ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ଉଦ୍ୟେଶ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି,09/08, ମନିସ — -ଡାବୁଗାଁ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ 10 ଦଫା ଦାବି ନେଇ ବୁଧବାର ପାପଡାହାଣ୍ଡି ବିଡ଼ିଓ ଦିବାକର ବାଗ ଙ୍କୁ ରାଷ୍ଟ୍ରପତି ଉଦ୍ୟେଶ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର ନେତୃତରେ ଶତାଧିକ କର୍ମୀ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରୁ ବାହାରିଥିଲେ | କଂଗ୍ରେସ ପତକା ଓ ବେନର ଧରି କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ରେ ନାରା ବାଜି କରି ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ଦୁର୍ନୀତି ବିରୁଦ୍ଧରେରେ ଭାଷଣ ବାଜି କରିଥିଲେ | ବିଡ଼ିଓ ଦିବାକର ବାଗଙ୍କକୁ ରାଷ୍ଟ୍ରପତି ଉଦ୍ୟେଶ ରେ 10 ଦଫା ଦାବି ପତ୍ର ପ୍ରଦାନ କରିଥିଲେ | 10 ଦଫା ଦାବି ଉଲ୍ଲେଖ କରାଯାଇଛି ଆଧିବାସୀ ମାନଙ୍କ ପାଇଁ ଉଦିଷ୍ଟ “ପେସା” ଆଇନ ସଂଶୋଧନ ବନ୍ଦ କରାଯାଉ, ଜଙ୍ଗଳ ଅଧିକାର ଆଇନ ସଂଶୋଧନ ବନ୍ଦ କରାଯାଉ, ଆଦିବାସୀ ଅଞ୍ଚଳ ରେ ପଲ୍ଲିସଭା, ଗ୍ରାମସଭା କରାଯାଉଥିବା ଆଇନ ସଂଶୋଧନ କରିବା ରଦ୍ଧ କରାଯାଉ,ଆଦିବାସୀ ମହିଳା ମାନଙ୍କୁ ସୁରକ୍ଷା ପାଇଁ କୋଠାର ଆଇନ ଅଣାଯାଉ,ଚାକରି କ୍ଷେତ୍ରରେ ରେ ସରକାରୀ ଠିକା ଓ ଅଣସରକାରୀ ଠିକା ଉଛେଦ କରି ନିୟମିତ ଚାକରି କରାଯାଉ,ଆଦି ବାସୀ ଅଞ୍ଚଳ ର ତୃତୀୟ ଓ ଚତୃର୍ଥ ଶ୍ରେଣୀ ସରକାରୀ ଚାକରି ନିଯୁକ୍ତି କ୍ଷେତ୍ରରେ ରାଜ୍ୟସ୍ତରୀୟ ନକରି ଜିଲ୍ଲା ସ୍ତରୀୟ କରାଯାଉ,ଆଦି ବାସୀ ଅଂଚଳରେ ଆଦିବାସୀ ମାନଙ୍କ ବିନା ସର୍ତ୍ତ ବିନା ବନ୍ଧକ ରେ ଘର, ଦୋକାନ, ଚାଷ,ଓ ଉଦ୍ୟାଗ କରିବା ପାଇଁ ବିନା ସୁଧରେ ରୁଣ ପ୍ରଦାନ କରାଯାଉ,ଭୂମିହୀନ ଆଧିବାସୀ ମାନଙ୍କୁ ଭୂମି ପ୍ରଦାନ କରିବାରେ ବ୍ୟବସ୍ତା କରାଯାଉ | 

ଦାବିପତ୍ର ପ୍ରଦାନ ସମୟରେ ପାପଡାହାଣ୍ଡି ଜୋନ 2 ଜିଲ୍ଲା ପରିଷଦ ସଭ୍ୟା ଡ଼ା. ଲିପିକା ମାଝୀ, କୋଡ଼ିଙ୍ଗା ଯୁବ ସଭାପତି ବାବୁଲି ବାଘ, ରବୀନ୍ଦ୍ର ପ୍ରଧାନ,ଶୈଖ ୱାଜିର ହୁସେନ ,ଈଶ୍ୱର ମିର୍ଗାନ, ରାଜ କିଶୋର ରାଓ, କେ. ଝାଡ଼େଶ୍ୱର ରାଓ, ଗଜେନ୍ଦ୍ର ବିଷୋୟୀ, ଭି ବିକାଶ ରାଓ ପବିତ୍ର ଗରଡା, ତୁଲାରାମ ନାୟକ, ପ୍ରକାଶ ପଣ୍ଡା ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ଦାବିରେ ବିଜେପିର ବ୍ଲକ ଘେରାଓ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକ

Sunil Chandra Nayak

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁପଟନାୟକଙ୍କ ୨୭ ତମ ତିରୋଧାନ ଦିବସ ପାଳିତ

masiha

Leave a Comment

error: Content is protected !!