାନେ ଚାଷ ଜମିକୁ ପ୍ଲଟିଙ୍ଗ କରି ନିଦ୍ଧାରିତ ସରକାରୀ ଦରରୁ ଉଚ୍ଚ ଦର ରେ ବିକ୍ରି କରିବା ସହ ବହୁଥିବା ପ୍ରାକୃତିକ ଜଳସ୍ରୋତକୁ ପ୍ରତିବନ୍ଧକ ସୃଷ୍ଟି କରି ଚାଷୀ ମାନଙ୍କୁ ଉଦେଶ୍ୟକୃତ ହଇରାଣ କରୁଛନ୍ତି l ଯାହା ଫଳରେ ଚାଷୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି l ଏ ନେଇ ଚାଷୀ ବୃନ୍ଦ ଯୁବ ନେତା ସାଗର ଚରଣ ଦାସଙ୍କୁ ନିଜର ଅସୁବିଧାର ସମାଧାନ କରିବାପାଇଁ ଆସିଥିଲେ l ପରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହାମୋଦ ସାହେବ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ପ୍ରଧାନୀ, ସଦର ବ୍ଲକ ସଭାପତି ସୁଭାଷ ପ୍ରଧାନଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ କଳମପୁର ରୁ ଆସିଥିବା ଚାଷୀ ମାନ ଙ୍କୁ ଦେଖା କରେଇଥିଲେ, ସମସ୍ୟାର ସମାଧାନ କିଭଳି ଶୀଘ୍ର ହେବ ସେନେଇ ଶ୍ରୀ ସାହେବ ଆଲୋଚନା କରିଥିଲେ l ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ଆଶ୍ୱାସନା ଦେଇଥିବା ଜଣା ଯାଇଛି।

Related posts

ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

ଉତ୍କଳ ଆଲୁମିନା ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ  

Sunil Chandra Nayak

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟିର ବୈଠକ

Leave a Comment

error: Content is protected !!