ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

ଚନ୍ଦାହାଣ୍ଡି ୧୪/୮ ( ମସିହା ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେପି ପକ୍ଷରୁ ଆଜି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଜି ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମସୁନ୍ଦର ମାଝୀ ଙ୍କ ନେତୃତ୍ୱ ରେ ତଥା ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଦିଲୀପ ଦାସ ଙ୍କ ତତ୍ୱାବଧାନରେ ସୋମବାର ୧୨ଟା ସମୟରେ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ସ୍ଥାନୀୟ ମୁଖ୍ୟ ବଜାର ପରିକ୍ରମା କରିଥିଲା l ରାଲିରେ ଯୋଗ ଦେଇଥିବା ସମସ୍ତ ଯୁବକଙ୍କ ହାତରେ ତ୍ରିରଙ୍ଗା ପତକା ରହିଥିବା ବେଳେ ଭାରତ ମାତାର ଜୟ ଧ୍ୱନିରେ ବଜାର କମ୍ପିଥିଲା l ବଜାର ରେ ପରିକ୍ରମା ସାରି ଉକ୍ତ ରାଲି ଝରବlହାଳ ଦେଇ ବେଲମାଝି ଗୁଡା, ନlହlଲମୁଣ୍ଡା ରୁ ପୂଜାରୀଗୁଡା ଦେଇ ପହଞ୍ଚି ଥିଲେ l ଏହି କାର୍ଯ୍ୟକ୍ରମରେ ବସନ୍ତ ମାଝୀ, ଅକାଳୁ ଜାଲି, ଭୋଦେବ ବାଘ, ଭରତ ବାଘ, ଯାଦବ ବଗର୍ତି, ଲୋଚନ କଟା, ସୁକୃ ନାୟକ,ଦଶରଥ ଧୂରୁଆ, ଜୟରାମ ବାଘ,ଦିବାକର ନାୟକ, କାର୍ତିକ ନାୟକ, ମାନସିଂ ଚୌହାନ, ଡମ୍ବରୁ ନାୟକ, ହେମଲତା ବାଘ, ନୀଳଧର ସୁନାନୀ, ଉଗ୍ରେସନ ମନହିରା,ଗୁଞ୍ଚୁ ପୂଜାରୀ, ଜଗମୋହନ ନାୟକ, ସେସମଲ ଗୌଡ଼, ବାବୁଲାଲ ଜଗତ,ପ୍ରମୁଖ ଶତାଧିକ ଯୁବକ ଓ ମହିଳା କାର୍ଯକର୍ତ୍ତା ଯୋଗ ଦେଇଥିଲେ l

ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ 

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶରେ ଶ୍ରଦ୍ଧାଞ୍ଜଳି ସଭା

ଆଲମଣ୍ଡା ଠାରେ ଆଦର୍ଶ ବିଦ୍ୟାଳୟ ପାଇଁ ୩ ପଞ୍ଚାୟତ ବାସି ଏକତ୍ରିତ 

masiha

Leave a Comment

error: Content is protected !!