ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

 ମୟୂରଭଞ୍ଜ – ୬/୮ ( ମସିହା)ବାମନଘାଟି ଉପଖଣ୍ଡର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ବିଜାତଳା ବ୍ଲକ ଚଢେଇପାହାଡି ପଂଚାୟତର ଭୀମଖନ୍ଧା ଗାଁ ମୁଣ୍ଡରେ ପୋଲ ନିର୍ମାଣ ଚାଲିଛି। ତେବେ ଏହାର ଡ଼ାଇଭାରସନ ନିର୍ମାଣରେ ତ୍ରୁଟି ଯୋଗୁଁ ଗମନାଗମନରେ ଅନେକ ଅସୁବିଧା ହେଉଛି । ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ ଡ଼ାଇଭାରସନ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଦୀର୍ଘ ୩ ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିଲା ନାହିଁ। ବିନା ଫଳକରେ କାମ ଚାଲିଛି। ମାସରେ ୫/୬ଦିନ କାମ କରନ୍ତି। ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ୨୦୧୯ ରେ ପୋଲ ନିର୍ମାଣ କାର୍ଯ୍ୟ ହେଲା। ଏହି ପୋଲ କାମ ଶେଷ ହୋଇଥିଲେ ଆଖପାଖର ଲୋକେ ସୁବିଧାରେ ଗୋରୁମହିଷାଣୀ ବଜାର କୁ ଯାଇପାରନ୍ତେ ବୋଲି ଗ୍ରାମବାସୀ ଦାବି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଟ୍ୱିନ ସିଟି ପ୍ରେସ୍ରକ୍ଲବର ଅଧକ୍ଷ ତଥା ଜାତୀୟ ଦୁର୍ନୀତି ନିବାରଣ ତଥା ମାନବାଧିକାର କମିଟି ଅଫ ଇଣ୍ଡିଆର ଓଡିଶା ଶାଖା କାର୍ଯ୍ୟକାରୀ ସଭାପତି ସାମ୍ୱାଦିକ ପ୍ରଣବ ବିଶ୍ଵାଳ ସମ୍ବର୍ଦ୍ଧିତ

ଜାତୀୟ ସେବା ଯୋଜନା ଆଭିମୁଖ୍ୟ କାର୍ଯ୍ୟକ୍ରମ 

masiha

ମେଡ଼ିକାଲ କର୍ମଚାରୀଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!