ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

4000 ଟଙ୍କାକୁ ନେଇ ମାରଣାତ୍ମକ ଆକ୍ରମଣ

କାମାକ୍ଷାନଗର (ମନିସ )10/8/23 // ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଲ ଗ୍ରାମର ଗୋଟିଏ ପରିବାର ର ୩ ଜଣ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ରେ ସାନପୁଅ ଆକାସ ମଲ୍ଲିକ ବୟସ ୨୩ ବର୍ଷଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଦେଖିବାକୁ ମିଳିଛି ।ସୂଚନା ଥାଉକି ,ଗ୍ରାମର ଜିତେନ୍ଦ୍ର ମଲ୍ଲିକ , ଗ୍ରାମର କାଳନ୍ଦୀ ମଲ୍ଲିକକୁ ଦେଇଥିବା ବକେୟା ୪୦୦୦ ଟଙ୍କାକୁ କୌଣସି ସୂତ୍ରରୁ ଖବର ପାଇ କାଳନ୍ଦୀ ଲୋନ୍ ଆକାରରେ ଟଙ୍କା ଆଣିଥିବା ଖବର ପାଇ ତାଙ୍କୁ କୀଙ୍ଗୋଳ ଯାତ୍ରା ପଡ଼ିଆରେ ବକେୟା ଟଙ୍କା ମାଗିଥିଲେ, ସର୍ବସାଧାରଣ ରେ ବକେୟା ଟଙ୍କା ମାଗିବାରୁ କାଳନ୍ଦୀ ମଲ୍ଲିକ ବୟସ ପ୍ରାୟ ୨୫ ଏବଂ ତାଙ୍କ ଦାଦା ସୁଗ୍ରୀବ ମଲ୍ଲିକ ବୟସ ପ୍ରାୟ ୩୫ ମିଶିକରି ଜିତେନ୍ଦ୍ର ମାଲିକଙ୍କ ପରିବାର ଉପରକୁ ଏକ ଲୁହା ରଡ଼ ଜରିଆରେ ଆକ୍ରମଣ କରିଥିଲେ ।ଏହି ଆକ୍ରମଣରେ ଜିତେନ୍ଦ୍ର ମଲ୍ଲିକ ,ଭାଇ ଆକାଶ ମଲିକ୍, ମା ସବିତା ମଲିକ ଗୁରୁତର ଅବସ୍ଥାରେ କାଲିଠାରୁ ପରିବାର ର ୩ ଜଣ ସଦସ୍ୟ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାର

Sunil Chandra Nayak

ଅଙ୍ଗନବାଡ଼ି ରେ ମିଳୁଥିବା କୁତ୍ରିମ ପ୍ଲାଷ୍ଟିକ ଅଣ୍ଡା ନେଇ ଅଭିଯୋଗ 

Sunil Chandra Nayak

ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି 

Sunil Chandra Nayak

Leave a Comment

error: Content is protected !!