ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ପରିଦର୍ଶନ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା

ତା ୨୮.୦୬.୨୦୨୩ ରିଖ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ନିବେଦିତା ପଣ୍ଡା, ପେନଲ ଓକିଲ ଶ୍ରୀ ସୀତାରାମ ପଣ୍ଡା, ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ, ରାୟଗଡାକୁ ପରିଦର୍ଶନ ନିମନ୍ତେ ଆସିଥିଲେ । ଗୃହ ପରିଦର୍ଶନ କରିବା ସମୟରେ ଅନ୍ତେବାସୀମାନଙ୍କ ଠାରୁ ଜାଣିବାକୁ ପାଇଲେ ଯେ ଅନେକ ଅନ୍ତେବାସୀମାନଙ୍କର ଆଖି ନ ଦେଖାଯିବା, କାନ ନ ଶୁଣିବା, ବିଧବା ଭତ୍ତା ନ ମିଳିବା ଇତ୍ୟାଦି ଅନେକ ସମସ୍ୟା ପାଇଥିଲେ ତାପରେ ପ୍ରାଧିକରଣର ସଚିବ, ମାତୃଶକ୍ତିର ସୁପରିଟେଣ୍ଡ କୁ କହିଲେ ଯେ ଆପଣ ଏମାନଙ୍କ ସମସ୍ୟା ସବୁ ଆମକୁ ଚିଠି ଆକାରରେ ଜଣାଇଲେ । ଆମେ ଏହି ସମସ୍ୟା ଉପରେ ପଦକ୍ଷେପ ନେବୁ । ତାପରେ ସୁପରିଟେଣ୍ଡ ଏକ ଚିଠି ଆକାରରେ ସଚିବଙ୍କୁ ସମସ୍ୟା ସମ୍ପର୍କରେ ଅନୁରୋଧ କରିଥିଲେ । ତାପରେ ସଚିବ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଏକ ଚିଠିରେ ଏକ ମେଡିକାଲ କେମ୍ପ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ କରିବା ପାଇଁ ଅନୁରୋଧ କରିଥିଲେ ।ପ୍ରାଧିକରଣ ଚିଠିକୁ ଅନୁସରଣ କରି ତାରିଖ ୦୭.୦୮.୨୦୨୩ ରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଟିମ (ଡାଃ. ସଙ୍ଘମିତ୍ରା ପଣ୍ଡା (ENT Specialist)) ଡାଃ. ଏମ. ସୁରେଶ କୁମାର (EYE Specialist), ଶ୍ରୀମତୀ ସୁପ୍ରଭା ପଣ୍ଡା (Audio Logistic), ଶ୍ରୀ ଜଗନ୍ନାଥ ନାୟକ (Pharmacist) ଙ୍କ ଦ୍ଵାରା ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ ୧୨ ଜଣ ଅନ୍ତେବାସୀମାନଙ୍କୁ ଆଖି ପରୀକ୍ଷା, କାନ ପରୀକ୍ଷା ଓ ସ୍ୱାସ୍ଥ୍ୟ ପରୀକ୍ଷାର ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟଜନ କରାଗଲା । ସେହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଶ୍ରୀମତୀ ନିବେଦିତା ପଣ୍ଡା, ଶ୍ରୀ ସୀତାରାମ ପଣ୍ଡା ପେନଲ ଓକିଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡା ଟିମ, ମାତୃଶକ୍ତି ବରିଷ୍ଠ ନାଗରିକ ଗୃହର ପରିଚାଳନା କର୍ତ୍ତୁପକ୍ଷ ଶ୍ରୀ ଏମ. କ୍ରୀଷ୍ଣା ରାଓ (Superintend) ଶ୍ରୀ କୃଷ୍ଣ ଚନ୍ଦ୍ର ମହାରଣା (MTS)କୁମାରୀ ସୁରେନ୍ତି ନାୟକ (Nurse)ଙ୍କ ଦ୍ଵାରା ଏହି ସ୍ୱାସ୍ଥ୍ୟ ଶିବିର ସଫଳତା ହୋଇଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଷ୍ଟିଲ ସିଟି ର ୧୫ତମ ଅଧିଷ୍ଠାନ ଦିବସ ପାଳିତ 

Sunil Chandra Nayak

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

masiha

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

Sunil Chandra Nayak

Leave a Comment

error: Content is protected !!