ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭବାନୀପାଟଣା କଳାହାଣ୍ଡି ଲେଖକ ପରିଷଦ ଠାରେ ଅନୁଷ୍ଠିତ ହୋଇ ଯାଇଛି। ମହାସଂଘର ସଭାପତି ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଘର ନୂତନ ଭବନ ନିର୍ମାଣ ଓ ଅନ୍ୟାନ୍ୟ ସମାଜ ସଂପର୍କିତ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସମାଜ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବୈଠକରେ ଧନ୍ୟବାଦ୍ ପ୍ରଦାନ କରଯାଇଥିଲା। ସୂଚନାଯୋଗ୍ୟ ଯେ,ସମାଜ ଭବନ ନିର୍ମାଣ ପାଇଁ ୫ଟି ସଚିବ ଭି କେ ପାଣ୍ଡିୟାନ ଙ୍କ କଳାହାଣ୍ଡି ଗସ୍ତ ସମୟରେ ସଙ୍ଘ ପକ୍ଷରୁ ଏକ ଦାବୀ ପତ୍ର ଦିଆଯାଇଥିଲା।

ସମାଜ ଭବନ ନିର୍ମାଣ କାର୍ଯ୍ଯ ତ୍ଵରାନିତ ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇ ଥିବାରୁ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଭବନ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଭବନ ନିର୍ମାଣ ପାଇଁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ସାଂସଦ ସୁଜିତ କୁମାର ଲଡୁଗାଁ ଠାରେ ଅନୁଷ୍ଠିତ ଦକ୍ଷିଣି ଶୌଣ୍ଢିକ ମହାସଂଘ ପଞ୍ଚମ ମହାସଭାରେ ୫ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରୁଥିବାରୁ ଉଭୟଙ୍କୁ ବୈଠକରେ ଧନ୍ୟବାଦ ଦିଆ ଯାଇଥିଲା।ଏହି ଅବସରରେ ସଦସ୍ୟ ମାନେ ଭବନ ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ। ଏହି ବୈଠକରେ ଦକ୍ଷିଣି ଶୌଣ୍ଢିକ ମହାସଂଘ ର ସଂପାଦକ ଗୋପାଳ ଚନ୍ଦ୍ର ସାହୁ, ଉପ ସଭାପତି ଅନିରୁଦ୍ଧ ସାହୁ, ରାଜେନ୍ଦ୍ର ସାହୁ, ସହ ସଂପାଦକ ନୀଳମଣି ସାହୁ, କୋଷାଧ୍ୟକ୍ଷ ଶେଷଦେବ ସାହୁ,ଧର୍ମଗଡ ଜୁନାଗଡ଼ ସଭାପତି ବିଦ୍ୟାଧର ସାହୁ, କୋକସରା ବ୍ଲକ ସଭାପତି ଅଖିଳ ଚନ୍ଦ୍ର ସାହୁ,ସଂପାଦକ ହେମନ୍ତ କୁମାର ସାହୁ,ଭବାନୀପାଟଣା ସଦର ବ୍ଲକ ସଭାପତି କୁଳମଣି ସାହୁ, କେସିଙ୍ଗା ବ୍ଲକ ସଭାପତି ଭବାନୀ ସାହୁ, ଟାଉନ ସଂପାଦକ ସୁବୋଧ ସାହୁ, ଜୟ ପାଟଣା ବ୍ଲକ ସଂପାଦକ ଜୟ ନାରାୟଣ ସାହୁ, ଦ୍ବାରିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କନ୍ଧମାଳ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା ୨୦୨୩ ଅନୁଷ୍ଠିତ। କନ୍ଧମାଳ ର ଆଦିବାସୀ ଲୋକନୃତ୍ୟ ରେ ମଞ୍ଚ ଦୁଲୁକିଲା

Sunil Chandra Nayak

ଡାବୁଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍ଘ ବ୍ଳକ ଟପ୍ପର 

ମାଟିଆ ଅଙ୍ଗନୱାଡି କେନ୍ଦ୍ର- ୧ ଠାରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ।

Sunil Chandra Nayak

Leave a Comment

error: Content is protected !!