ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବିଇଓ ଅଫିସ ଘେରାଓ ,ଦାବୀ ପତ୍ର ପ୍ରଦାନ ଓ ସାମୂହିକ ଛୁଟି ର ଚେତାବନୀ

ଗୋଲାମୁଣ୍ଡା,/5/8/23,ନିରପେକ୍ଷ, ମସିହା /ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ୱାନ ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଜି ବି ଇ ଓ ଅଫିସ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ପୂରଣ ନହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯିବାର ଚେତାବନୀ ଦିଆଯାଇଛି।ଦାବି ସବୁ ହେଲା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ସମସ୍ତ ବର୍ଗ ର ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍‌ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରାଯାଉ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ ।ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍‌ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ। ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ।ଦାବି ପୂରଣ ନହେଲେ ଆସନ୍ତା ଏଗାର ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ଦିଆଯିବ ଓ ତାପରେ ଯଦି ପୂରଣ ନହୁଏ ତାହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯାଇ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି କୁହାଯାଇଛି । ଆଜିର ଏହି ରାଲି ଗୋଲାମୁଣ୍ଡା ସ୍ଥିତ ଆମ୍ବ ଗଛ ପଡ଼ିଆରୁ ଆରମ୍ଭ ହୋଇ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା। ଏହି ରାଲି ରେ ଏ ୟୁ ପି ଟି ଏଫ୍ ର ରାଜ୍ୟ ଉପସଭାପତି ଦୀପକ ଦାସ, ରାଜ୍ୟ ମିଳିତ ମଞ୍ଚ ର ଆବାହକ ମଣ୍ଡଲୀ ତଥା କଳାହାଣ୍ଡି ଜିଲ୍ଲା ମିଳିତ ଶିକ୍ଷକ ମହାସଂଘ ର ସାଂଗଠାନିକ ସଂପାଦକ ଅଜିତ ପ୍ରଧାନ, ବ୍ଲକ ସଭାପତି ବିଶ୍ୱଜିତ୍ ନେଗି, ବ୍ଲକ ଏନ୍ ପି ଏସ ଶିକ୍ଷକ ସଂଘ ସଭାପତି ଶିବ ରାମ ସୁନାନ, ବ୍ଲକ କନିଷ୍ଟ ଶିକ୍ଷକ ସଂଘ ର ସଭାପତି ଜନ୍ମେ ଜୟ ବିଶି, ସଂପାଦକ ତରଙ୍ଗ ଚଣ୍ଡୀ, ଜିଲ୍ଲା ମିଳିତ ମଞ୍ଚ ର ମିଡ଼ିଆ ସଂଯୋଜକ ଅମିତ୍ ଜାଲ, ମୋହନ ଲାଲ ବିଶି, ଗମ୍ଭୀର ନାୟକ, ରାଜଶ୍ରୀ ନାୟକ, ସ୍ବରାଜ ବାଗ, ରମେଶ ସାହୁ, ତଥା ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଗର୍ଜନ କରିଥିଲେ, ଆଗାମୀ ୧୬ ଅଗଷ୍ଟ ସୁଦ୍ଧା ଉପୋରକ୍ତ ଦାବୀ ପୂରଣ ନ ହୁଏ ତାହେଲେ ରାଜ୍ୟ ର ସମସ୍ତ ବିଦ୍ୟାଳୟ ରେ ତାଲା ପଡ଼ିବଓ ସମସ୍ତ ଶିକ୍ଷକ ସାମୂହିକ ଛୁଟି ଘୋଷଣା କରିବେ ବୋଲି AUPTF ର ରାଜ୍ୟ ଉପସଭାପତି ଦୀପକ ରଂଜନ ଦାସ ଚେତାବନୀ ଦେଇଥିଲେ ।

ଗୋଲାମୁଣ୍ଡା ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ସାହାଯ୍ୟ ପ୍ରଦାନ 

masiha

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆସୂଆରୋଗ୍ୟ କାମନା ନିମନ୍ତେ ବଣାଇ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଦୀପଦାନ ଉତ୍ସବ

masiha

Leave a Comment

error: Content is protected !!