ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ ମାସା’ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

ମୟୂରଭଞ୍ଜ -୯/୮ ( ମସିହା)ଆଜି ବିଶ୍ବ ଆଦିବାସୀ ଦିବସ ପାଳିତ ।ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ମେଡିକାଲ ଛକ ନିକଟରେ ଆଦିବାସୀଙ୍କ ଆଇକନ ଵୀର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆଶୀର୍ବାଦ ଭିକ୍ଷା କରାଯାଇଥିଲା ।ପରେ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ୪ ଦଫା ଦାବି ସମ୍ବଳିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଦାବି ପ୍ରମୁଖ ହେଲା ୟୂସିସିକୁ ଓଡ଼ିଶାରେ ଲାଗୁ ନ କରାଯାଉ,ସାନ୍ତାଳି,ହୋ,ମୁଣ୍ଡାରୀ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ପ୍ରଦାନ କରାଯାଉ,ହୋ,ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯାଉ, ରାଇରଙ୍ଗପୁର ମହାବିଦ୍ୟାଳୟକୁ ସୁନାରାମ ସୋରେନ ନାମରେ ନାମିତ କରାଯାଉ ।ଏହି କାର୍ଯ୍ୟକ୍ରମରେ ସୁନିଲ ସୋରେନ,ମାହାଙ୍ଗା ହେମ୍ବ୍ରମ,ରାମ ମୁର୍ମୁ ହାଡିବନ୍ଧୁ ଟୁଡୁ,ଲକ୍ଷ୍ମଣ ଟୁଡୁ,ପିତା ସୋରେନ,ଜୁଲି ବାସ୍କେ,ପ୍ରିୟା ହାଁସଦା, ମାୟାବତୀ ମୁର୍ମୁଙ୍କ ସମେତ ବହୁ ମାସା କର୍ମି ସାମିଲ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଧଅଁରାମାଲ ଠାରେ ନୃତ୍ୟ ଆସର ଆୟୋଜିତ

masiha

ପଞ୍ଚଦଶ ଜାତୀୟ ଭୋଟର ଦିବସ-୨୦୨୫ ପାଳନ ଉପଲକ୍ଷେ ଶପଥ ପାଠ 

masiha

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ 

masiha

Leave a Comment

error: Content is protected !!