ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେବେ କର୍ଯ୍ୟ କ୍ଷମ୍ ହେବ ଜୁନାଗଡ ରକ୍ତ ସଂଗ୍ରକ୍ଷଣ କେନ୍ଦ୍ର

ଜୁନାଗଡ଼ ,୫/୮(ମ ନି ସ)ଜୁନାଗଡ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ଠାରେ ଏହି ଅଞ୍ଚଳ ର ଆବଶ୍ୟକତାକୁ ଦୃଷ୍ଟି ରେ ରଖି ଏକ ରକ୍ତ ସଂଗ୍ର କ୍ଷଣ କେନ୍ଦ୍ର ସ୍ଥାପନ ହୋଇଥିଲା l ହେଲେ ଏହି କେନ୍ଦ୍ର କୋଭିଡ ପୂର୍ବ ରୁ ବନ୍ଦ ହୋଇରହିଛି l ଯାହା ଫଳ ରେ ଜରୁରୀ ସମୟ ରେ ଲୋକଙ୍କ ର ରକ୍ତ ର ଆବଶ୍ୟକତା ପୂରଣ ହୋଇ ନ ପାରି ଲୋକେ ଆନେକ୍ ଅସୁବିଧା ର ସମୂଖୀନ ହେଉଥିବାର ଦେଖିବାକୁ ମିଳୁଛି l ପ୍ରକାଶ ଯେ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଏହି ବ୍ଲକ ର ୩୩ ଗୋଟି ପଞ୍ଚାୟତ ତଥା ଆଖ ପାଖ ଅନେକ୍ ବ୍ଲକ ର ଲୋକେ ଚିକିତ୍ସା ପାଇଁ ନିର୍ଭର କରି ଥାନ୍ତି l ଯେତେ ବେଳେ ରକ୍ତ ର ଆବଶ୍ୟକତା ପଡ଼ିଥାଏ ଲୋକଙ୍କୁ ଭବାନୀ ପଟନା ଏବ୍ଂ ଧର୍ମଗଡ଼ ରକ୍ତ ଭଣ୍ଡାର ଉପରେ ନିର୍ଭର କରିବାକୁ ପଡୁଥିଲା l ଏହି ଗୁରୁତର ସମସ୍ୟା ର ଉପଲବ୍ଧି କରି ଜୁନାଗଡ ର ବିଭିନ୍ନ ସଂଗଠନ ପକ୍ଷରୁ ଏଠାରେ ଏକ୍ ରକ୍ତ ଭଣ୍ଡାର ଖୋଲିବା ପାଇଁ ଦାବି ହୋଇଥିଲା l ଏହା କୁ ଦୃଷ୍ଟି ରେ ରଖି ଜୁନାଗଡ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ମଧ୍ୟ ରେ ଏକ ରକ୍ତ ସଂଗ୍ର କ୍ଷଣକେନ୍ଦ୍ର ସ୍ଥାପନ ହୋଇଥିଲା l ହେଲେ ଏହି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଠାରେ ପୁନଃ ନବୀକରଣ ହୋଇ ନପାରିବାରୁ ଗତ ୨୦୧୭ମସିହା ରୁ ବନ୍ଦ ରହିଛି l ଯାହା ଫଳରେ ଏହି ଅଞ୍ଚଳ ରେ ଏହି ସମସ୍ୟା ପୂର୍ବ ଅବସ୍ତା କୁ ଫେରି ଆସିଛି l ଏପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏବ୍ଂ ଗୋଷ୍ଠୀ ସ୍ଵସ୍ଥ୍ଯ କେନ୍ଦ୍ର ଦାୟିତ୍ଵ ରେ ଥିବା ଅଧିକାରୀ ଙ୍କ ତରଫରୁ ରକ୍ତ ସଂଗ୍ର କ୍ଷଣ କେନ୍ଦ୍ର ଚାଲୁ କରିବା ପାଇଁ ଆବଶ୍ୟକ ଫିଜିବିଲିଟି ରିପୋର୍ଟ ବହୁ ଦିନ ରୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କୁ ପ୍ରଦାନ କରିଥିବା ସୂଚନା ମିଳିଛି l ଅପର ପକ୍ଷ ରେ ଏହି ଫିଜିବିଲିଟି ରିପୋର୍ଟ ଆଧାର ରେ ଜିଲ୍ଲା ଦାୟିତ୍ଵ ରେ ଥିବା ଡ୍ରଗସ୍ ଇନ୍ସପେକ୍ଟର ଏଠାକୁ ପରିଦର୍ଶନ ରେ ଆସି ସରକାରଙ୍କୁ ରିପୋର୍ଟ୍ ପ୍ରଦାନ କଲେ ଲାଇସେନ୍ସ ପ୍ରଦାନ ର ବାଟ ଫିଟିବ l ଏବ୍ଂ ଏହା ତୁରନ୍ତ କାର୍ଯ୍ୟକ୍ଷମ ହେଇପାରିବ ବୋଲି ସୂଚନା ମିଳିଛି l କିନ୍ତୁ ଦିର୍ଘ ଦିନ ରୁ ଜିଲ୍ଲା ଦାୟିତ୍ଵ ରେ ଥିବା ଡ୍ରଗସ୍ ଇନ୍ସପେକ୍ଟର ଜୁନାଗଡ ର ବିଭିନ୍ନ ସଂଗଠନ ଏବ୍ଂ ବିଭାଗ ତରଫରୁ ଏଠାକୁ ପରିଦର୍ଶନ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ଯ ସେ ଏହାକୁ ବେଖାତିର କରୁଥିବା ପ୍ରକାଶ ପାଉଛି l ଯାହା ଫଳ ରେ ଏହି ଅଞ୍ଚଳ ଲୋକଙ୍କ ମଧ୍ୟ ରେ ଅସନ୍ତୋଷ ର ଦାନା ବାନ୍ଧୁଛି l ଏଠାରେ ସୂଚନା ଯୋଗ୍ୟ ଯେ ଏହି ରକ୍ତ ସଂଗ୍ର କ୍ଷଣ୍ ଶୀଘ୍ର କର୍ଯ୍ୟ କ୍ଷେମ ପାଇଁ ଜୁନାଗଡ ଡେଭଲପ ମେଣ୍ଟ ଫୋରମ୍ ତରଫରୁ ଆମରଣ ଅନଶନ କରାଯାଇ ସରକାରଙ୍କୁ ଦାବି ପତ୍ର ଦିଆଯାଇଥିଲା l ହେଲେ ସମସ୍ତ ଭିତି ଭୂମି ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସଂଗ୍ର କ୍ଷଣ କେନ୍ଦ୍ର କାର୍ଯ୍ୟ କ୍ଷେମ ହେଇପାରୁନି l ତେଣୁ ଏହା କୁ ତୁରନ୍ତ କର୍ଯ୍ୟ କ୍ଷେମ ହେବାକୁ ଦୃଢ ଦାବୀ ହେଉଛି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଗ୍ନାନ ବିଦ୍ୟାଳୟ ରୟଗଡା ଦ୍ବାରା ଶିଶୁ ଦିବସ ପାଳିତ

masiha

ଗତ ଅକ୍ଟୋବର ୨ ତାରିଖ ବର୍ଷା ଯୋଗୁଁ ବଢ଼ି ପାଣି ରେ ଭାସି ଯାଇଥିବା ମୃତ୍ୟୁ ଶରୀର ସନ୍ଧେହ ରେ ଏକ ଶବ ଉଦ୍ଧାର

Sunil Chandra Nayak

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

masiha

Leave a Comment

error: Content is protected !!