ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ୱାଦିକ ସଂଘ(NASS)ର ସାଧାରଣ ବୈଠକ 

ନୂଆପଡ଼ା ,ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ) ର ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ବୁଦ୍ଧିଆଡଙ୍ଗର ସ୍ଥିତ ଜଙ୍ଗଲ ଡ଼ାବା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା, ନୂଆପଡା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି । ନୂଆପଡା ଜ଼ୀଲ୍ଲା ର ସାମାଜିକ ସମସ୍ୟା ଓ ତାର ସମାଧାନ କରିବା ସହ ନିସହାୟ ଗରିବ ମଜଦୂର ଚାଷୀ ମୂଲିଆ ଖଟିଖିଆ ଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜ଼ୀଲ୍ଲା ରେ ଏକ ନିରପେକ୍ଷ ନିର୍ଭୀକ ନିଷ୍ଠାପର ସାମ୍ବାଦିକ ସଂଗଠନ କରିବା ପାଇଁ ବହୁମତ ଆସିଥିଲା । ପରେ ସର୍ବସମ୍ମତି କ୍ରମେ ନୂତନ ସାମ୍ବାଦିକ ସଂଗଠନ ର ନାମ କରଣ କରାଯାଇଥିଲା । ଯାହାର ନାମ ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(NASS) ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଆଗାମୀ ବୈଠକରେ NASS ର ମେନେଜିଙ୍ଗ କମିଟି ଗଠନ କରାଯିବ ବୋଲି ଅଦ୍ୟ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ବୈଠକରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ, ମୋତିଲାଲ ବାଗ, ଟିକେଶ୍ୱର ନାଗ,ଅଜିତ ଯୋଶୀ,କୀର୍ତ୍ତି ଚନ୍ଦ୍ର ନାଗ,ଜଗତରାମ ଦଣ୍ଡସେନା,ଚନ୍ଦ୍ର ଦୀପ,ଜିତେନ୍ଦ୍ର ପୋଢ଼,ବିହାରିଲାଲ ଜଗତ,ଦେବେଶ ହୋତା,ଆଇନଜୀବୀ ସଚିନ୍ଦ୍ର ଯୋଶୀ, କଲିମ ମହମ୍ମଦ, ପ୍ରଶାନ୍ତ କୁମାର ଭୋଇ,ଲୋକନାଥ ପଟେଲ, ପୁଷ୍ପାଞ୍ଜଳି ଦେବାଙ୍ଗନ,ପଙ୍କଜିନି କନ୍ଧପାଣି, ଏ.କୁମାର ପ୍ରମୁଖ ସାମ୍ବାଦିକ ଯୋଗଦେଇ ବୈଠକ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ଖୁବ କମଦିନ ମଧ୍ୟରେ ସଂଗଠନର ରୂପରେଖ ନିର୍ଣ୍ଣୟ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

masiha

କବି କ୍ଷିତୀଶ ଚନ୍ଦ୍ର ମାଝୀ ପାଇଲେ କନ୍ଧାନ କବି ସମ୍ମାନ

Sunil Chandra Nayak

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!