ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା | ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି | ଏ ନେଇ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ନିକଟ କିଲୋକନା ଜଙ୍ଗଲ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଥିବା ୧୫୩୩ କେଜି ବେଆଇନ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣା ରେ ବାଲିଗୁଡା ପୋଲିସ ୨୦୧୫ କିଲୋ ବେଆଇନ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବେଳେ ଦଡକଙ୍ଗିଆ ଜଙ୍ଗଲ ରୁ ପୋଲିସ ଜବତ କରିଛି | କେହି ଗଞ୍ଜେଇ ମାଫିଆ ଏଭଳି ବେଆଇନ ଗଞ୍ଜେଇ ରଖି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଛିତ ରଖି ଥ‌ିବା ଅନୁମାନ କରାଯାଉଥିବା ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି I

Related posts

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା ୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

masiha

Leave a Comment

error: Content is protected !!