ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଦିନ ରେ ହିଁ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଅବସର ଦିନ ରେ ହିଁ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ କଲେ ଗୋଷ୍ଠୀ ଶିକ୍ଷାଧିକାରୀ

ଭଞ୍ଜନଗର ୩୦/୦୪ବିଗତ ଦିନରେ ପେନସନ ଜନିତ ସମସ୍ତ ପ୍ରାପ୍ୟ ପାଇବାକୁ ଶିକ୍ଷକମାନଙ୍କୁ ବହୁଦିନ ଅପେକ୍ଷା କରିବାକୁ ପଡୁଥିଲା। ବର୍ତ୍ତମାନ ଆଉ ସେ ଦିନ ନାହିଁ। ଅବସର ଦିନ ହିଁ ମିଳିଲା ସମସ୍ତ ପ୍ରାପ୍ୟ। ଯାହା ଦେଖିବାକୁ ମିଳିଛି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ। ଏହି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ର, ସୁପ୍ରଭା ଦାସ, ସୁଶାନ୍ତି ପଟ୍ଟନାୟକ ଓ ତିନିଛକିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ୍ୱର ଚୌଧୁରୀ ଅବସର ନେଇଛନ୍ତି। ଏ ନେଇ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନସନ୍ ଜନିତ ସମସ୍ତ ପ୍ରକାର ପ୍ରାପ୍ୟ ପ୍ରଦାନ କରିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ପ୍ରକାର ଦୃଢ଼ ନିଷ୍ପତି କୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ପ୍ରଶଂସାର ସୁଅ ଛୁଟିଛି।

Related posts

କଲ୍ୟାଣସିଂହପୁର ପ୍ରେସ୍ କ୍ଳବ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

୩ ଦଫା ଦାବି ନେଇ ସମଗ୍ର ଦେଶରେ ଔଷଧ ଦୋକାନ ଵନ୍ଦ; ରାଇରଙ୍ଗପୁରରେ ମଧ୍ୟ ତାର ପ୍ରଭାବ

ଅନୁଷ୍ଠିତ ହେଲା ଜନଜାଗରଣ ମଞ୍ଚର ମାସିକ ବୈଠକ 

masiha

Leave a Comment

error: Content is protected !!