ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଜନତାଙ୍କ ସେବାରେ ଇଂ.ଗୋପାଳ କୃଷ୍ଣ ଦାସ , ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

କଟକ : ସମାଜସେବା ପ୍ରସଙ୍ଗ ଆସିଲେ ଆମର ସବୁ ମହାପୁରୁଙ୍କ ଜୀବନୀ ଆଦର୍ଶ କଥା ମନକୁ ଆସେ । ଆମ ସମୟର ଜଣେ ବରେଣ୍ୟ ସାଧକ, ସୁଗାଳ୍ପିକ,ସମାଜସେବୀ ହେଇଛନ୍ତି ଇଂ.ଗୋପାଳ କୃଷ୍ଣ ଦାସ l ପିତା ବରିଷ୍ଠ ଶିକ୍ଷାବିତ୍ ଆଶୋକ କୁମାର ଦାସ,ମାତା ରମା ଦାସଙ୍କ ସୁପୁତ୍ର ୧୯୮୦ ମସିହାରେ ଯାଜପୁର ଜିଲ୍ଳା ବରୀ ବ୍ଲକ ରତ୍ନଗିରି ପଞ୍ଚାୟତର ରାଉତସାହି ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି l ପେଶାରେ ସଫ୍ଟୱେୟାର କମ୍ପାନୀ ଟିସିଏସ ଭୁବନେଶ୍ବରରେ କାର୍ଯ୍ୟରତ । ଦକ୍ଷ ସଫ୍ଟୱେୟାର ଇଞ୍ଜିିନିୟର ଭାବେ ପ୍ରତିଷ୍ଠା ଅର୍ଜନ ସହ ଗବେଷଣା,ଦେଶ ଓ ବିଦେଶରେ ବହୁ ଆଲୋଚନା ଚକ୍ର ଆଦିରେ ଅଂଶ ଗ୍ରହଣ କରୁଛନ୍ତି । ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ୟୁନିଟ୍ ଇଜ୍ ଷ୍ଟ୍ରେନ୍ଥ କ୍ୟାନ୍ସର ଫାଉଣ୍ଡେସନ୍ ଚାରିଟେବୁଲ ଟ୍ରଷ୍ଟ”ର ସଭାପତି ଭାବରେ ଅସହାୟ ଲୋକମାନଙ୍କ ସେବା,ବାଳାଶ୍ରମ – ଜରାଶ୍ରମ ମାନଙ୍କରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ,ରକ୍ତଦାନ ଶିବିର ଆୟୋଜନ,ପର୍ବପର୍ବାଣୀ ଆଦି ଅନେକ ସେବା କାର୍ଯ୍ୟରେ ନିମଗ୍ନ । ସେ ଏକଦା କିଛି କାର୍ଯ୍ୟରେ ଆଚାର୍ଯ୍ୟ ହରିହର ମେଡ଼ିକାଲ କଟକ ଯାଇଥିବା ବେଳେ ସେଠି କନ୍ଧମାଳର ଜୈନେକ ଆଦିବାସୀ ମହିଳା ତାଙ୍କ ପୁଅର କର୍କଟ ରୋଗ ଚିକିତ୍ସା ନେଇ ରକ୍ତ ସମସ୍ୟା ତାଙ୍କ ନଜରରେ ଆସିଥିଲା ଆଉ ପରେ ସେ ସମସ୍ତଙ୍କର ସହଯୋଗରେ ଶିଶୁ କର୍କଟ ରୋଗୀଙ୍କ ସେବାରେ ୨୦୧୩ ରେ “ୟୁନିଟ୍ ଇଜ୍ ଷ୍ଟ୍ରେନ୍ଥ” ନାମରେ ସାମାଜିକ ସଙ୍ଗଠନ ଗଠନ କରି ସେବାକାର୍ଯ୍ୟ କରି ଆସୁଛନ୍ନ୍ତି । କର୍କଟ ରୋଗ ଉପରେ ସଚେତନତା,ରୋଗୀ ନିରୂପଣ ଶିବିର ଅୟୋଜନ ଏବଂ ବହୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ସେମାନଙ୍କୁ ଓଡ଼ିଶା ବାହାରେ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରାଉଛନ୍ତି । ସେ ବିଭିନ୍ନ ସଂଗଠନ ଆଉ ସାମାଜିକ କର୍ମୀ ମାନଂକୁ ଏକାଠି କରି କର୍କଟ ପୀଡ଼ିତ ଶିଶୁ ମାନଂକୁ ତାଙ୍କର ମନୋବଳ ସୁଦୃଢ଼ ସହ ନ୍ୟୁଟ୍ରେସନ୍ ଫୁଡ୍(ପୋଷଣ ଖାଦ୍ୟ) ତଥା ଯଥା ସମ୍ଭବ ଆର୍ଥିକ ସହାୟତା ଦେଉଛନ୍ତି । ସେ ଏଯାବତ୍ ୫୬ ଥର ରକ୍ତଦାନ କରିଛନ୍ତି । ଅସହାୟ କର୍କଟ ରୋଗୀଙ୍କ ସହଯୋଗ ପାଇଁ ଭୁବନେଶ୍ବର ସିଯୁଆ (ଏଆଇଏମଏସ ସନ୍ନିକଟ)ରେ ଏକ ଆଶ୍ରୟ ସ୍ଥଳ ଭଡ଼ାରେ ନେଇ ମାଗଣାରେ ରୋଗୀ ମାନଂକୁ ରହିବାର ବ୍ୟବସ୍ଥା କରିଛନ୍ତି,ଆଗମୀ ଦିନରେ ଟ୍ରଷ୍ଟ ତାର ନିଜସ୍ଵ ଗୃହ କେନ୍ଦ୍ରୀୟ ବିହାର (ସିଭି ରମଣ କଲେଜ ସନ୍ନିକଟ)ରେ ପ୍ରତିଷ୍ଠା କରୁଛି । ସେ ବହୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ l ନିଜ ମାତାଙ୍କ ନାମରେ “ରମା ଦାସ ସେବା ସଂଗଠନ” ପ୍ରତିଷ୍ଠା କରି ଅନେକ ସେବା କାର୍ଯ୍ୟରେ କରୁଛନ୍ତି l ତାଙ୍କ ଲିଖିତ ବହୁ ଗଳ୍ପ ଅନେକ ପତ୍ର ପତ୍ରିକା ଆଉ ଡିଜିଟାଲ ମିଡିଆରେ ପ୍ରକାଶିତ ହୋଇଛି । ଗୋପାଳଙ୍କୁ ଏହି ମହତ୍ କାର୍ଯ୍ୟରେ ତାଙ୍କ ଧର୍ମପତ୍ନୀ ଆଦର୍ଶ ଶିକ୍ଷାବିତ୍ ପ୍ରଭାସିନୀ ଦାସ ସହଯୋଗ କରୁଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ଉପରେ ଦିନିକିଆ କର୍ମଶାଳା 

masiha

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ

masiha

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

Leave a Comment

error: Content is protected !!