ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ଼ ଲାୟନ୍ସ କ୍ଲବର 44 ତମ ଶପଥ ଗ୍ରହଣ ସମାରୋହ ଉସବ ଅନୁଷ୍ଠିତ

ପାଟଣାଗଡ଼ ଲାୟନ୍ସ କ୍ଲବର ଶପଥ ଗ୍ରହଣ ଉସବ ସ୍ଥାନୀୟ ମାରୱାଡ଼ି ପଞ୍ଚ।ୟତ ଧର୍ମଶାଳା ରେ ଅନୁଷ୍ଠିତ ହୋଇଥିଲା କ୍ଲବର ସଭାପତି ଲାୟନ କେଶବ ଛାପାଡ଼ିଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଲାୟନ ଜିଲ୍ଲା 322ସି 2 ର ଉପ ଗଭନ୍ନର 1 ଲାୟନ ପ୍ରଦୀପ ଅଗ୍ରୱାଲ ଇଂସ୍ଟଲେସନ ଅଫିସର ପି ଡ଼ି ଜି ଲାୟନ ବେଣୁମାଧବ ଦୋରା ମୁଖ୍ୟ ଅତିଥି ଭାବରେ ମେଜର ଲାୟନ ଚିତ୍ତରଞ୍ଜନ ଦାସ ଓ ସମ୍ମାନିତ ଅତିଥି ଭାବେ ରିଜନ ଚେୟାରମେନ ଲାୟନ ଦୀପକ ପୃଷ୍ଟି ଓ ଯୋନ ଚେୟାରମେନ ଲାୟନ ସଦାଶିବ ସରାଫ ଓ କେବିନେଟ ମେମ୍ବର ଲାୟନ ଶ୍ରୀକାନ୍ତ ପାତ୍ର ମଞ୍ଚ।ସିନ ଥିଲେ। ଆଗାମୀ 23/24 ପାଇଁ ନୂତନ ସଭାପତି ଭାବେ ଲାୟନ ବିରେନ୍ଦ୍ର ପାତ୍ର ଉପସଭାପତି ଲାୟନ ଦର୍ପଗଞ୍ଜନ ପଟ୍ଟନାୟକ ସଂପାଦକ ଲାୟନ ସାରସ ଜୈନ କୋଷାଧ୍ୟକ୍ଷ ଲାୟନ ଶ୍ରୀକାନ୍ତ ପାତ୍ର ସମେତ କ୍ଲବର ଡ଼ାଇରେକ୍ଟର ଲାୟନ ଗୋବିନ୍ଦ ଅଗ୍ରୱାଲ ପ୍ରଦୀପ ଅଗ୍ରୱାଲ ତୁଷାର କାନ୍ତ ମିତ୍ର ଭକ୍ତ ରାମ ବାଗ ମାର୍କେଟିଙ୍ଗ ଚେୟାରମ୍ୟାନ ଗଜାନନ ଅଗ୍ରୱାଲ ମେମ୍ବର ସିଫ ଚେୟାରମ୍ୟାନ ଶରତ ମେହେର ଏଲ ସି ଆଇ ଏଫ ଚେୟାରମ୍ୟାନ କେଶବ ଛାପାଡ଼ିଆ ସର୍ଭିସ ଚେୟାରମ୍ୟାନ ସୁନୀଲ ଅଗ୍ରୱାଲ ଟେଲ ଟୁଇଷ୍ଟର ତୁଷାର କାନ୍ତ ମିତ୍ର ଓ ଟେମର ଶ୍ରୀମତୀ ମମତା ପାତ୍ର ଙ୍କୁ ଶପଥ ଗ୍ରହଣ ଅଧିକାରୀ ଲାୟନ ବେଣୁମାଧବ ଦୋରା ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଥମ ରୁ ମୁଖ୍ୟ ଅତିଥି ମାନେ ମା ପାଟନେଶ୍ୱରୀ ଙ୍କ ଫୋଟୋ ରେ ପୂଜାର୍ଚ୍ଚନା କରିବା ପରେ ଲାୟନ ଭୋକେସନାଲ ସ୍କୁଲର ଛାତ୍ରୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା। କେଶବ ଛପାଡ଼ିଆ ସ୍ୱାଗର ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସୁନୀଲ ଅଗ୍ରୱାଲ କ୍ଲବର ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଲାୟନ ତୁଷାର କାନ୍ତ ମିତ୍ର ପରିଚାଳନା କରିଥିଲେ। ପରିଶେଷରେ ନୂତନ ସମ୍ପାଦକ ଲାୟନ ସାରଶ ଜୈନ ଧନ୍ୟବାଦ ଦେଇଥିଲେ । ଏହି ଶପଥ ଗ୍ରହଣ ଉସବରେ ପଦ୍ମପୁର ବଲାଙ୍ଗିର ଟିଟିଲାଗଡ଼ ଓ ପାଇକମାଲ ଲାୟନ୍ସ କ୍ଳବ ର ସଭ୍ୟ ମାନେ ଉପସ୍ଥିତ ଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଟି ପି ଏନ ଓ ଡି ଏଲ (TPNODL )ର ସର୍ବୋଚ୍ଚ ଯନ୍ତ୍ରୀ ହେଲେ ବ୍ରଜସୁନ୍ଦର ପରିଡା

Sunil Chandra Nayak

ନାବାର୍ଡ ସହାୟତାରେ 25 ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ ପାଇଁ ସହାୟତା 

masiha

ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି ତେଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

masiha

Leave a Comment

error: Content is protected !!