ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ , ବିପୁଳ ପରିମାଣର ଦେଶୀ ମଦ ସହ ଜଣେ ଗିରଫ

କାଶୀପୁର:- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଞ୍ଚଳ ର ଏକାଧିକ ସ୍ଥାନରେ ଆଜି ପ୍ରାତଃ ସମୟ ଠାରୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଆରମ୍ଭ ହୋଇଥିଲା । ଏଥିରେ ଏକ ବାଇକ ରେ ଚରା ମଦ ଚାଲାଣ ଏସଂକ୍ରାନ୍ତ ରେ ଜଣଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । 

ସୂଚନା ପ୍ରକାରେ ରାୟଗଡା ଜିଲ୍ଲାପାଳ ସ୍ୱାଧ୍ୟାଦେବୀ ସିଂ ଙ୍କର ନିର୍ଦ୍ଧେଶ ପ୍ରକାରେ ସବ-ଇନ୍ସପେକ୍ଟର ଆଶୀର୍ବାଦ ବେହେରା ଙ୍କର ନେତୃତ୍ୱରେ ଏକ ଟିମ ଆଜି କାଶୀପୁର ବ୍ଳକ ଅନ୍ତର୍ଗତ ଦରଗୁଡା ଅଞ୍ଚଳରେ ଦେଶୀ ମଦ ଚରା ଚାଲାଣ ଖବର ପାଇ ବ୍ୟାପକ ଭାବେ ଏକାଧିକ ସ୍ଥାନ ରେ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲେ । ଉକ୍ତ ସମୟ ରେ କରଳ ଗ୍ରାମ ଦେଇ ଜଣେ ଏକ ବାଇକ ଯୋଗେ ଦେଶୀ ମଦ ଚାଲାଣ କରୁଥିବା ସନ୍ଦେହ ରେ ଅଟକାଇ ଯାଞ୍ଚ ବେଳେ ତା ଠାରୁ ୨୫ ଲିଟର ଦେଶୀ ମଦ ପାଇଥିଲେ । ଗିରଫ ବ୍ୟକ୍ତି ଜଣକ ହେଲେ କମ୍ପର ଗ୍ରାମର ପ୍ରଫୁଲ ସାହୁ ବୋଲି ଜଣାପଡିଛି । ଆଜି ଉକ୍ତ ଚରା ଚାଲାଣ ରେ ବ୍ୟବହୃତ ଜବତ ବାଇକ ଓ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସବ ଇନ୍ସପେକ୍ଟର ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି । ପେଟ୍ରୋଲିଙ୍ଗ ସମୟରେ ବିଭାଗ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଉମେଶ କୁମାର ଦୋରା, କନଷ୍ଟେବଳ ଭାଳେଶ୍ୱର ଅମାନତ୍ୟା , ଅର୍ଜୁନ ମୁଣ୍ଡା ଗଡ଼ିଆ ,ପ୍ରମୁଖ ସାମିଲ ଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଇଡା ବନ୍ଧରେ ଭାସୁଥିବା ଯୁବକ ର ମୃତ ଦେହ ଉଦ୍ଧାର

ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜ ରେ ବନବିଭାଗ ପକ୍ଷରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ପଚରାଉଚରା ଚଳାଇଛନ୍ତି 

masiha

ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଅଭିଯୋଗରେ ୪ଗିରଫ 

Leave a Comment

error: Content is protected !!