ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି,8/8,ମନିସ — ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରସନର ଡାକରାରେ ମଙ୍ଗଳବାର ପାପଡାହାଣ୍ଡି ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ମାନେ 3 ଦଫା ସମ୍ବଳିତ୍ତ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୋଷ୍ଠି ଶିକ୍ଷା ଅଧିକାରୀ ସୋମରେନ୍ଦ୍ର ଭୌମିକଙ୍କୁ ପ୍ରଦାନ କରାଯାଇଥିଲା |ମୁଖ୍ୟତଃ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ତାକୁ ପୁନଃ ପ୍ରଚଳନ, କନିଷ୍ଟ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କେଡର ଉଛେଦ କରାଯାଇ କଲା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହରରେ ବେତନ ପ୍ରଦାନ କରିବା ଆଦି ଦାବି ଗୁଡିକ ଶିକ୍ଷକ ମାନେ ଉଲେଖ କରିଛନ୍ତି | ଆସନ୍ତା 16ତାରିଖ ମଧ୍ୟରେ ଦାବି ପୁରଣ ନ ହେଲେ ଶିକ୍ଷକ ମାନେ ସମୂହ ଛୁଟିରେ ଯିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି |ବ୍ଲକ ପ୍ରାଥମିକ ଶିକ୍ଷକ ସଭାପତି ସୁଦର୍ଶନ ମାଝୀଙ୍କ ଅଧକ୍ଷତାରେ, ସମ୍ପାଦକ – ରତିକାନ୍ତ ପଣ୍ଡା, ବ୍ଲକ ଏନପିଏସ ସଭାପତି ଅଶୋକ ମୁକୁନ୍ଦ, ଏନପିଏସ ଜିଲ୍ଲା ସଭାପତି ସୁକୁମାର ପଣ୍ଡା, ଜୁନିଅର ଶିକ୍ଷକ ସଭାପତି ଅନିଲ ସାହୁ, ସମ୍ପାଦକ – ଶତ୍ରୁଘନ ଡାକୁଆ ସହ ସମସ୍ତ ବର୍ଗ ର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଦା ବିଷ୍ଣୁ ସାଜିଛି ଭେଷଜ ନିରୀକ୍ଷକ ବିଭାଗ,ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ବିନା ଲାଇସେନ୍ସ ରେ ଚାଲିଛି ମେଡିସିନ୍ ଷ୍ଟୋର 

Sunil Chandra Nayak

ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ବିଭିନ୍ନ ମୌଳିକ ଅଧିକାର ଭଳି ଦାବି କୁ ନେଇ ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି କାଶୀପୁର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

Sunil Chandra Nayak

Leave a Comment

error: Content is protected !!